ଖବର ଆଜିର ତାରିଖ:୨୮/୧୦/୨୫,ମଙ୍ଗଳବାରେ


୧-ଭୁବନେଶ୍ବର:'ମନ୍ଥା' ପ୍ରଭାବ,ରାଜ୍ଯରେ ବର୍ଷା ଆରମ୍ଭ।ଆଜି ଅପରାହ୍ନ ୪ଟାରୁ ୧୧ଟା ମଧ୍ଯରେ ଲ୍ଯାଣ୍ଡଫଲ।

୨-୧୧ ଜିଲ୍ଲାରେ ୩୦ ଯାଏ ସ୍କୁଲ,ଅଙ୍ଗନବାଡି ବନ୍ଦ।ଓଡିଶା ପ୍ରବେଶ ପରେ ଦୁର୍ବଳ ହେବ ବାତ୍ଯା।

୩-ବାତ୍ୟା ମୋନ୍ଥା’ ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ।

୪-୬ରୁ କଳାବ୍ଯାଜ୍ ପିନ୍ଧିବେ ଆୟୁଷ ଛାତ୍ର ସଙ୍ଗଠନ,ମୁଖ୍ଯମନ୍ତ୍ରୀଙ୍କୁ ଲେଖିଲେ ଚିଠି।

୫-ଭୁବନେଶ୍ବର:ବଙ୍ଗରେ କାଳୀପୂଜା,ଓଡିଶାକୁ ବାତ୍ଯାଡର,ଆଳୁ କେଜି@୩୦ ଟଙ୍କା।

୬-ନଭେମ୍ବର ୪କୁ ମୁଖ୍ଯମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାର ଆବେଦନ ଅବଧି ବଢିଲା।

୭-ବାତ୍ୟା ‘ମୋନ୍ଥା’ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି, ୨୮ ଓ ୨୯ ତାରିଖରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର।

୮-କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ, ବ୍ୟକ୍ତିଙ୍କୁ ଅଟକ ରଖି ନିର୍ଯାତନା ଦେବା ଅଭିଯୋଗ ଥିଲା।

୯-ଭଞ୍ଜନଗର:କଳିଙ୍ଗା ଘାଟି ପାଦଦେଶରେ ବନ୍ଧାହେଲା ଲୁହାରର ବାଡ଼, ଘାଟିକୁ କେହି ଯେମିତି ନଯିବେ ସେନେଇ ନିଆଗଲା ଏହି ପଦକ୍ଷେପ।

୧୦-ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା, ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।

୧୧-ବାତ୍ୟା ମୋନ୍ଥା ପ୍ରଭାବରେ ଆଜିଠାରୁ ବଦଳିବ ପାଗ ; ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।

୧୨-ଗଜପତି:ଜିଲ୍ଲା ପ୍ରଶାସନର ବାତ୍ୟା ପ୍ରସ୍ତୁତି, ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ଓ ସ୍କୁଲ-କଲେଜ ବନ୍ଦ।

୧୩-ଆଜି ବାତ୍ୟା ମୋନ୍ଥା ପାଇଁ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା।

୧୪-ଆନ୍ଧ୍ରପ୍ରଦେଶ:କୁର୍ନୁଲ ବସ୍‌ ଟ୍ରାଜେଡି,ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଓ ମଦ୍ୟପ ବାଇକ୍‌ ଚାଳକ ଦାୟୀ।

୧୫-ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମେତ ୧୨ଟି ରାଜ୍ୟରେ ଆଜିଠୁ ଆରମ୍ଭ ହେବ SIR; କାଲି ରାତିରୁ ଫ୍ରିଜ୍ ହେବ ଭୋଟର ତାଲିକା।

୧୬-ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦ. ଆଫ୍ରିକା ଟିମ୍ ଘୋଷଣା, ଅଧିନାୟକ ବାଭୁମାଙ୍କ ହେଲା ପ୍ରତ୍ୟାବର୍ତ୍ତନ।

୧୭-ମହାରାଷ୍ଟ୍ରରେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ସୁଇସାଇଡ୍‌ ନୋଟ୍‌ରେ ପୁଲିସ ଦ୍ବାରା ଦୁଷ୍କର୍ମ।

୧୮-୨୦୨୦ରେ ଚାଷୀଙ୍କ ବିରୁଦ୍ଧରେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଦୁଃଖ ପ୍ରକାଶ କଲେ କଙ୍ଗନା

୧୯-ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ନୂଆ ମୋଡ଼ , ଅଭିଯୁକ୍ତଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର ସ୍ଵୀକାର କଲେ ପୀଡିତାଙ୍କ ବାପା।

୨୦-ମସ୍କୋ:ବୁରେଭେଷ୍ଟନିକ୍ କ୍ରୁଜ୍ ମିସାଇଲ୍‌ର ସଫଳ ପରୀକ୍ଷଣ କଲା ଋଷ: ପୁଟିନ କହିଲେ, ଏହାକୁ କେହି ଅଟକାଇ ପାରିବେନି।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024