ଖବର ଆଜିର ତାରିଖ :୦୯/୧୦/୨୫,ଗୁରୁବାର



୧-ସରିଲା E-KYC ଅବଧି, କଟିଲା ୧୬ ଲକ୍ଷ ହିତାଧିକାରୀଙ୍କ ରାସନ କାର୍ଡ଼।ଆଉ ରାଜ୍ୟ ସରକାର E-KYC ଅବଧି ବଢ଼ାଇବେ ନାହିଁ।

୨-ବ୍ରହ୍ମପୁର:ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ପଛରେ ବାଲି ମାଫିଆ, ବାହାରର ସୁପାରୀ କିଲରକୁ ନିୟୋଜିତ କରିଥିବା ନେଇ ଚର୍ଚ୍ଚା।

୩-ସବୁ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀଙ୍କ ଉପରେ କଡା ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୪-କଟକ:ଦେଶର ବ୍ଯୟ ବହୁଳ ଦୁର୍ଗାପୂଜା ପାଇଁ ଚର୍ଚାରେ କଟକ ଓ ଭୁବନେଶ୍ବର,୩୦୦ କୋଟି ଟପିଛି ଦ୍ବୈତ ନଗରୀର ପୂଜା।

୫-ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଭିଜିଲାନ୍ସ ପଞ୍ଝାରେ ,୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଏହି ଓଏଏସ ଅଧିକାରୀ ।

୬-କୋଣାର୍କ ମାଧପୁରରେ ବ୍ୟାଟେରି ବାଇକ୍ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ବାଇକ୍।

୭-ଘଣ୍ଟାଏ ବର୍ଷା ପରେ ଭୁବନେଶ୍ୱରର ଅବସ୍ଥା ବେହାଲ;ନଦୀର ଭ୍ରମ ସୃଷ୍ଟି କଲା ରାଜଧାନୀ ରାସ୍ତା,ବିଭିନ୍ନ ସ୍ଥାନରେ ଦେଖାହେଲା ଟ୍ରାଫିକ ସମସ୍ୟା।

୮-ରାଜଧାନୀରେ ବୁଲିଲା ବୁଲଡୋଜର, ଖାରବେଳନଗର ବସ୍ତି ଅଞ୍ଚଳରୁ ହଟିଲା ରାସ୍ତାକୁ ମାଡି ବସିଥିବା ଦୋକାନ।

୯-ଏସ୍‌ଆଇ ପରୀକ୍ଷା ମହାଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ।

୧୦-ଉନ୍ନତ ଛାତ୍ର ସହାୟତା ସେବା ନିମନ୍ତେ କିଟ୍‍କୁ ମିଳିଲା ସମ୍ମାନଜନକ ଫିକି ଉଚ୍ଚଶିକ୍ଷା ଉତ୍କର୍ଷ ପୁରସ୍କାର, ପ୍ରଦାନ କଲେ ନୀତିନ ଗଡକରୀ।

୧୧-ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ୩ କମିଟି ଗଠନ; ଷ୍ଟିୟରିଂ କମିଟିରେ ୬ ଜଣ ବରିଷ୍ଠ ନେତା ସହ ଜୋନାଲ କମିଟିରେ ୧୦ ସଦସ୍ୟ।

୧୨-ନୂଆପଡ଼ା ଉପନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଦଳ, ଆଜି ବସିବ ବିଜେପି କୋର କମିଟି ବୈଠକ।

୧୩-ଚନ୍ଦନେଶ୍ବର:ତାଳସାରି ବେଳାଭୁମିରେ ଜୁଆର ମାଡରେ ଭାଙ୍ଗିଲା ଶୈ।ଚାଳୟ,ଦୋକାନ।

୧୪-ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍’,ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ କଟକଣା ଜାରି।

୧୫-ଜିଲ୍ଲା କୋର୍ଟକୁ ଗଲା ବାଲେଶ୍ଵର ଏଫଏମଛାତ୍ରୀ ଆତ୍ମାହୁତି ଘଟଣା ବିଚାର, କୋର୍ଟରେ ହାଜର ହେଲେ ଅଭିଯୁକ୍ତ।

୧୬-ବାୟୁସେନା ଦିବସରେ ପରାକ୍ରମ ଦେଖାଇଲେ ବାୟୁବୀର; ବୀରତ୍ୱ, ଉତ୍କୃଷ୍ଟତା ଓ ସମର୍ପଣର ପୂରିଲା ୯୩ଟି ଗୌରବମୟ ବର୍ଷ।

୧୭-ଦିନିକିଆ ଅଧିନାୟକ ପଦ ହରାଇବା ପରେ ମୁହଁ ଖୋଲିଲେ ରୋହିତ ଶର୍ମା; ନାଁ ନନେଇ ଗୌତମ ଗମ୍ଭୀରଙ୍କୁ ମାରିଲେ ତେରଛା ବାଣ।

୧୮-ବିଶାଖାପାଟଣା: ଦିନିକିଆ ମହିଳା ବିଶ୍ବକପ୍;ଭାରତ- ଦକ୍ଷିଣ ଆଫ୍ରିକା ମ୍ଯାଚ୍ ଆଜି।

୧୯-ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା: ସୁସୁମୁ କିତାଗାୱା, ରିଚାର୍ଡ ରୋବସନ୍ ଏବଂ ଓମାର ଏମ୍. ୟାଗୀ ହେଲେ ବିଜେତା।

୨୦- ଓ୍ବାଶିଂଟନ:ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଦୀପାବଳି ସରକାରୀ ଛୁଟି ଘୋଷିତ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)