ଖବର ଆଜିର ତାରିଖ:୨୭/୧୦/୨୫,ସୋମବାର



୧-SRC କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା; ୩୦ ଜିଲ୍ଲାପାଳଙ୍କ ସହ କଥା ହେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଆଜିଠୁ ପ୍ରଭାବ ପଡ଼ିବ।

୨-୨୮ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ,ଯାତ୍ରୀବାହୀ ଡଙ୍ଗା ଓ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ।

୩-ଓଡ଼ିଶା ଗସ୍ତରେ ଆସିବେ ଜାତୀୟ ଓବିସି କମିଶନ, ୨୯ ତାରିଖରେ ହେବ ଅଭିଯୋଗ ଶୁଣାଣି।

୪-ମାଡ଼ି ଆସୁଛି ‘ମନ୍ଥା’: ୮ ଜିଲାରେ ୧୨୮ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ମୁତୟନ।

୫-ବାତ୍ୟା ପାଇଁ ୮ ଜିଲ୍ଲାରେ ୨୮ ଓ ୨୯ ଦୁଇ ଦିନ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ।

୬-ସୁନ୍ଦରଗଡ ଜିଲ୍ଲା ହାତିବାରୀ ଥାନା ଅନ୍ତର୍ଗତ କନ୍ଦରକେଲା ଗ୍ରାମପଂଚାୟତର ପୁର୍ବତନ ସରପଂଚ ରିନା ଟେଟେଙ୍କ ଜଘନ୍ୟ କାମ:ଋଣ କରି ଲୁଟିନେଲେ ୨କୋଟିରୁ ଅଧିକ , ଟଙ୍କା ଫେରସ୍ତ ପାଇଁ ମହିଳାଙ୍କ ଦୂଆରେ ବ୍ୟାଙ୍କ।

୭-ଦେବଦାସ ଛୋଟରାୟ ପାଇଲେ ୪୬ତମ ଶାରଳା ପୁରସ୍କାର । ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳା ସମ୍ମାନ ପ୍ରଦାନ ।

୮-ସମୁଦ୍ରରେ ବଳ ଗୋଟାଉଛି ଗଭୀର ଅବପାତ, ଯେ କୌଣସି ମୁହୂର୍ତ୍ତରେ ନେଇପାରେ ବାତ୍ୟାର ରୂପ

୯-ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୨୭ ଓ ୨୮ରେ ସ୍କୁଲ ଓ ଅଙ୍ଗନାବାଡ଼ି ଛୁଟି, ତିନି ଦିନ ସମୁଦ୍ରରେ ଗାଧେଇଵା ମନା |

୧୦-ମାଲକାନଗିରିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ଆଜିଠୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।

୧୧-ସୋସିଆଲ ମିଡିଆ:ପ୍ରେମାନନ୍ଦ ମହାରାଜଙ୍କ ଫଟୋ ଧରି ମସଜିଦରେ ପ୍ରାର୍ଥନା କଲେ ମୁସଲିମ୍ ଭାଇ, କହିଲେ , ମାନବିକତା ହିଁ ଏକମାତ୍ର ଧର୍ମ।

୧୨-ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସରକାରୀ ନିୟମ ରହିଥିଲେ ବି କେହି ବି ପାଳୁନାହାଁନ୍ତି ଏହି ନିୟମ।

୧୩-ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୫: ବର୍ଷା ଯୋଗୁ ଅଧାରୁ ବାତିଲ ହେଲା ଭାରତ-ବାଂଲାଦେଶ ମ୍ୟାଚ୍।

୧୪-ଜେଲ୍‌ ସୁରକ୍ଷାକୁ ନେଇ ସବୁଠି ଚିନ୍ତା; କଟକ ଚୌଦ୍ବାର ଜେଲ୍‌ରୁ ବିହାରୀ କଏଦୀ ଚମ୍ପଟ ପରେ ବଢ଼ିଲା ମୁଣ୍ଡବିନ୍ଧା

୧୫-ସାମ୍ନାକୁ ଆସିଲା ଆନ୍ଧ୍ରପ୍ରଦେଶ ବସ୍ ପୋଡିର ଅସଲ କାରଣ; ବ୍ୟାଟେରୀ ବିସ୍ଫୋରଣ ଯୋଗୁଁ ଲାଗିଥିଲା ନିଆଁ!

୧୬-ସାମ୍ଭାବ୍ୟ ବାତ୍ୟା ମୋନ୍ଥା' ପାଇଁ ପ୍ରସ୍ତୁତି : କଟକ ମୁଣ୍ଡଳିରୁ ଆନ୍ଧ୍ରପ୍ରଦେଶ ଗଲେ NDRFର ୩ଟି ଟିମ୍।

୧୭-ରାଜସ୍ଥାନ କୋଟାରେ ଗଞ୍ଜାମ ଜିଲ୍ଲା ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ, NEET UG ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ହେଉଥିଲେ ପ୍ରସ୍ତୁତ।

୧୮-ହରିଆଣାର ୫୦ ଯୁବକ ଆମେରିକାରୁ ନିର୍ବାସିତ , ହାତରେ ହାତକଡି ଗୋଡରେ ଜଞ୍ଜିର ପିନ୍ଧାଇ ପଠାଇଲେ।

୧୯-ନୂଆଦିଲ୍ଲୀ:ସଙ୍କଟରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା, ଯୋଗାଡ ହୋଇପାରୁନି ଡିଜେଲ।

୨୦-୧୨୭ତମ ମନ୍ କୀ ବାତରେ କୋରାପୁଟ୍ କଫିର ଚର୍ଚ୍ଚା, ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)