ଖବର ଆଜିର ତାରିଖ:୩୧/୧୦/୨୫,ଶୁକ୍ରବାର
୧-ଭୁବନେଶ୍ବର:ବାତ୍ଯା କ୍ଷୟକ୍ଷତି ଆକଳନ ଆରମ୍ଭ,୩ ଦିନରେ ରିପୋର୍ଟ ଦାଖଲ ନିର୍ଦେଶ।
୨-ଭୁବନେଶ୍ବର:ନଭେମ୍ବର ପ୍ରଥମ ସପ୍ତାହରୁ ପହିଲି ଶୀତ,୩ବେଳକୁ ଲଘୁଚାପ ସମ୍ବାବନା।
୩-ଭୁବନେଶ୍ବର:ନିଯୁକ୍ତି ପାଇବେ ୧୫୨୦ ସ୍ବତନ୍ତ୍ର ଶିକ୍ଷକ,ଓସେପା ପକ୍ଷରୁ ସୂଚନା ଜାରି।
୪-ପୁରୀ:ଅଁଳା ନବମୀ ପାଇଁ ସତ୍ଯବାଦୀ ଗୋପିନାଥ ଦେବ ମନ୍ଦିରରେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା,୨୩ ପ୍ଲାଟୁନ ଫୋର୍ସ,୧୦୪ ପୁଲିସ ଅଧିକାରୀ ନିୟୋଜିତ।
୫-ପୁରୀ : ଆଗକୁ ପଞ୍ଚୁକ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିବ ତେଣୁ ସିଂହଦ୍ଵାରରେ ପ୍ରବେଶ, ୩ ଦ୍ଵାର ଦେଇ ପ୍ରସ୍ଥାନ।
୬-ଦୁର୍ବଳ ହୋଇଛି ବାତ୍ୟା ମନ୍ଥା, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା।
୭-ଭୁବନେଶ୍ଵର: ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା।
୮-ମେଲବୋର୍ଣ୍ଣ: ପ୍ରଥମ ମ୍ଯାଚ୍ ବର୍ଷାରେ ଧୋଇଯିବା ପରେ ଭାରତ - ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି୨୦ ଆଜି।
୯-ବେଲରପା:ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଭାର ବିକାଶ ପାଇଁ,ଜାଗୁଳାଇ ବିଦ୍ଯାନିକେତନ ବେଲରପାରେ ଆଜି ଅନୁଷ୍ଠିତ ହେଉଛି ସୁରଭି -୨୫,ଡେରାବିଶ୍ ମଣ୍ଡଳ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଯୋଗଦାନ ପାଇଁ ରହିଛି ନିମନ୍ତ୍ରଣ।
୧୦-ଚମକ ହରାଉଛି ରାଜ୍ୟର ମହାବିଦ୍ୟାଳୟ, ଚିରାଚରିତ ପାଠ୍ୟକ୍ରମରୁ ମୁହଁ ମୋଡ଼ୁଛନ୍ତି ଛାତ୍ରଛାତ୍ରୀ, ଫାଙ୍କା ପଡ଼ିଛି ୮୧ ହଜାରରୁ ଅଧିକ ସିଟ୍
୧୧-ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ସବୁ ଉଠା ଦୋକାନ ହେବ ଉଚ୍ଛେଦ, ଚତୁଃପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରାଯିବ।
୧୨-ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ମେଡ଼ିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା; କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୁଲିସ।
୧୩-ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୁଲିସ ୟୁନିଫର୍ମ ପଲିସି।
୧୪-ନବି ମୁମ୍ବାଇ:ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍,ଅଷ୍ଟ୍ରେଲିଆ ପାଞ୍ଚ ଓ୍ବିକେଟ୍ ରେ ପରାସ୍ତ।
୧୫-ଏଣିକି ତହସିଲ ଅଫିସରେ ହେବ ଜମି କିଣାବିକା। ନଭେମ୍ବର ୧ ତାରିଖରୁ ହୋଇପାରିବ କିଣାବିକା । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ।
୧୬-ମହଙ୍ଗା ପଡ଼ିଲା ନୂଆ କଟକଣା: ଋଷ ଠାରୁ ତେଲ ଆମଦାନୀ ବନ୍ଦ କଲେ ଭାରତୀୟ କମ୍ପାନୀ, ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର।
୧୭-ଅଷ୍ଟମ ବେତନ ଆୟୋଗର ସର୍ବପ୍ରଥମେ ଲାଭ ପାଇବେ କେନ୍ଦ୍ରୀୟ କର୍ମଚାରୀ। ଭାରତୀୟ ରେଲେଓ୍ବେ, ଆୟକର, ଡାକ ବିଭାଗ ଓ ସୀମା ଶୁଳ୍କ ପରି କିଛି ବଡ ବିଭାଗର କର୍ମଚାରୀ ହେବେ ସାମିଲ୍।
୧୮-ରାଜସ୍ଥାନ:ଆରମ୍ଭ ହେଲା ଭାରତର ସବୁଠୁ ମହଙ୍ଗା ‘ପୁଷ୍କର ମେଳା’, ଲାଗିଲା ପଶୁ ପ୍ରଦର୍ଶନୀ।
୧୯-ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ: ନଭେମ୍ବର ୨୪ରେ ନେବେ ଶପଥ।
୨୦-ମୁମ୍ବାଇ ଷ୍ଟୁଡିଓରେ ୧୭ ଶିଶୁ ବନ୍ଧକ ଘଟଣା; ଉଦ୍ଧାର ବେଳେ ପୁଲିସ ଗୁଳିରେ ୟୁଟ୍ୟୁବର ରୋହିତ ଆର୍ଯ୍ୟ ମୃତ୍ୟୁ।
୨୧-କିଙ୍ଗଷ୍ଟନ:ସାମୁଦ୍ରିକ ଝଡ଼ ମେଲିସାର ତାଣ୍ଡବ,୭ ଜଣଙ୍କ ମୃତ୍ଯୁ,ଶତାଧିକ ଆହତ।
Comments
Post a Comment