ଖବର ଆଜିର ତାରିଖ:୩୦/୧୦/୨୫,ଗୁରୁବାର


୧-ଭୁବନେଶ୍ବର:ପ୍ରକାଶ ପାଇଲା ଫରେଷ୍ଟ ଗାର୍ଡ ପରୀକ୍ଷା ଫଳ,ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ପାଇବେ ୧୫୦୪ ଜଣ।

୨-ନୂଆପଡା ଉପନିର୍ବାଚନ ରାଜନୀତି; ଜନମତକୁ ନିଜ ସପକ୍ଷରେ ନେବାକୁ ଚାଲିଛି ୩ ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ।

୩-ଭୁବନେଶ୍ବର: ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି । ନଭେମ୍ବର ୩ ତାରିଖ ଯାଏ ଫର୍ମ ପୂରଣ ଅବଧି ବୃଦ୍ଧି ହେଲା।

୪-ବାତ୍ୟା ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ, ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲାପ୍ରଶାସନ।

୫-ସମ୍ବଲପୁର ଝାଡ଼ୁଦାର ଚାକିରି ଠକେଇ: ୨୦ ଅଟକ, ଆଉ ୧୩ ଲକ୍ଷ ଜବତ।

୬-ଫୁଲବାଣି:ନାବାଳିକା ଦୁଷ୍କର୍ମ ଓ ଡ଼କାୟତି ମାମଲା, ୫ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ।

୭-ଫେଲ ମାରିଥିଲେ ନବୀନ, ଏବେ ବାଜିରେ ଲାଗିଛି ମୋହନଙ୍କ ନିଷ୍ପତ୍ତି; ନେତାଙ୍କ କଥା ଦୂରେ ଥାଉ, ଅଫିସର ଦେଉ ନାହାନ୍ତି ସମ୍ପତ୍ତି ହିସାବ।

୮-SI ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା, ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ କଲେ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟ।

୯-ଭୁବନେଶ୍ବର:'ମନ୍ଥା' ଦିନ ୧୦୬୧ ଶିଶୁଙ୍କ ଜନ୍ମ,୮୮୦୪ ମହିଳାଙ୍କ ହେଲା ସ୍ବାସ୍ଥ୍ଯ ପରୀକ୍ଷା। 

୧୦-ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ‘ମୋନ୍ଥା’ର କୋପ: କେଉଁଠି ଧସିଲା ପାହାଡ଼, କେଉଁଠି ଭାଙ୍ଗିଲା ଘରଦ୍ବାର।

୧୧-ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ଝାଡ଼ାବାନ୍ତି: ୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ, ଏସ୍‌ସିବି ମେଡିକାଲ୍‌ରେ ହେଲେ ଭର୍ତ୍ତି।

୧୨-ଭିଜିଲାନ୍ସ ଜାଲରେ ଟିଟିଲାଗଡ GST ଅଧିକାରୀ ଉମାକାନ୍ତ ମହାକୁଡ,୧୨ ହଜାର ଲାଞ୍ଚ ମାଗି ଗିରଫ।

୧୩-ଭୁବନେଶ୍ବର:ଆୟ ବହିର୍ଭୁତ ସମ୍ପତ୍ତି,ପ୍ରାକ୍ତନ ଅତିରିକ୍ତ ଭେଷଜ ନିୟନ୍ତ୍ରକ ରଘୁନାଥ ମଲ୍ଲିକଙ୍କୁ ୨ ବର୍ଷ ଜେଲ୍।

୧୪-କଂଗ୍ରେସ ସଭାରେ ବାଂଲାଦେଶ ଜାତୀୟ ସଙ୍ଗୀତ ଗାନ ଉପରେ କଠୋର ଆସାମ ସରକାର, ଦେଶଦ୍ରୋହ ମାମଲା ରୁଜୁ।

୧୫-ଆଶାରାମ ବାପୁଙ୍କୁ ୬ ମାସ ଅନ୍ତରୀଣ ଜାମିନ, ସ୍ୱାସ୍ଥ୍ୟ ଆଧାରରେ ମିଳିଲା ଆଶ୍ୱସ୍ତି।

୧୬-୮ମ ବେତନ କମିଶନ ଗଠନରେ ବିଳମ୍ବ ଓ କର୍ମଚାରୀଙ୍କୁ ବର୍ଦ୍ଧିତ ବେତନ ଦେବାରେ ଇଚ୍ଛାଶକ୍ତିର ଅଭାବ: ଏଆଇଟିୟୁସି

୧୭-ବିହାର:ADR Report - 32% ପ୍ରାର୍ଥିଙ୍କ ନାମରେ ରହିଛି ଅପରାଧିକ ମାମଲା।

୧୮-ନବି ମୁମ୍ବାଇ:ମହିଳା ବିଶ୍ବକପ:ଭାରତ - ଅଷ୍ଟ୍ରେଲିଆ ସେମିଫାଇନାଲ ଆଜି।

୧୯-ରୁଷରୁ ତେଲ କିଣିବା ଜାରି ରଖିବ ଭାରତୀୟ ତୈଳ ନିଗମ।

୨୦-ନୂଆଦିଲ୍ଲୀ:ସେନସେକ୍ସରେ ୦.୪୪ ଓ ନିଫ୍ଟିରେ ୦.୪୫% ବୃଦ୍ଧି।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024