ଖବର ଆଜିର ତାରିଖ:୨୬/୧୦/୨୫,ରବିବାର


୧-କ୍ୟାବିନେଟ ବୈଠକ: ରାଜ୍ୟରେ ଚାଲିବ ୨୦୦ଟି ଇ-ବସ, ‘ଆହାର’ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ; ୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ।

୨-ବାଲେଶ୍ଵର: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

୩-ରାଜ୍ୟରେ ଏକ ଲକ୍ଷ ୪୧ କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ, ଉଚ୍ଚସ୍ତରୀୟ ବୈଠକରେ ୧୨ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ।

୪-ଭୁବନେଶ୍ବର:ଅଚଳ ହୋଇପଡ଼ିଛି ଇ-ଡେସପାଚ୍ ! ଅପଲୋଡ୍‌ ହେଉନି ଗୁରୁତ୍ବପୂର୍ଣ୍ଣ ଚିଠି।

୫-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା, ପିଣ୍ଟୁଙ୍କୁ ସ୍ଥାନାନ୍ତର ନିଷ୍ପତ୍ତିକୁ ପତ୍ନୀଙ୍କ ବିରୋଧ।

୬-ହାଇଦ୍ରାବାଦରେ ବସ ଦୁର୍ଘଟଣାର ଓଡ଼ିଶା ଯୁବକଙ୍କ ମୃତ୍ୟୁ, ସହାୟତା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କଲେ ଅଞ୍ଚଳବାସୀ।

୭-ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୋରବେଲା ନିକଟ ନିର୍ମାଣଧୀନ ଭାରତମାଲା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଟ୍ରକ୍ ପଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ଦୁଇ ଆରୋହୀଙ୍କ ମୃତ୍ୟୁ।

୮-ଧରାପୃଷ୍ଠରୁ ମେଲାଣି ନେଲେ ମାଆ କାଳୀ, ଦେବୀଗଡା ଅସ୍ଥାୟୀ ପୋଖରୀରେ ସରିଲା ୫୬ଟି ମେଢ଼ର ଭସାଣି।

୯-ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଉମାକାନ୍ତ ପଟେଲ ଗିରଫ। 

୧୦-୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ, ବାତ୍ୟାର ନାଁ ରହିବ ମୋନ୍ଥା।

୧୧-ଆନ୍ଧ୍ର କାକିନଡାରେ ଲ୍ଯଣ୍ଡଫଲ କରିବ ବାତ୍ଯା ,ଓଡିଶାରେ ୮୦ କିମି ପବନ,୨ ଦିନ ପ୍ରବଳ ବର୍ଷା।

୧୨-ରୋହିତ-କୋହଲିଙ୍କ ଆଗରେ ଅଷ୍ଟ୍ରେଲିଆର ଆତ୍ମ ସମର୍ପଣ, ସିଡନୀ ବିଜୟ ସହ ସିରିଜ୍ ଅନ୍ତ।

୧୩-ଆସନ୍ତା ୨୬ରୁ ୨୯ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରାଗଲା ସଚେତନ।

୧୪-ସତ ହେବ ସ୍ୱର୍ଣ୍ଣ ତ୍ରିଭୂଜର ସ୍ୱପ୍ନ: ପର୍ଯ୍ୟଟନ ସାଂଗକୁ ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା, ବେଦାନ୍ତର ବଡ଼ ଘୋଷଣା।

୧୫-ଆନନ୍ଦପୁର:ମହଙ୍ଗା ପଡ଼ିଲା କଙ୍ଗାରୁ କୋର୍ଟ, ମହିଳା ଓ ପୁରୁଷଙ୍କୁ ମାଡ଼ ଅଭିଯୋଗରେ ୪ ଗିରଫ।

୧୬-ଜୟପୁର:ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର ।ବଳକା ୪୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଢିଲେ ଭିଜିଲାନ୍ସ ହାତରେ।

୧୭-ଦେଶର ପ୍ରଥମ ରାଜ୍ୟ ଭାବେ ଅତି ଦାରିଦ୍ର୍ୟ ମୁକ୍ତ ହେବ କେରଳ:ନଭେମ୍ବର ୧ ତାରିଖ ରାଜ୍ୟର ପ୍ରତିଷ୍ଠା ଦିବସ ବା କେରଳ ପିରାଭି ଡେ ଦିନ ଏହି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ।

୧୮-ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲା:ଜଣେ ସାତ ବର୍ଷିୟ ଶିଶୁ HIV ଏଡସ୍ ସଂକ୍ରମିତ,ରକ୍ତଭଣ୍ଡାରର ଭୂମିକା ସନ୍ଦେହ ଘେରରେ। 

୧୯-ବଲିଉଡ ଏବଂ ଟେଲିଭିଜନ ଜଗତରେ ଏକ ଅପୂରଣୀୟ କ୍ଷତି:୭୪ ବର୍ଷ ବୟସରେ ସତୀଶ ଶାହଙ୍କ ପରଲୋକ।

୨୦-ରୁଷ୍‌ର ଭୟଙ୍କର ବାଲିଷ୍ଟିକ୍‌ ମିସାଇଲ ଆକ୍ରମଣ : ୟୁକ୍ରେନରେ ଜଳିଲା ବହୁ ବିଲ୍ଡିଂ , ଅନେକ ମୃତ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)