ଖବର ଆଜିର ତାରିଖ:୧୮/୧୦/୨୫,ଶନିବାର


୧-ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ।

୨-ଭୁବନେଶ୍ବର:ଆସନ୍ତା ସୋମବାର ଦିନ ମୁଖ୍ଯମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ବନ୍ଦ ରହିବ।

୩-ଆଜି ଧନତେରାସ୍,ଭଲ ବେପାର ଆଶାରେ ବ୍ଯବସାୟୀ,ମନଲୋଭା ଅଫର ବି ଦେଉଛନ୍ତି ସୋ ରୁମ୍ ବାଲା।

୪-ଭୁବନେଶ୍ବର:ସରକାରୀ ଟଙ୍କାରେ ଦୀପାବଳୀ ଉପହାର କିଣିବା ମନା।

୫-ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର କମିଶନଙ୍କ ଶିକ୍ଷାମନ୍ତ୍ରାଳୟକୁ ନିର୍ଦେଶ:୨୧ ଦିନରେ ଛାତ୍ର ଅଭିଯୋଗର ସମାଧାନ କର।

୬-ନୂଆପଡା ଉପନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ।

୭-ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, କଳାକାର ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ,ଆସନ୍ତା ଅକ୍ଟୋବର ୧୮ ଦିନ ୧୦ଟାରୁ ନଭେମ୍ବର ୧ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଳାକାରମାନେ କରିପାରିବେ ଆବେଦନ।

୮-ନୂଆପଡ଼ା ଲଢ଼େଇ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଷ୍ଟାର୍ ପ୍ରଚାରକ ତାଲିକା ଜାରି କଲା ବିଜେଡ଼ି

୯-ଭୁବନେଶ୍ବର:ଦୀପାବଳିରେ ଅମାନିଆଙ୍କୁ ଜଗିବ ପୁଲିସ୍, ମୁତୟନ ହେବେ ୨୨ ପ୍ଲାଟୁନ୍ ଫୋର୍ସ।

୧୦-ବରଗଡ:ଟାଙ୍ଗରପଡାର ଭୀମସେନ ବିଶ୍ୱାଳ ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଜଣଙ୍କୁ ବାନ୍ଧିଲା ପୋଲିସ।

୧୧-ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ, ଫରେନସିକ୍ ସାଇଣ୍ଟିଫିକ୍ ଲ୍ୟାବ ପଠାଗଲା ଜବତ ୧୧୦ ମୋବାଇଲ।

୧୨-ମାଲକାନଗିରି:ଲୋପ ପାଉଛି ଲାଲଗଡ଼, ୧୫୩ଟି ଅସ୍ତ୍ରଶସ୍ତ୍ର ସହ ୨୧୦ ଜଣ ନକ୍ସଲ କଲେ ଆତ୍ମସମର୍ପଣ।

୧୩-ରାଜକନିକା ଥାନା ଅନ୍ତର୍ଗତ ସିକୋ ପ୍ରାଥମିକ କୃଷି ସମବାୟ ସମିତି:ମୃତ ବ୍ୟକ୍ତିଙ୍କ ନାଁରେ ଋଣକରି ଖାଇଗଲେ ୬୬ ହଜାର ଟଙ୍କା, ପୁଅ ଋଣ ନୋଟିସ ଧରି ଥାନାରେ ଦେଲେ ଏତଲା।

୧୪-ନୂଆପଡ଼ା ଉପନିର୍ବାଚନ: କଂଗ୍ରେସର ବହୁ ଷ୍ଟାର୍ ପ୍ରଚାରକ ତାଲିକା ଜାରି, ବହୁ ହେଭିୱେଟ୍ ନେତାଙ୍କ ନାମ ସାମିଲ।

୧୫-ବୌଦ୍ଧ:ଲାଗିଲା ପୋଷ୍ଟର୍, ମାଓବାଦୀଙ୍କୁ ଧରାନ୍ତୁ ପୁରସ୍କାର ପାଆନ୍ତୁ, ମିଳିବ ୧ କୋଟି ଟଙ୍କା।

୧୬-କିଟ୍ ବିଶ୍ୱବିଦ୍ୟାଳୟରେ ଷ୍ଟଡି ଆବ୍ରୋଡ-ଗ୍ଲୋବାଲ୍ ୟୁନିଭରସିଟି ଫେୟାରର ତୃତୀୟ ସଂସ୍କରଣ ଉଦ୍‍ଘାଟିତ।

୧୭-ବ୍ରହ୍ମଗିରି ବ୍ଲକ ବାଲୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ:ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା; ଜଳିଗଲେ ନବମ ଶ୍ରେଣୀର ଛାତ୍ର।

୧୮-ହାଇଦ୍ରାବାଦରେ ଦୁର୍ଗାପୁର ଘଟଣାର ପୁନରାବୃତ୍ତି, ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା।

୧୯-ବୁକିଂ କରିବାର ମାସକ ପରେ ବି ମିଳୁନି ରୋଷେଇ ଗ୍ୟାସ : ଡିପୋକୁ ଦଉଡି ଦଉଡି ନୟାନ୍ତ ଗ୍ରାହକ।

୨୦-ଆଠମଲ୍ଲିକ:ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା STF, ଜବତ ୨ଟି ହାତୀ ଦାନ୍ତର ଓଜନ ୪ କେଜି ୭୦୦ ଗ୍ରାମ।

୨୧-CBI ପଞ୍ଝାରେ କୁବେର ବାବୁହରଚରଣ ସିଂ, ଲାଞ୍ଚ ନେବା ମାମଲାରେ ପଞ୍ଜାବ ରୋପର୍ ରେଞ୍ଜ DIG ଗିରଫ।

୨୨-ପଳାତକ ମେହୁଲ ଚୋକସିଙ୍କ ଭାରତ ଆଣିବା ପଥ ପରିଷ୍କାର, ପ୍ରତ୍ୟର୍ପଣ ଆଦେଶ ଦେଲେ କୋର୍ଟ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)