ଖବର ଆଜିର ତାରିଖ:୧୭/୧୦/୨୫,ଶୁକ୍ରବାର



୧-ଭୁବନେଶ୍ବର:ଘୋଷଣାରେ ଅଟକିଛି ବାଣ କଟକଣା,ଏବେଠୁ ସବୁଠି ହେଲାଣି ଢୋ,ଢା।

୨-ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା,ଏହା ଜୁଲାଇ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ।

୩-ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ, ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଓ ଲାଇସେନ୍ସ।ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି।

୪-SI ନିଯୁକ୍ତି ଦୁର୍ନୀତି:ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମୋଷ୍ଟ ଓ୍ବାଣ୍ଟେଡ ମୁନା ମହାନ୍ତି ଗୁରୁବାରେ ଗିରଫ।

୫-କଟକ ବାଲିଯାତ୍ରାରେ ଶ୍ରେୟାଙ୍କ ଗୀତରେ ଝୁମିବେ ଦର୍ଶକ, ୧୪ ଓଡ଼ିଆ କଣ୍ଠଶିଳ୍ପୀଙ୍କ ହେବ ଧମାଲ୍।

୬-ନୂଆପଡ଼ା ଜିଲାର ୮ ନମ୍ବର ଜୋନ ଜିଲା ପରିଷଦ ସଦସ୍ୟ ଭାନୁପ୍ରତାପଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଲା ବିଜେଡି।

୭-ସୁବର୍ଣ୍ଣପୁର ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ:ଅଫିସରେ ନିଶାସକ୍ତ ଅବସ୍ଥାରେ ଶୋଇଥିଲେ ବରିଷ୍ଠ କିରାଣୀ, ହଠାତ କାର୍ଯ୍ୟାଳୟକୁ ପଶି ଆସିଲେ ଜିଲ୍ଲାପାଳ,କିରାଣୀଙ୍କ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କଲେ।

୮-ନୂଆପଡ଼ା ଉପନିର୍ବାଚନ ପାଇଁ ଆସିଲା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା, ୪୦ ଜଣିଆ ତାଲିକାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଓ ୩ କେନ୍ଦ୍ରମନ୍ତ୍ରୀ।

୯-ଗୋପ:କୋଣାର୍କରୁ ଅପହରଣ ପାରାଦୀପରୁ ଉଦ୍ଧାର, ୨୪ ଘଣ୍ଟା ମଧ୍ୟରେ ଯୁବକଙ୍କୁ ଉଦ୍ଧାର କଲା ପୋଲିସ।

୧୦-ଫଳ ଦାମ୍ ଆକାଶ ଛୁଆଁ,୫ ବର୍ଷର ରେକର୍ଡ ଭାଙ୍ଗିଲା,ଚଳିତ ଫଳ ଦାମ୍ ରେ ୧୩.୨ ପ୍ରତିଶତ ବୃଦ୍ଧି ଘଟିଛି।

୧୧-ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବିହାର ଲିଙ୍କ୍, ଜଣେ ସାର୍ପସୁଟର୍ ସହ ୨ଜଣଙ୍କୁ ବିହାରରୁ ଉଠାଇଲାନେଲା ପୋଲିସ।

୧୨-ଭଞ୍ଜନଗର:ଗୁଳି ଭର୍ତ୍ତି ମାଉଜର ସହ ଦୁଇ ଯୁବକ ଗିରଫ, ପାଟ୍ରୋଲିଂ ବେଳେ ଧରିଲା ପୋଲିସ।

୧୩-ଭୁବନେଶ୍ବର:ମାତିଛନ୍ତି ନିଶାଦିଆ ଲୁଟିଆ,ରେଳ ଷ୍ଟେସନ,ବସଷ୍ଟାଣ୍ଡ ଅସୁରକ୍ଷିତ।

୧୪-ଭଦ୍ରକ,ଧାମନଗର:ନଦୀ ଉପର ମୁଣ୍ଡରେ କୁମ୍ଭୀର ଆତଙ୍କ, ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ କରାଇଲା ବନ ବିଭାଗ।

୧୫-ଗୁଜରାଟରେ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା, ଆଜି ମନ୍ତ୍ରୀମଣ୍ଡଳର ହେବ ସଂପ୍ରସାରଣ !

୧୬-ରାଜ୍ୟ ବିଜେପିର ନୂଆ ଟିମ ଘୋଷଣା, ମନମୋହନଙ୍କ ଟିମରେ ସ୍ଥାନ ପାଇଲେ ୧୦ ଉପସଭାପତି।

୧୭-କେନ୍ଦ୍ର ସରକାରଙ୍କ ମାଓବିରୋଧୀ ଅଭିଯାନରେ ବଡ଼ ସଫଳତା; ଛତିଶଗଡରେ ଏକାବେଳକେ ୧୭୦ ନକ୍ସଲ କଲେ ଆତ୍ମସମର୍ପଣ।

୧୮-ଖଣ୍ଡଗିରି,: ହାଇଦରାବାଦରେ କାମ କରୁଥିବା ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଭରତପୁର ଥାନାରେ ଅଭିଯୋଗ।

୧୯-ଓଆର୍‌ଏସ୍‌ ପାଇଁ ହୁ’ ଫର୍ମୁଲା ଜରୁରୀ, ନୂଆ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

୨୦-ରେଳ ବିଭାଗର ବଡ ନିଷ୍ପତ୍ତି, ୨୮ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀର ୫ଟି ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ।

୨୧-ଦେଶରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ମଇ ୨୮ରେ ଛୁଇଁଥିଲା ଓଡ଼ିଶା।

୨୨-ଆମେରିକାରୁ ଚେନ୍ନାଇ ଆସିଲା ବିଶାଳ ସାଟେଲାଇଟ୍‌, ବ୍ଲ୍ୟୁବର୍ଡ୍ ୬ ଉପଗ୍ରହର ଓଜନ ୬ ହଜାର ୫ଶହ କିଲୋଗ୍ରାମ୍
ମହାକାଶରେ ସ୍ଥାପନ କରିବ ସେଲ୍ୟୁଲାର୍‌ ବ୍ରଡବ୍ୟାଣ୍ଡ୍‌ ନେଟୱର୍କ୍‌।

୨୩-ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂମିକମ୍ପ,ଧନଜୀବନ କ୍ଷତିର ସୂଚନା ନାହିଁ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024