ଖବର ଆଜିର ତାରିଖ:୧୬/୧୦/୨୫,ଗୁରୁବାର
୧-ଭୁବନେଶ୍ବର:ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ବିଧାନସଭା ପ୍ରାର୍ଥୀ।ଆଜି ଜୟଙ୍କ ନାମାଙ୍କନ,୧୮ରେ ଘାସିରାମଙ୍କ ପ୍ରାର୍ଥିପତ୍ର ଦାଖଲ।
୨-ପୂର୍ବତନ ମୁଖ୍ଯମନ୍ତ୍ରୀ, ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କର ଆଜି ୭୯ତମ ଜନ୍ମଦିନ।ସାରା ରାଜ୍ଯରେ ନିରାଡମ୍ବର ଭାବେ ପାଳନ ହେବ।
୩-ଭୁବନେଶ୍ବର:+୨ ପରୀକ୍ଷା ପ୍ରସ୍ତୁତି,ନଭେମ୍ବର ୨୯ ସୁଦ୍ଧା CCTV କାର୍ଯ୍ଯକ୍ଷମ କରିବାକୁ ନିର୍ଦେଶ।
୪-ବାରିପଦା:୧୮ରୁ ପର୍ଯ୍ଯଟକଙ୍କ ପାଇଁ ଶିମିଳିପାଳ ଖୋଲିବ,ଜୁଲାଇ ୧ତାରିଖରୁ ବନ୍ଦ ଥିଲା।
୫-ପୋଲିସ ଏସଆଇ ପରୀକ୍ଷା ଘୋଟଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଶଙ୍କର ପୃଷ୍ଟି, ମୁନା ମହାନ୍ତି।
୬-ଭୁବନେଶ୍ବର :ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ ନେଲେ ଡ.ଏନ ତିରୁମାଳା ନାଏକ।
୭-ପୁରୀ : ୨୦ରେ ଅମାବାସ୍ୟା ଓ ପୟାଶ୍ରାଦ୍ଧ । ଦୀପାବଳିରେ ହିଁ ହେବ ପୟାଶ୍ରାଦ୍ଧ ।
୮-ସମ୍ବଲପୁର:ମଧ୍ୟପ୍ରଦେଶ ଚାଲାଣ ବେଳେ କାର ସହିତ ଗଞ୍ଜେଇ ଜବତ, ୨ ଗିରଫ।
୯-ବେଗୁନିଆ:ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅଫିସର,ସ୍ମୃତି ଜୟସିଂହ , ଜମିରେ କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ।
୧୦-ରାସନକାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଚାଉଳ, ସରକାର କରୁ୍ଛନ୍ତି ପ୍ରସ୍ତୁତି।
୧୧-ପୁଣି ଅଦିନିଆ ରଥଯାତ୍ରା ପାଳନ କଲା ଇସ୍କନ, ଉତ୍ତରାଖଣ୍ଡ ରିଷିକେଷ ମଧୁବନ ଆଶ୍ରମରେ ପାଳନ ହେଲା।
୧୨-ଭୁବନେଶ୍ବର:ଶୀଘ୍ର ଦରମା ପାଇବେ ଗ୍ରାମୀଣ ଗୃହ ନିର୍ମାଣ ପିଏମ୍ୟୁ କର୍ମଚାରୀ
୧୩-ଭାରତରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ! ଆୟୋଜନ ପାଇଁ ଅହମ୍ମଦାବାଦର ନାଁ ସୁପାରିଶ।
୧୪-କଳା ଜଗତକରୁ ଆସିଲା ଦୁଃଖଦ ଖବର : ଲୋକପ୍ରିୟ ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ।
୧୫-ବିଜ୍ଞାପନ ପାଇଁ ପ୍ରାକ୍ ଅନୁମତି ଜରୁରୀ: ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ଇସିଙ୍କ ମାର୍ଗଦର୍ଶିକା ଜାରି।
୧୬-ନୂଆଦିଲ୍ଲୀ:ପତ୍ନୀମାନେ ସ୍ୱାମୀଙ୍କୁ ନଟୁ ପରି ବୁଲାଇବା ବନ୍ଦ କରନ୍ତୁ ଏବଂ ବାପା-ମା ନିଜ ନିଜର ଅହଂକାର ଛାଡ଼ି ପିଲାଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେବା ଉଚିତ:ସୁପ୍ରିମ୍ କୋର୍ଟ।
୧୭-ଦିଲ୍ଲୀ-ଏନସିଆରରେ ଫୁଟିବ ସବୁଜ ବାଣ- ସୁପ୍ରିମକୋର୍ଟଙ୍କ ରାୟ।ସକାଳ ୬ରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇପାରିବେ ଦିଲ୍ଲୀବାସୀ ।
୧୮-ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି : ୧୨ ଜଣ ନାମ ଘୋଷଣା କଲା ଦଳ।
୧୯-ଦୁର୍ଗାପୁର କୁକର୍ମର କାର୍ପଟଦାର ନୁହେଁ ତ ପୁରୁଷ ବନ୍ଧୁ ? ଗିରଫ ପରେ ବୟଫ୍ରେଣ୍ଡକୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ୍।
୨୦-କେଦାରନାଥ ଯାତ୍ରା ଏଣିକି ୯ ଘଣ୍ଟା ବଦଳରେ ଲାଗିବ ମାତ୍ର ୩୬ ମିନିଟ୍ ! ଉତ୍ତରାଖଣ୍ଡରେ ହେବ ଅତ୍ୟାଧୁନିକ ରୋପୱେ।
Comments
Post a Comment