ଖବର ଆଜିର ତାରିଖ:୧୩/୧୦/୨୫,ସୋମବାର



୧-ଆଜି ଆସିବ ନୂଆପଡା ନିର୍ବାଚନ ଗେଜେଟ୍ ବିଜ୍ଞପ୍ତି,ଆଶାୟୀଙ୍କୁ ନେଇ ଚାଲିଛି ଅଙ୍କକଷା।

୨-କାର୍ତ୍ତିକ ମାସ ପ୍ରଥମ ସୋମବାର,ବଢିଲା ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ଯବସ୍ଥା।

୩-କାଠଯୋଡ଼ିରେ ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୪-ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ସେଠାକାର ପୁଲିସ କମିଶନରଙ୍କ ସହ ଆଲୋଚନା କଲେ ବାଲେଶ୍ଵର ଅତିରିକ୍ତ ଜିଲାପାଳ ଏବଂ ଏସପି। 

୫-ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ପଶ୍ଚିମବଙ୍ଗର ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍।

୬-ଭଦ୍ରକ: କାର୍ଯ୍ୟରେ ଅବହେଳା ପାଇଁ ପୋଲିସ୍ ASI ସୁଶାନ୍ତ କୁମାର ନାୟକ ହେଲେ ନିଲମ୍ବିତ।

୭-ସାଲେପୁର:ଲେମ୍ବୁ ଚାଷରୁ ଲାଭ ବଢ଼ିଆ, ଚାକିରିରୁ ଅବସର ପରେ ନାରାୟଣ ସ୍ୱାଇଁ ଏହି ଚାଷ କରି ଲାଭବାନ ହେଉଛନ୍ତି।

୮-ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି, ବଜାରରେ ଜମିଲାଣି ବାଣ ଓ ମାଟି ଦୀପର ବ୍ୟବସାୟ।

୯-ନୂଆପଡ଼ା ରାଜନୀତି ଗଣିତରେ ଗୋଳମାଳ ; ଟିକେଟ ଦେବାକୁ ବିଜେଡିର କସରତ ଜାରି

୧୦-ନବୀନଙ୍କୁ ଭେଟିଲେ ବିଭିନ୍ନ ବ୍ଲକର ଚେୟାରମ୍ୟାନ; ପଚାଶରୁ ଅଧିକ ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ସହ ବିରୋଧୀ ଦଳ ନେତାଙ୍କ ହେଲା ଆଲୋଚନା।

୧୧-କାମାକ୍ଷାନଗର ଥାନା ରାଇବୋଲ ପଂଚାୟତ କଙ୍କଣା ଗାଁ:ବନ୍ଧୁକ ଦେଖାଇ ୪୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।

୧୨-କଟକ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କଲା ଦରଘାବଜାର ଥାନା ପୁଲିସ।

୧୩-ରେଙ୍ଗାଲିକ୍ୟାମ୍ପ: ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ। 

୧୪-ନୟାଗଡ:ଅଳିଆଗଦାରେ ବାଣ ଫୁଟି ଜଣେ ୮ବର୍ଷର ଶିଶୁ ଗୁରୁତର, କଟକ ସ୍ଥାନାନ୍ତର

୧୫-ଜଳେଶ୍ଵର:୯୦ଟିତେଲିଆ ଭୋଳା ମାଛକୁ କୋଟିଏ ଟଙ୍କାରେ ବିକିଲେ ମତ୍ସ୍ୟଜୀବୀ।

୧୬-ସେପ୍ଟେମ୍ବରରେ ବଢ଼ିଲା ଗାଡ଼ି ରିଟେଲ ସେଲ୍, ଦୁଇଚକିଆରୁ ଚାରିଚକିଆ ବିକ୍ରିରେ ହୋଇଛି ରେକର୍ଡ ବୃଦ୍ଧି।

୧୭-ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ମମତା କହିଲେ କାହିଁକି ରାତିରେ କ୍ୟାମ୍ପସ ବାହାରକୁ ବାହାରିଥିଲେ ଛାତ୍ରୀ ?

୧୮-ବିଶାଖାପାଟଣା:ମହିଳା ବିଶ୍ବକପ-ହିଲିଙ୍କ ଶତକ;ବିଶ୍ବ କୀର୍ତ୍ତିମାନ ସହ ଅଷ୍ଟ୍ରେଲିଆ ବିଜୟୀ।

୧୯-ନୁଆଦିଲ୍ଲୀ:୨ୟ ଟେଷ୍ଟ;ଓ୍ବେଷ୍ଟିଣ୍ଡିଜର ପ୍ରଥମ ଇନିଂସ ୨୪୮ରେ ସୀମିତ,ଫଲୋଅନ୍ ପରେ ଲଢିଲେ କ୍ଯାମ୍ପବେଲ,ହୋପ୍।

୨୦-ବିହାର: NDA ଆସନ ବୁଝାମଣା ଚୁଡାନ୍ତ, ସମାନ ଆସନରେ ଲଢିବେ ବିଜେପି,ଜେଡିୟୁ।

୨୧-ମେକ୍ସିକୋରେ ପ୍ରବଳ ବର୍ଷା-ବନ୍ୟା: ୪୧ ଜଣଙ୍କର ମୃତ୍ୟୁ, ଅନେକ ନିଖୋଜ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)