ଖବର ଆଜିର ତାରିଖ:୦୮/୦୯/୨୫, ସୋମବାର


୧-ମୁଣ୍ଡଳିରେ ୬.୨୫ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ, ହୀରାକୁଦର ୮ ଫାଟକ ବନ୍ଦ,୪ ଖୋଲା।

୨-OAS, ORS ବାବୁଙ୍କୁ ରାଜସ୍ବ ବିଭାଗର କଡ଼ା ଚେତାବନୀ, ଜିଲ୍ଲା ଛାଡ଼ି ମନଇଚ୍ଛା ରାଜଧାନୀ ମୁହାଁ ହୋଇପାରିବେନି ଅଫିସର।

୩-ବଢୁଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା, ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

୪-ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ।

୫-ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବଢ଼ିଲା ଚର୍ଚ୍ଚା, ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ।

୬-ରାଉରକେଲା: ବିମାନ ଉଡୁନି, ବିକାଶ ଚକ ଗଡୁନି, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ସବୁ ପ୍ରଭାବିତ।

୭-ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ,୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ।

୮-କଟକ: ବାଙ୍କୀ କୁଶପଙ୍ଗି ନିକଟ ମହାନଦୀ ପଠାରେ ଫସିଛନ୍ତି ୧୫ରୁ ଅଧିକ ଗାଈ,ଚରିବାକୁ ଯାଇଥିବାବେଳେ ହଠାତ୍ ନଦୀର ଜଳସ୍ତର ବଢିଯାଇଥିଲା।

୯-ସ୍ବତନ୍ତ୍ର OTET ପାଇଁ BSEର ପ୍ରସ୍ତୁତି,CBSE, କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ହେବ ପରୀକ୍ଷା।

୧୦-କୋଡ଼ିଏ ବର୍ଷ ପୂର୍ବରୁ ମାଟ୍ରିକ,+୨ ଓ CTରେ କପି ଟପି କରି ପାସ୍ କରିଯାଇଥିବା ଶିକ୍ଷକମାନଙ୍କ ମଧ୍ୟରେ ଏବେ ପଡିଲାଣି ଭାଳେଣି, ସ୍ବତନ୍ତ୍ର OTET,ସେମାନଙ୍କର ମୁଣ୍ଡବିନ୍ଧାର କାରଣ ହେଲାଣି‌।

୧୧-ଚାଳକ ବିହୀନ ପଶ୍ଚିମ ଓଡ଼ିଶା ବିକାଶ ଗାଡ଼ି : ୧୪ ମାସ ହେଲା ଖାଲି ପଡ଼ିଛି ଅଧ୍ୟକ୍ଷ ପଦ।

୧୨-ଦିଲ୍ଲୀ ଏୟାରଲିଫ୍ଟ ହୋଇପାରନ୍ତି ଅଭିଜିତ ମଜୁମଦାର, ଏମ୍‌ସ ଯାଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସ୍ଵାସ୍ଥ୍ୟମନ୍ତ୍ରୀ।

୧୩-ଭୁବନେଶ୍ୱର, ନାଗେଶ୍ଵର ଟାଙ୍ଗୀ:ଚନ୍ଦ୍ର ଗ୍ରହଣରେ ଆମିଷ ଖାଇବା ପଡ଼ିଲା ମହାଙ୍ଗା, ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ,ପୋଲିସ ପହଞ୍ଚି ସ୍ଥିତି କଲା ଆୟତ।

୧୪-ଭୁବନେଶ୍ୱର:ଲୁଟ ଟଙ୍କା ଭାଗ ବଣ୍ଟା ବିବାଦରୁ ପୋଲିସ ଜାଲରେ ସାଇବର ଲୁଟେରା ଗ୍ୟାଙ୍ଗ, ୮.୫ କୋଟି ଟଙ୍କାର ଆକାଉଣ୍ଟ ଜବତ।

୧୫-ଜଟଣୀରୁ ମେଲାଣି ନେଲେ ଗଜାନନ, ସିଂହ ବାଜାରେ ଦୁଲୁକିଲା ଭସାଣି ଶୋଭାଯାତ୍ରା।

୧୬-ଭଦ୍ରକ:e- kyc ଖୋଲୁଛି ରାସନ୍ ଗୁମର,ମିଳୁନି ୬୪ ହଜାର ଖାଉଟିଙ୍କ ପତ୍ତା।

୧୭-ସିଟ୍ ଖାଲି ପଡୁଛି, ଶିକ୍ଷାନୁଷ୍ଠାନ ବଢ଼ି ଚାଲୁଛି,ଛତୁ ଫୁଟିଲା ପରି ନର୍ସିଂ ଖୋଲୁଛି।

୧୮-୮ ବର୍ଷ ପରେ ହକି ଏସିଆ କପ୍ ଜିତିଲା ଭାରତ , କୋରିଆକୁ ୪-୧ରେ ହରାଇ ୨୦୨୬ ବିଶ୍ୱକପ୍ ପାଇଁ କଲା ଯୋଗ୍ୟତା ହାସଲ।

୧୯-ପଞ୍ଜାବରେ ବନ୍ୟାର ତାଣ୍ଡବ, ନିଜେ ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ; ଘୋଷଣା ହୋଇପାରେ ବଡ ରିଲିଫ ପ୍ୟାକେଜ।

୨୦-ରୁଷ ତିଆରି କଲା କ୍ୟାନ୍ସର ଟିକା, ସବୁ ପରୀକ୍ଷଣ ସଫଳ।ଟିକା ଏବେ ବ୍ୟବହାର ପାଇଁ ଉପଯୁକ୍ତ। କେବଳ ସରକାରୀ ସ୍ଵୀକୃତିକୁ ଅପେକ୍ଷା।

୨୧-ପୁଟିନଙ୍କ ଆମନ୍ତ୍ରଣକୁ ଜେଲେନସ୍କି କଲେ ଅସ୍ୱିକାର ; କହିଲେ ଆତଙ୍କବାଦୀଙ୍କ ରାଜଧାନୀକୁ ମୁଁ ଯିବିନାହିଁ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024