ଖବର ଆଜିର ତାରିଖ:୦୪/୦୯/୨୫, ଗୁରୁବାର



୧-ଭୁବନେଶ୍ୱର:ସେବା ଯୋଗାଇବାରେ ଝୁଣ୍ଟୁଛି ଆୟୁଷ୍ନାନ,ରୋଗୀ ନିରାଶ, ମୁହଁ ମୋଡୁଛନ୍ତି ଘରୋଇ ହସ୍ପିଟାଲ, ଚିକିତ୍ସା ପରେ ପକେଟରୁ ଗଣୁଛନ୍ତି ରୋଗୀ।

୨-ଗାଁ ଠୁ ସହର ସବୁଠି ରାସ୍ତାର ଦୟନୀୟ ଅବସ୍ଥା, ଶାସକ-ବିରୋଧୀଙ୍କ ସମାନ ଅଭିଯୋଗ, ଅସନ୍ତୋଷ ପ୍ରକାଶ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି।

୩-ସୁପ୍ରିମକୋର୍ଟଙ୍କ ରାୟ ପରେ ଚିନ୍ତାରେ ରାଜ୍ୟର ୭୫ ହଜାର ପ୍ରାଥମିକ ଶିକ୍ଷକ। କାରଣ ଏମାନେ OTET ପାସ୍ କରି ନାହାନ୍ତି ଏମାନଙ୍କୁ ଯୋଗ୍ୟତା ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ପଡିବ।

୪-ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି,ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

୫-୨୫୦୦ ହବିଷ୍ଯାଳିଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ସୁବିଧା, ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ।

୬-ଭୁବନେଶ୍ୱର:ବର୍ଦ୍ଧିତ ଭତ୍ତା ପାଇଁ ଜନ୍ମ ତାରିଖରେ ଜାଲିଆତି,ଯାଞ୍ଚ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

୭-ରାଜ୍ୟରେ ଆଉ କେହି ନେବେନି ନିଜ ଜୀବନ, ଆସନ୍ତା ୧୦ରୁ ‘ଜୀବନ ଜିନ୍ଦାବାଦ’କାର୍ଯ୍ୟକ୍ରମ ଆରମ୍ଭ କରିବେ ସରକାର।

୮-ସାନଖେମୁଣ୍ଡି: ଦୋଳବ ଗ୍ରାମରେ ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ,୪ ଆହତ।

୯-ପୁରୀ:ନିଯୁକ୍ତି ପାଇବା ପରେ ପରିଚାଳନା କମିଟିର ପ୍ରଥମ ବୈଠକ, ନାଟମଣ୍ଡପରେ ପ୍ରସ୍ତାବିତ ଧାଡ଼ି ଦର୍ଶନକୁ କମିଟିର ଅନୁମୋଦନ।

୧୦-ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା, ନୂଆ ବିଜ୍ଞପ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୧୧-କିଟ୍‍ ଓ କିସ୍‍ ମଡେଲ ପ୍ରତି ଆକର୍ଷିତ ହେଉଛନ୍ତି ବିଦେଶୀ ଛାତ୍ରଛାତ୍ରୀ, ଇଣ୍ଟର୍ଣ୍ଣସିପ କରିବାକୁ ଆସୁଛନ୍ତି ବହୁ ଗବେଷକ।

୧୨-ଭୁବନେଶ୍ୱର:ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ ! ମଞ୍ଚେଶ୍ୱର ଥାନାରେ ଅଭିଯୋଗ,ସ୍ୱାମୀ ଜଗବନ୍ଧୁ ଅଟକ।

୧୩-ଓଡ଼ିଶା ବଜାରରେ ରାଜୁତି କରୁଛି ଆନ୍ଧ୍ର ପଇଡ଼; ଦାମ୍ ବି ଗୋଟାକୁ ୭୦ ଟଙ୍କା , ହେଲେ କମ୍ ମିଠା।

୧୪-ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା: ଏସବିଆଇରେ ବେତନ ବ୍ୟାଙ୍କ ଖାତା ଥିଲେ, ଦୁର୍ଘଟଣା ମୃତ୍ୟୁ ବୀମାରେ ମିଳିବ ୧ କୋଟି।

୧୫-ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୨୦ ହାର୍ଡକୋର ମାଓବାଦୀ।

୧୬-ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ, ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ କରିବାକୁ ପରାମର୍ଶ।

୧୭-ମୁମ୍ବାଇ:ଶିଳ୍ପା ଶେଟ୍ଟୀଙ୍କ ବଡ଼ ନିଷ୍ପତ୍ତି, ୬୦ କୋଟିର ଠକେଇ ମାମଲା ପରେ ରେଷ୍ଟୁରାଣ୍ଟ ବାଷ୍ଟିଆନ୍‌ରେ ପଡ଼ିଲା ତାଲା।

୧୮-ନୂଆଦିଲ୍ଲୀ:GST ହାର ହ୍ରାସ,ଜନତା ଆଶ୍ବସ୍ତ,୧୨ ଓ ୨୮ ପ୍ରତିଶତ ସ୍ଲାବ ହଟିଲା,୫ ଓ ୧୮ ବଳବତ୍ତର।

୧୯-ଟାରିଫ୍‌ ଓ୍ବାର ମଧ୍ୟରେ ପୁଟିନଙ୍କ ଭାରତକୁ ଉପହାର; ଅଶୋଧିତ ତୈଳ ଉପରେ ଅଧିକ ରିହାତି, ଭାରତକୁ S-400ର ଯୋଗାଣ ବୃଦ୍ଧି।

୨୦-ୟୁକ୍ରେନ ଉପରେ ପୁଣି ନିଆଁ ବର୍ଷା କଲା ରୁଷ, ୫୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ କଲା ଆକ୍ରମଣ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)