ଖବର ଆଜିର ତାରିଖ:୦୭/୦୯/୨୫, ରବିବାର



୧-ଆଜି ରାତିରେ ଚନ୍ଦ୍ରଗ୍ରହଣ; ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ ଓ ରାତି ୧ଟା ୨୮ରେ ସର୍ବମୋକ୍ଷ।ଦିନ ୧୨ଟା ୫୭ରୁ ପାକ ତ୍ୟାଗ।

୨-କଟକ: ସେପ୍ଟେମ୍ବର ୨୭ରେ ହେବ ସ୍ବତନ୍ତ୍ର OTET,୧୭ରୁ ମିଳିବ ଆଡମିଟ୍ କାର୍ଡ।

୩-ଭୁବନେଶ୍ୱର:ପୁଣି ଘୁଞ୍ଚିଲା SI ପରୀକ୍ଷା, ଅକ୍ଟୋବର ୫ ଓ ୬ ରେ ହେବା ପାଇଁ ବିଜ୍ଞପ୍ତି ଜାରି।

୪-ଭୁବନେଶ୍ୱର:୫-ଟି ସ୍କୁଲ ଅନିୟମିତତା ଧରିଲେ CAG,୬ ଜିଲାରେ ହୋଇଛି ୯୦ କୋଟି ହେରଫେର।

୫-ଭୁବନେଶ୍ୱର:ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ପଞ୍ଚାୟତ କର୍ମଚାରୀଙ୍କଠାରୁ ବିଡିଓଙ୍କ ପାଇଁ ଲାଗୁହେବ ବାୟୋମେଟ୍ରିକ ବ୍ୟବସ୍ଥା।

୬-ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ହେବ ପ୍ରବଳ ବର୍ଷା; ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ, ୮ ସେପ୍ଟେମ୍ବର ପରେ ବଦଳିବ ପାଗ।

୭-ଭୁବନେଶ୍ଵର: ୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ,କେବଳ ଟ୍ବିନ୍ ସିଟି ନୁହେଁ , ସବୁ ମ୍ୟୁନିସିପାଲଟି ଅଞ୍ଚଳରେ କାମ ହେବ: ମନ୍ତ୍ରୀ 

୮-ଅନୁଗୋଳ,ଖଣ୍ଡାହତା:ଦୁର୍ଘଟଣାରେ ସ୍ବାମୀ, ସ୍ତ୍ରୀ ସମେତ ଅଟୋ ଚାଳକ ମୃତ, ୨ ଗୁରୁତର।

୯-ପୁଣି ଖାକିରେ ଦାଗ; ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ସୁବର୍ଣ୍ଣପୁର ଥାନା ବାବୁ, କୋଡିଏ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

୧୦-ଶିକ୍ଷକ ଆନ୍ଦୋଳନ ପରେ ତତ୍ପରତା, ଶିକ୍ଷକ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କଲେ ମନ୍ତ୍ରୀ।

୧୧-ଭୁବନେଶ୍ୱର:ଅନନ୍ତ ବାସୁଦେବ ମନ୍ଦିର, ପୂଜା କଲେ ୩୫ ହଜାରରୁ ଉର୍ଦ୍ଧ୍ବ ବ୍ରତଧାରୀ।

୧୨-ଖୋର୍ଦ୍ଧା:କଳିଙ୍ଗମୁଣ୍ଡିଆ ପଥର ଖଣିରୁ ଯୁବତୀଙ୍କ ମୃତଦେହ ଜବତ ଘଟଣା, ହତ୍ୟାକାରୀ ପ୍ରେମିକ ଗିରଫ

୧୩-ଗୋବର୍ଦ୍ଧନ ମଠରେ ରାଜ ପରିବାରର ମେଳି, ମନ୍ଦିରଗୁଡିକର ବିକାଶ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଲେ ଆଲୋଚନା।

୧୪-କଟକ: ରାଜ୍ୟବ୍ୟାପୀ ଓଭରଲୋଡିଂ ଓ ଫିଟନେସ ଯାଞ୍ଚ,୩ ଦିନରେ ୪୦୧ ଗାଡ଼ିର ପ୍ରମାଣପତ୍ର ରଦ୍ଦ।

୧୫-ନୀତି ଅନୁଯାୟୀ ପରମ୍ପରା ପାଳନ ପାଇଁ ଇସ୍କନକୁ ମାସେ ସମୟ, ନମାନିଲେ ଆଇନର ଆଶ୍ରୟ ନେବୁ : ଗଜପତି ମହାରାଜା।

୧୬-ନୂଆ ଦିଲ୍ଲୀ:ଦେଶର ୪୭% ମନ୍ତ୍ରୀଙ୍କ ନାମରେ ଫୌଜଦାରୀ ମାମଲା

୧୭-୯ରୁ ଏସିଆ କପ୍ କ୍ରିକେଟ, ତିକ୍ତତା ଭିତରେ ମଇଦାନରେ ଲଢ଼ିବେ ଭାରତ-ପାକିସ୍ତାନ।

୧୮-ମୁମ୍ବାଇରେ ୪୦୦ କେଜି ଆରଡିଏକ୍ସ ଓ ୩୪ ଆତ୍ମଘାତୀ ବିସ୍ଫୋରଣକାରୀ ଘଟଣା, ଜଣେ ଗିରଫ।

୧୯-ଗୁଜରାଟ ପାୱାଗଡ଼ ଶକ୍ତିପୀଠରେ ବଡ଼ ଦୁର୍ଘଟଣା; ମାଲବାହୀ ରୋପୱେ ଛିଣ୍ଡି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ

୨୦-ଏସିଆ କପ ଫାଇନାଲରେ ଭାରତ, ଚୀନକୁ ଏକତରଫା ମୁକାବିଲାରେ ୭-୦ରେ ଦେଲା ମାତ୍‌।ଭାରତ -ଦକ୍ଷିଣ କୋରିଆ ଫାଇନାଲ ଆଜି।

୨୧-ଫେସବୁକ, ହ୍ବାଟ୍ସଆପ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ସମେତ ୨୬ ଆପ୍‌ ନିଷିଦ୍ଧ କଲା ନେପାଳ ।

୨୨-ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ନିଷ୍ପତ୍ତି: ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବେ ନାହିଁ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)