ଖବର ଆଜିର ତାରିଖ:୦୩/୦୯/୨୫, ବୁଧବାର



୧-ରାଜ୍ୟର ୨ ମେଡିକାଲ୍ କଲେଜ ପାଇଁ ୨୦୦ MBBS ସିଟ୍ ମଞ୍ଜୁର, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ କହିଲେ ମୁଖ୍ୟମନ୍ତ୍ରୀ।

୨-ଭୁବନେଶ୍ୱର:ଆସନ୍ତା ସୋମବାରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ,ଆଜିଠୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ।

୩-ଘୁଞ୍ଚିଲା ଏନଆରଟିଏସ ପରୀକ୍ଷା, ସେପ୍ଟେମ୍ବର ୧୦ ପରିବର୍ତ୍ତେ ୧୯ରେ ହେବ।ସକାଳ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।

୪-କଟକ:୨୨ ତାରିଖରେ ହେବ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା।ସମୟ ରହିବ ଦିନ ୧୦ଟାରୁ ଦିନ ୧୨ଟା।

୫-ପୁରୀ:ସାର ବିକ୍ରୀରେ ଅନିୟମିତତା,୧୫୦ ବିକ୍ରେତାଙ୍କୁ ନୋଟିସ୍ ଜାରି।

୬-ପୁରୀ:ଛତିଶା ନିଯୋଗ ବୈଠକ ଶେଷ, ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ଅନୁମୋଦନ; ରାତ୍ର ୨ ଟାରୁ ଫିଟିବ ଦ୍ବାର।

୭-କବିସୂର୍ଯ୍ୟନଗର: ଝିଅର ପ୍ରେମ ବିବାହ, କୁଳ ସମାଜ ପକ୍ଷରୁ ପିତାଙ୍କୁ ୫୦ ହଜାର ତଣ୍ଡ।

୮-ଖୋର୍ଦ୍ଧା, ମୁଦୁଲିଢିହ ଗ୍ରାମ:ଦିନ ମଜୁରିଆ ଭାବେ ବେଙ୍ଗାଲୁରୁରେ କାମ କରୁଥିଲେ ଶୁଭମ ଶବର, ପାସ୍ କଲେ NEET,ବ୍ରହ୍ମପୁରର ମେଡିକାଲ କଲେଜରେ MBBS ପାଇଁ ନାମ ଲେଖାଇଲେ।ଶୁଭମଙ୍କ ବାପା ଜଣେ ଛୋଟ ଚାଷୀ, ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ।

୯-୮ ମାସ ହେଲା ଗଡୁଛି ୪୨୦ ଦଦରା ଆମ୍ବୁଲାନ୍ସ, ଡିସେମ୍ବରରୁ ସରିଲାଣି ଅବଧି, ରଙ୍ଗ ବଦଳିଲା, ବ୍ୟବସ୍ଥା ସୁଧୁରିଲା ନାହିଁ।

୧୦-ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ।

୧୧-ଭୁବନେଶ୍ୱର:୪ କୋଟି ଟଙ୍କା ହେରଫେର୍‌ ; ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ।

୧୨-ରାୟଗଡ଼ା:ଖାକିରେ ପୁଣି ଲାଗିଲା ଦାଗ , ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ୩ ହୋମଗାର୍ଡ ସମେତ ୭ ଅଭିଯୁକ୍ତ ଗିରଫ।

୧୩-ସମ୍ବଲପୁର:ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ୨ଟି ଗେଟ୍।

୧୪-ଭୁବନେଶ୍ୱର:ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ।

୧୫-ଗଞ୍ଜାମ:ଏମକେସିଜି ମେଡିକାଲରେ ପୁଣି ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ଶାରୀରିକ-ମାନସିକ ନିର୍ଯାତନା ଦେଉଛନ୍ତି ସିନିୟର!

୧୬-ଛତିଶଗଡ଼:ମାଓବାଦୀଙ୍କ ବର୍ବରତା; ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଯୁବକଙ୍କୁ ଗଳା କାଟି ଅତି ନର୍ମମ ଭାବେ କଲେ ହତ୍ୟା।

୧୭-ପୂଜା ପୂର୍ବରୁ କର୍ମଚାରୀଙ୍କ ଦରମା ବୃଦ୍ଧି କଲା IT କମ୍ପାନି TCS।ଅଧିକାଂଶ କର୍ମଚାରୀଙ୍କ ଦରମା ୪.୫-୭ ପ୍ରତିଶତ ବୃଦ୍ଧି,ଭଲ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ୧୦ ପ୍ରତିଶତ ଇନକ୍ରିମେଣ୍ଟ।

୧୮-ଉତ୍ତର ପ୍ରଦେଶ :ହେଲମେଟ୍ ନଥିଲେ ପେଟ୍ରୋଲପମ୍ପରେ ମିଳିବନି ତେଲ।

୧୯-ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେବା ଘଟଣା: ୪ରେ ବିହାର ବନ୍ଦ ଡାକରା।

୨୦-ସେମିକନ୍ ଇଣ୍ଡିଆ ସମ୍ମିଳନୀ-୨୦୨୫ର ଶୁଭାରମ୍ଭ: ଦିଲ୍ଲୀ ଯଶୋଭୂମିରେ ୩ ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୨୧-କାବୁଲ: ଆଫଗାନିସ୍ତାନ ଭୂକମ୍ପ, ମୃତ୍ୟୁ ସଂଖ୍ୟା ୧୪୦୦ ଟପିଲା। ସହସ୍ରାଧିକ ଏବେ ବି ନିଖୋଜ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024