ଖବର ଆଜିର ତାରିଖ:୦୨/୦୯/୨୫, ମଙ୍ଗଳବାର
୧-ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଶିକ୍ଷକତା ପାଇଁ TET ବାଧ୍ୟତାମୂଳକ, ନହେଲେ ପଦୋନ୍ନତି ନାହିଁ,ଚାକିରି ଛାଡ଼ିବାକୁ ପଡ଼ିବ।
୨-ଭୁବନେଶ୍ୱର:ଅପରେସନ ‘ଅନ୍ଵେଷଣ’, ୫ ଦିନରେ ୩୫୮ ଶିଶୁ ଓ ୨୦୫୯ ମହିଳା ଉଦ୍ଧାର।
୩-ଟାଟା ପାଓ୍ବାରର ରୁଫ୍ ଟଫ୍ ସୋଲାର ସ୍କିମ୍,୫ ହଜାର ଟଙ୍କାରେ ମିଳିବ ୧ କିଲୋଓ୍ବାଟ୍ ରୁଫ୍ ଟଫ୍ ସୋଲାର ବ୍ୟବସ୍ଥା।
୪-ପ୍ରାଥମିକ ଶିକ୍ଷକଙ୍କ ଚେତାବନୀ,ଗୁରୁଦିବସରେ ଦାବି ପୂରଣ କର ନ ହେଲେ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ହେବ ଆନ୍ଦୋଳନ।
୫-କ୍ୱାଡ୍ ସିଟି ଯୋଜନାରେ ତିଆରି ହେବ ଅର୍ଥନୈତିକ କ୍ଷେତ୍ର, ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର।
୬-ବ୍ରହ୍ମପୁର: ଅସମ୍ଭାଳ କଲାଣି ୟୁରିଆ ସଂକଟ,ବସ୍ତାଏ ସାର ପାଇଁ ଚାଷୀ ହଟହଟା,ଗର୍ଜିଲା ବିଜେଡି।
୭-ଗୋପାଳପୁର:ଫିନାଇଲ ପିଇଲେ ନାବାଳିକା ଛାତ୍ରୀ, ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି, ପ୍ରେମିକ ଅଟକ।
୮-ଭୁବନେଶ୍ୱର:ସେପ୍ଟେମ୍ବର ୧୫ ଯାଏଁ ଅନଲାଇନ୍ ରେ ଇଗ୍ନୋରେ ହେବ ନାମଲେଖା।
୯-ଭୁବନେଶ୍ବର: ଏଥର ଦୁର୍ଗାପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଓ ବାଣ ବନ୍ଦ, କେବଳ ପାରମ୍ପରିକ ବାଜାରେ ହେବ ମା'ଙ୍କ ଭସାଣ।
୧୦-ଅକ୍ଟୋବର ୮ରୁ ଆରମ୍ଭ ହେବ ଆରଆଇ, ଅମିନ ପରୀକ୍ଷା,ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ।
୧୧-ଢେଙ୍କାନାଳରେ ୬୫ ହଜାର ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଆଜ୍ଞା ଲଡୁ, ତିନି ତାରିଖରେ ହେବ ମିଳିତ ଭସାଣୀ ଉତ୍ସବ।
୧୨-ବରମୁଣ୍ଡା ବସ ଟର୍ମିନାଲକୁ ଯିବ ପୁରୁଣା ବସ୍ ଷ୍ଟାଣ୍ଡ ଦୋକାନ, ଲଟେରୀ ଜରିଆରେ ଦୋକାନୀ ପାଇବେ ଦୋକାନ।
୧୩-ବିପଦରେ କାକଟପୁର ମା ମଙ୍ଗଳାଙ୍କ ମନ୍ଦିରର, ମନ୍ଦିରର ବିଭିନ୍ନ ସ୍ଥାନରେ ଛାତରୁ ଗଳୁଛି ପାଣି।
୧୪-ଜିଏସଟି କାଉନସିଲ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ସେପ୍ଟେମ୍ବର ୩ ଓ ୪ ତାରିଖରେ ନୂଆଦିଲ୍ଲୀରେ ହେବ ବୈଠକ।
୧୫-ଲାଞ୍ଜିଗଡ଼:ବେଦାନ୍ତର ମେଗା ସ୍ବାସ୍ଥ୍ୟ ଶିବିର, ୪୦୦ ହିତାଧିକାରୀଙ୍କୁ ମାଗଣା ପରାମର୍ଶ ସହ କଲା ଔଷଧ ପ୍ରଦାନ।
୧୬-ପ୍ରଥମ ଥର ୧ ଲକ୍ଷ ୫ ହଜାର ଟଙ୍କା ପାର୍ କଲା ସୁନା ଦର , ରୂପା ଦର ମଧ୍ୟ ରେକର୍ଡ ସ୍ତରରେ।
୧୭-ନୁଆ ଦିଲ୍ଲୀ:ମହିଳା ବିଶ୍ୱକପରେ ରେକର୍ଡ, ମିଳିବ ୧୨୨ କୋଟି ଟଙ୍କାର ପୁରସ୍କାର।
୧୮-ଖୁବ୍ ଶୀଘ୍ର ଫୁଟିବ ହାଇଡ୍ରୋଜନ ବୋମା: ‘ଭୋଟ ଚୋରି’ ରେ ନୂଆ ଖୁଲାସାର ସଂକେତ ଦେଲେ ରାହୁଲ।
୧୯-ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦,୧୩୦୦ରୁ ଅଧିକ ଲୋକ ଏଥିରେ ଆହତ।
୨୦-ଭାରତ ଉପରେ ଶୁଳ୍କ ଲଗାଇବାକୁ ନେଇ ଡେନାଲ୍ଡ ଟ୍ରମ୍ପଙ୍କ ସଫେଇ: ଭାରତର ଅଧିକ ଶୁଳ୍କ ଯୋଗୁଁ ଆମେରିକା କମ୍ପାନୀ କରିପାରୁନାହାନ୍ତି ବ୍ୟବସାୟ।
Comments
Post a Comment