ଖବର ଆଜିର ତାରିଖ:୧୦/୦୭/୨୫, ଗୁରୁବାର



୧-ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଟାଙ୍କିରେ ପହଞ୍ଚି ପାରୁନି ପେଟ୍ରୋଲ ଓ ଡିଜେଲ, ଠପ୍ ହୋଇଯିବ ପରିବହନ।

୨-ଭାରତ ବନ୍ଦ: ପ୍ରମୁଖ ସେବା ବାଧାପ୍ରାପ୍ତ, ଓଡ଼ିଶାରେ ଆଂଶିକ ପ୍ରଭାବ।

୩-ଭୁବନେଶ୍ୱର:ପୁଣି ଫେରିଲା ପାସ୍ ଫେଲ;ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

୪-ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ବାଇ ପାସ୍ ନିର୍ମାଣ ପ୍ରସ୍ତାବ: ଖୁବ୍ ଶୀଘ୍ର ବାଜିପାରେ କେନ୍ଦ୍ରିୟ ମୋହର।

୫-ଆସନ୍ତା ସପ୍ତାହରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୬-୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ।

୭-ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ।

୮-ପୁରୀ:କଟକଣା ସତ୍ବେ ମାନିଲେନି ସେବାୟତ; ରଥ ଉପରେ ମୋବାଇଲ ବ୍ୟବହାର କରିବା କାରଣରୁ ୭ଜଣଙ୍କ ନାଁରେ ରୁଜୁ ହେଲା ମାମଲା।

୯-ବିଜେଡିକୁ ବଡ଼ ଝଟକା, ଦଳ ଛାଡ଼ିଲେ ସୁନୀତା ବିଶ୍ୱାଳ; କଂଗ୍ରେସକୁ ଫେରିପାରନ୍ତି।

୧୦-ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକରେ ଡାଇରିଆ, କଣାସରେ ବିଭିନ୍ନ ଅଞ୍ଚଳ ଅନୁଧ୍ୟାନ କଲେ ଜିଲ୍ଲାପାଳ।

୧୧-ବ୍ୟାସନଗର ରାଜନୀତି ସରଗରମ: ବଢୁଛି ବିଜେପି -ବିଜେଡି କନ୍ଦଳ।

୧୨-ବାଂଲାଦେଶୀ ଯାଞ୍ଚକୁ ନେଇ ଝଡ଼:ମହୁଆଙ୍କ ଧମକ, ଟଙ୍କଧରଙ୍କ ଜବାବ,୪୪୪ ଜଣଙ୍କ ଚାଲିଛି ଯାଞ୍ଚ।

୧୩-ଭୁବନେଶ୍ୱର: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଛୁଇଁଲା। ବର୍ଷା ଜାରି ରହିଥିବା ଯୋଗୁଁ ରୋଗୀ ସଂଖ୍ୟା ବଢିପାରେ।

୧୪-ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍, ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ହୋଇଥିଲେ ଗିରଫ।

୧୫-ପିପିଲି:କୁକୁଡ଼ା ଚାଷୀ ଚିନ୍ତାରେ; ଶହ ଶହ ସଂଖ୍ୟାରେ କୁକୁଡ଼ା ମରୁଥିବା ଅଭିଯୋଗ।

୧୬-ମନମୋହନଙ୍କ ବଡ଼ ସୂଚନା, ଖୁବଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ।

୧୭-ACF ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ।

୧୮-ଛତ୍ରପୁର:ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା

୧୯-IPS ସ୍ତରରେ ଅଦଳ ବଦଳ, ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍‌।

୨୦-ଗୁୁଜୁରାଟରେ ପୋଲ ଭୁଶୁଡ଼ିବା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ; ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି କଲେ ଘୋଷଣା।

୨୧-ଲର୍ଡସ୍ ଟେଷ୍ଟ :ଆଜିଠୁ ଭାରତ - ଇଂଲଣ୍ଡ ଲର୍ଡସ ଲଢେଇ।

୨୨-କିଭ୍: ୟୁକ୍ରେନ ଉପରେ ୭୨୦ ଡ୍ରୋନ୍,୧୩ କ୍ଷେପଣାସ୍ତ୍ର ମାଡ଼ କଲା ଋଷ୍।କେହି ମୃତାହତ ହୋଇନାହାନ୍ତି।

For more updates Join our WhatsApp Channel

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)