ଖବର ଆଜିର ତାରିଖ:୨୭/୦୭/୨୫, ରବିବାର



୧-ଭୁବନେଶ୍ୱର:ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ପଞ୍ଜିକରଣ ଆରମ୍ଭ, ଅଗଷ୍ଟ ୩୧ ଶେଷ ତାରିଖ।

୨-ବିଏଡ୍ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର : ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ।

୩-ଜୁଲାଇ ୨୮ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଜଣଙ୍କ ଅନଲାଇନ୍ ପଞ୍ଜୀକରଣ ଶେଷ।

୪-ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା: ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି।

୫-ପାଟଣା:ପୁରୁଣା ବାଇକ ସହ ସାଙ୍ଗକୁ ବନ୍ଧା ପକାଇ ନୂଆ ଗାଡ଼ି ନେଇ ଯୁବକ ଫେରାର।

୬-ସଂସଦ ରତ୍ନ ପୁରସ୍କାରରେ ୧୭ ସାଂସଦ ସମ୍ମାନିତ, ଭର୍ତ୍ତୃହରିଙ୍କୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର।

୭-ରାଜନଗର, ଡାଙ୍ଗମାଳ:ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ।

୮-ବେଲବାହାଳି:ଜମିରେ ଅଣ୍ଟାଏ ପାଣି,ଭାସିଗଲା ଧାନ ତଳି,୨୦୦ ଏକରରୁ ଅଧିକ ଜମି ଜଳାର୍ଣ୍ଣବ।

୯-ବଳଙ୍ଗା ନାବଳିକା ପୋଡି ଘଟଣାକୁ ବିତିଲାଣି ୮ଦିନ । ପୁରୀରୁ ଦିଲ୍ଲୀ ପର୍ୟ୍ୟନ୍ତ ଚାଲିଛି ତଦନ୍ତ । ତଥାପି ରହସ୍ୟ ଖୋଲି ପାରୁନି ତଦନ୍ତକାରୀ ସଂସ୍ଥା । ଏସପି କହିଲେ, ସବୁ ଦିଗରୁ କରାଯାଉଛି ଯାଂଚ।

୧୦-କେନ୍ଦ୍ରାପଡ଼ା: ବଳଦେବଜୀଉ ପାଓ୍ବାରଲୁମ୍ କୁ ପୁନଃରୁଦ୍ଧାର କରିବା ପାଇଁ ସଚେତନ ନାଗରିକ ମହଲର ଦାବି।

୧୧-ପଟ୍ଟାମୁଣ୍ଡାଇ:ବସ ଧକ୍କାରେ ଶଳା-ଭିଣୋଇଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ,ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକାକୁଳ ପରିବେଶ।

୧୨-କଣିହାଁ: ବ୍ରାହ୍ମଣୀରୁ ଧରା ହେଲେ ୩ ବଡ଼ କଣା ମାଛ, ଗୋଟିଏ ମାଛର ଓଜନ ଥିଲା ୪୫ କେଜି।

୧୩-ବନ୍ଧା ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଘରେ ବିଡ଼ା ବିଡ଼ା ଟଙ୍କା ଗଣି ଭିଜିଲାନ୍ସ ହେଲେ ହାଲିଆ।

୧୪-ଯୁଯୁମରା ଦେବଝରଣରେ ଅଘଟଣ, ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ।

୧୫-ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଣିକି ମିଳିବ ୧୦ ଲକ୍ଷ ଟଙ୍କାର ଜୀବନବୀମା।

୧୬-ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଲୋଚନା ହୋଇନି

୧୭-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପରେ ବାଧା, ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ କଲେ ରାଜ୍ୟ ସରକାର।

୧୮-ସେପ୍ଟେମ୍ୱର ୯ ଏସିଆ କପ୍: 14ରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ।

୧୯-ଭୂ-କମ୍ପରେ ଥରିଲା ଜମ୍ମୁ-କାଶ୍ମୀରର ଡୋଡା; ରିକ୍ଟର ସ୍କେଲରେ ରହିଛି ୪.୧ ତୀବ୍ରତା

୨୦-ମାଞ୍ଚେଷ୍ଟର:୪ର୍ଥ ଟେଷ୍ଟ,ଭାରତ ୨ୟ ପାଳିରେ ୧୭୪/୨,କେ ଏଲ ରାହୁଲ ଅପରାଜିତ ୮୭।

୨୧-ଥାଇଲାଣ୍ଡ-କାମ୍ବୋଡିଆ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଉଭୟ ଦେଶର ୩୨ମୃତ । ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କାମ୍ୱୋଡିଆର ଅପିଲ । 

୨୨-ଇରାନରେ ବଡ଼ ଆତଙ୍କୀ ଆକ୍ରମଣ । କୋର୍ଟ ଉପରକୁ ଗ୍ରେନେଡ୍ ମାଡ଼, ୭ ଜଣଙ୍କ ମୃତ୍ୟୁ । ଆକ୍ରମଣ ପଛରେ ବାଲୁଚି ଜିହାଦୀ ଗୋଷ୍ଠୀ ଜୈଶ୍ ଅଲ-ଆଦଲ ଥିବା ସୂଚନା।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)