ଖବର ଆଜିର ତାରିଖ:୦୧/୦୮/୨୫, ଶୁକ୍ରବାର
୧-ଭୁବନେଶ୍ୱର:ଆଜି ପ୍ରକାଶ ପାଇବ ବିଏଡ୍ ପ୍ରବେଶିକା ଫଳ,୮ରେ ହେବ ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ।
୨-ସୁନ୍ଦରଗଡ଼, ପଞ୍ଚାୟତସମିତି ମହାବିଦ୍ୟାଳୟ: ଠିକ୍ ଠାକ୍ ଚୁଟି କାଟ, ଠିକ୍ ଠାକ୍ ପ୍ୟାଣ୍ଟ ସାର୍ଟ ପିନ୍ଧ । ଶୃଙ୍ଖଳିତ ରୁହ, ପାଠପଢାରେ ମନ ଦିଅ। ବିଶୃଙ୍ଖଳିତ ହେଲେ କଲେଜକୁ ପ୍ରବେଶ ମନା।
୩-ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।
୪-ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
୫-ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ‘ସି-ବକ୍ସ’ ପୋର୍ଟାଲରେ ରହିବ କଲେଜର ଆଇସିସି, ପହିଲା ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ।
୬-ଭୁବନେଶ୍ୱର:ବିଦ୍ୟାଳୟରେ ଉନ୍ନତମାନର ପୋଷାକ ବଣ୍ଟନ ନିର୍ଦେଶ, ଅବହେଳା କଲେ କଳା ତାଲିକାଭୁକ୍ତ ହେବ ସଂସ୍ଥା।
୭-ଢେଙ୍କାନାଳ:୩ ଜଣଙ୍କୁ କଚାଡ଼ି ମାରିଲା ହାତୀ, ସମସ୍ତଙ୍କୁ କ୍ଷତିପୂରଣ ମିଳିବା ନେଇ ମନ୍ତ୍ରୀଙ୍କ ସୂଚନା।
୮-ଜଗତସିଂହପୁର ଜିଲ୍ଲାରେ ବଢୁଛି ଜଣ୍ଡିସ୍; ୫ ଦିନରେ ୪୦ରୁ ଅଧିକ ଆକ୍ରାନ୍ତ।
୯-ସମ୍ବଲପୁର:ଗୋଟିଏ ବାଇକରେ ୫ ଯାତ୍ରୀ, ଭିଡିଓ ଭାଇରାଲ ପରେ ଜରିମାନା କଲା ପୁଲିସ।
୧୦-ଭୁବନେଶ୍ୱର: ଓଡ଼ିଆ ଭାଷାରେ ଛପା ହେବ ଓଡ଼ିଶା ମାନଚିତ୍ର, ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଚିଠି।
୧୧-ChatGPT ଆରମ୍ଭ କଲା ଷ୍ଟଡି ମୋଡ୍, ଭାରତରେ ମାଗଣା,ଶିକ୍ଷା, ରିଭିଜନ ଏବଂ ପରୀକ୍ଷା ପ୍ରସ୍ତୁତିରେ ଛାତ୍ରମାନଙ୍କୁ ସହାୟତା କରିବ।
୧୨-ଭବାନୀପାଟଣା:କାରାମୁକ୍ତ ହେଲେ ପୂର୍ବତନ ଉପଜିଲାପାଳ ଧିମାନ ଚକମା।ଜୁନ ୮ରେ ଗିରଫ ହୋଇଥିଲେ।
୧୩-ଭୁବନେଶ୍ୱର:ବସ୍ତିବାସିନ୍ଦାଙ୍କୁ ବିଡିଏ ପକ୍ଷରୁ ଘର ଆବଣ୍ଟନ, ୩୮ଜଣଙ୍କର ଉଠିଲା ଲଟେରି।
୧୪-ସେପ୍ଟେମ୍ବର ୧୭: ମୋଦିଙ୍କୁ ୭୫ତମ ଜନ୍ମ ଦିନ ଉପହାର, ଓଡ଼ିଶାରେ ଲାଗିବ ୭୫ ଲକ୍ଷ ଗଛ।
୧୫-ତାମିଲନାଡୁ:୪୯ ବର୍ଷ ବୟସରେ ଫିଜିଓଥେରାପିଷ୍ଟ ମାନିଭନ୍ନାନ, ପଢ଼ିବେ ଡାକ୍ତରୀ, ମାଆ ଓ ଝିଅ ଉଭୟ ପାଇଲେ NEET।
୧୬-୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ରାଣୀ ମୁଖାର୍ଜୀ ଓ ବିକ୍ରାନ୍ତ ମେସିଙ୍କୁ ମିଳିପାରେ ଜାତୀୟ ପୁରସ୍କାର !
୧୭-ମୁମ୍ବାଇ:୨୦୦୮ ମାଲେଗାଓ ବିସ୍ଫୋରଣ ମାମଲା,ପ୍ରଜ୍ଞାଙ୍କ ସହ ୭ ଅଭିଯୁକ୍ତ ଖଲାସ।
୧୮-ବିଜେପି ହାତ ଛାଡ଼ିଲା ଏଆଇଏଡିଏମକେ,ଆଗାମୀ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେ ଏକାକୀ ମଇଦାନକୁ ଓହ୍ଲାଇବ।
୧୯-ଓଭାଲ ଟେଷ୍ଟ:ପ୍ରଥମ ଦିନରେ ଭାରତ ୬/୨୦୪,ସୋବର୍ସ,ଗାଭାସ୍କରଙ୍କୁ ପଛରେ ପକାଇଲେ ଗିଲ୍।
୨୦-ପାକିସ୍ତାନକୁ ପାନେ ଦେବା ପାଇଁ ଆଉ ପାଦେ ଆଗେଇଲା ଭାରତ, ଚେନାବ ନଦୀରେ ୪୦ ବର୍ଷ ପରେ ଆରମ୍ଭ ହେବ ସାୱଲକୋଟ୍ ଜଳବିଦ୍ୟୁତ୍ ପ୍ରକଳ୍ପ।
୨୧-କିଭ୍ ଉପରେ ପୁଣି ରୁଷ୍ର ମିଶାଇଲ୍ ବର୍ଷା, ୬ ମୃତ,୫୨ରୁ ଅଧିକ ଲୋକ ଆହତ।
୨୨-ଓ୍ବାସିଂଟନ୍:ଟ୍ରମ୍ପଙ୍କ ପାକ୍ ପ୍ରେମ ଉଛୁଳିଲା, ପାକିସ୍ଥାନରେ ଆମେରିକା କରିବ ତେଲ ଭଣ୍ଡାର।
Comments
Post a Comment