ଖବର ଆଜିର ତାରିଖ:୩୧/୦୭/୨୫, ଗୁରୁବାର
୧-ଭୁବନେଶ୍ୱର:ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟାରେ ୩୦ ହଜାର ଲୋକ ପ୍ରଭାବିତ,୫୮୬୯ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ୭ ଦିନ ପର୍ଯ୍ୟନ୍ତ ଦିଆଯିବ ରନ୍ଧା ଖାଦ୍ୟ।
୨-ଆରଆଇ ଅମିନ ମିଳିତ ପ୍ରିଲିମ୍ ଓ ମୁଖ୍ୟ ପରୀକ୍ଷା ରଦ୍ଦ, ଅଗଷ୍ଟ ୧୩ ସୁଦ୍ଧା ସାନି ବିଜ୍ଞପ୍ତି।ପୂର୍ବରୁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଆଉ ଆବେଦନ କରିବାକୁ ପଡିବ ନାହିଁ।
୩-ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା:୬ ଜଣ ଗିରଫ, ବୋର୍ଡ ଉପସଭାପତିଙ୍କ ଲାପଟପ୍ ରୁ ପ୍ରଘଟ,ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ।
୪-ବନ୍ୟା ପାଣିରେ ‘ସାପ କାମୁଡାକୁ’ ଡର; ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି,ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଯିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ।
୫-ଭୁବନେଶ୍ୱର:୧୬ରୁ ଭୁବନେଶ୍ୱର -ଝାରସୁଗୁଡା ବିମାନ ସେବା ଆରମ୍ଭ, ସପ୍ତାହକୁ ୫ ଦିନ ଚାଲିବ।
୬-ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା କରିପାରିବେ ଆବେଦନ।
୭-ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ, ଭୁବନେଶ୍ଵର ଆର ଆଣ୍ଡ୍ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ।
୮-ଭୁବନେଶ୍ୱର:ଥରେ ବ୍ୟବହାର ହୋଇଯାଇଥିବା ପ୍ଲାଷ୍ଟିକ ବୋତଲ ମନା,ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ଲାଗିଲା କଟକଣା।
୯-ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା : ଚଳନ୍ତା ଗାଡ଼ିରେ ମୋବାଇଲ ଧରି କରୁଛନ୍ତି ଭିଡିଓ , ନଜର ରଖିଛି RTO।
୧୦-କେନ୍ଦ୍ରକୁ ଡେପୁଟେସନରେ ଯିବେ ଆର୍.ପି. କୋଚେ ଏବଂ ଯଶୱନ୍ତ କୁମାର ଜେଠୱା; ଦୁଇ ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ।
୧୧-OAS ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଥାନାରେ ଅଭିଯୋଗ କଲେ ପତ୍ନୀ : ନବଜାତକ ପୁଅ ଓ ପତ୍ନୀଙ୍କୁ ମେଡିକାଲରେ ଛାଡ଼ି ପଳାଇଥିଲେ ସ୍ବାମୀ।
୧୨-ଅଙ୍ଗନବାଡ଼ି ପାଇଁ ଆସିବ ‘ଅସମ୍’ ଆପ୍,ଆପ୍ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ନିଜର ମତାମତ ଦେଇପାରିବେ ।
୧୩-ପୁଣି ବଢିଲା ସୁନାଦର, ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧ ଲକ୍ଷ ୪୮୦ ଟଙ୍କା, ଗତକାଲି ଥିଲା ୯୯ ହଜାର ୮୨୦ ଟଙ୍କା।
୧୪-ଶ୍ରୀହରିକୋଟା:ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘ନିସାର’ ଉତକ୍ଷେପଣ ସଫଳ।
୧୫-ଓଭାଲ:ପଞ୍ଚମ ଟେଷ୍ଟରୁ ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚର ସମେତ ୪ ଖେଳାଳି ବାଦ୍, ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ ଘୋଷଣା।
୧୬-WCL ଲିଗ ଭଳି ପାକ୍ ବିପକ୍ଷ ସେମି ଫାଇନାଲ ମ୍ୟାଚ୍କୁ ବୟକଟ, ପୂର୍ବରୁ ଓହରିଥିଲେ ସ୍ପନସର।
୧୭-କାମଧେନୁ ଯୋଜନାରେ କୃଷକଙ୍କୁ ସରକାର ଦେବେ ୨ଟି ଗାଈ, ଘରେ ଘରେ ପହଞ୍ଚିବ ଓମଫେଡ କ୍ଷୀର।
୧୮-ନୂଆ ଦିଲ୍ଲୀ:ଅଗଷ୍ଟ ୨ରେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି।
୧୯-ନୂଆ ଦିଲ୍ଲୀ:ଟ୍ରମ୍ପଙ୍କ ଘୋଷଣା, ଭାରତ ଉପରେ ୧ ଅଗଷ୍ଟରୁ ଲାଗିବ ୨୫% ଶୁଳ୍କ।
୨୦-ଅଧିକ ତୀବ୍ରତା ଭୂକମ୍ପର ଅର୍ଥ ହିରୋସିମା ପରି ୧୪୩୦୦ ପରମାଣୁ ବୋମାର ଏକକାଳୀନ ବିସ୍ଫୋରଣ! ଭୟରେ ଋଷ-ଜାପାନ।
Comments
Post a Comment