ଖବର ଆଜିର ତାରିଖ:୩୦/୦୭/୨୫, ବୁଧବାର



୧-ଭୁବନେଶ୍ୱର:କମୁଛି ସୁବର୍ଣ୍ଣରେଖା- ଜଳକା ଓ ବୈତରଣୀ ନଦୀର ଜଳସ୍ତର; ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ

୨-ପୁରୀ: ଆଜି ବନକଲାଗି ନୀତି, ୪ ଘଣ୍ଟା( ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ)ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ।

୩-ଭୁବନେଶ୍ୱର: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା ଭାଇ ପାଇଁ ଭଳିକି ଭଳି ରାକ୍ଷୀ କିଣି ନେଲେଣି ଭଉଣୀ।

୪-ବିଏମସି କମିଶନର ଭାବେ ଦାୟିତ୍ବ ନେଲେ ଚଞ୍ଚଲ ରାଣା, ସମସ୍ତ ଅଧିକାରୀଙ୍କ ସହ କଲେ ବୈଠକ।

୫-ତାଳଚେରରେ ବସ୍ ମାଲିକ ସଂଘର ଆନ୍ଦୋଳନ, ରାସ୍ତାର ଦୂରବସ୍ଥାକୁ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏ ବସ ଚଳାଚଳ ବନ୍ଦ।

୬-ଭୁବନେଶ୍ୱର:ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗ:୧ରୁ ଛାତ୍ର ଓ ଯୁବ ବିଜେଡ଼ିର ଆନ୍ଦୋଳନ ଆରମ୍ଭ।

୭-ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା: ମ୍ୟାନ୍‌ଗ୍ରୁଭ୍‌ ନର୍ସରୀରେ ଦେଖିବେ, ମ୍ୟୁଜିୟମ୍‌ର ମଜା ନେବେ ।

୮-ଭୁବନେଶ୍ବର ରୋଡ ଆଣ୍ଡ ବିଲ୍ଡିଂ ଭିଜିଜନ-୩ର ସହକାରୀ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ।ରାଜଧାନୀରେ ଗୋଟିଏ ବହୁତଳ ଅଟ୍ଟାଳିକା, ୧୩ଟି ବହୁମୂଲ୍ୟବାନ ଜମି, ନିଳାଦ୍ରୀ ବିହାରରେ ତିନି ମହଲା କୋଠା ଠାବ।

୯-ଭୁବନେଶ୍ୱର:ବିମାନ ବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ,୩ ଜଣ ଅଟକ।

୧୦-ବାଲେଶ୍ଵର:DRDO ପକ୍ଷରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର'ପ୍ରଳୟ'ର ଦ୍ବିତୀୟ ପରୀକ୍ଷା ସଫଳ।

୧୧-ରାୟଗଡ଼ା:OTET ପ୍ରଶ୍ନପତ୍ର ପ୍ରଘଟ ଘଟଣା:ଅମ୍ବାଦଳାରୁ ଶିକ୍ଷକଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ।

୧୨-ଢେଙ୍କାନାଳ: ଜମି କିଣାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଠକିଥିବା ବ୍ୟକ୍ତି ପୋଲିସ ଦ୍ବାରା ଗିରଫ।

୧୩-ମୟୂରଭଞ୍ଜ କୁଳିଅଣା ଥାନା ନୂଆଗାଁରେ ଡବଲ୍‌ ମର୍ଡର, ମାଟିତଳୁ ମାଆ ଓ ବିବାହିତ ଝିଅଙ୍କ ମୃତଦେହ ଉଦ୍ଧାର,ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରି ମାଟିରେ ପୋତି କଦଳୀ ଗଛ ଲଗାଇଥିଲା ଜ୍ୱାଇଁ।

୧୪-ଖଣ୍ଡଗିରି: ଉପକଣ୍ଠରେ ବାର୍ଡ ଫ୍ଲୁ ଆତଙ୍କ,ଖସିଲା ଚିକେନ ବିକ୍ରି, ବଢ଼ିଲା ମାଛ ଚାହିଦା।

୧୫-ସବୁ ରାଜ୍ୟରେ ସ୍ଥାପନ ହେବ ପ୍ରଧାନମନ୍ତ୍ରୀ ଏକତା ମଲ୍: ମିଳିଲା କେନ୍ଦ୍ର ଅନୁମୋଦନ, ଓଡ଼ିଶାରେ ଗଣ୍ଡମୁଣ୍ଡାରେ ହେବ ନିର୍ମାଣ।

୧୬-ରାଞ୍ଚି: ଟ୍ରକ୍ ସହ ବୋଲବମ୍ ବସ୍ ଧକ୍କା,୧୭ କାଉଡ଼ିଆ ମୃତ, ସିଟ୍ ସହ ରାସ୍ତାରେ ଖସିପଡିଲେ ଚାଳକ।

୧୭-ବିହାର:କୁକୁର ନାଁରେ ରେସିଡେନ୍ସ ସାର୍ଟିଫିକେଟ,ପ୍ରମାଣ ପତ୍ରରେ ଡଗ୍ ବାବୁ ନାଁ, ବାପା କୁତା ବାବୁ, ମାଆ କୁତିଆ ଦେବୀ ଏବଂ ଗାଁ ପୋଷ୍ଟ ପିନକୋଡ୍ ବି ଲେଖା ରହିଛି।ଏହାକୁ ଜାରି କରିଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଓ ପୁରା ଘଟଣାର ତଦନ୍ତ ଚାଲିଛି।

୧୮-ଜୁଲାଇ ୩୦ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ନାସା-ଇସ୍ରୋ ମିଳିତ ଉପଗ୍ରହ ନିସାର।

୧୯-ଆଉ ଏକ ଆମେରିକୀୟ କମ୍ପାନୀରେ ଭାରତୀୟଙ୍କ ପ୍ରଭାବ: P&Gର ସିଇଓ ହେଲେ ଶୈଳେଶ ଜେଜୁରିକର।

୨୦-ଅପରେସନ୍ ସିନ୍ଦୁରକୁ ନେଇ ବିର୍ତକରେ ମୋଦୀଙ୍କ ଅଭିଭାଷଣ; କହିଲେ, ‘ନେହୁରା ହେବାରୁ ବନ୍ଦ କଲୁ ଯୁଦ୍ଧ’, ମିଥ୍ୟା ପ୍ରମାଣିତ ହେଲା ପାକ୍‌ର ପରମାଣୁ ଧମକ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)