ଖବର ଆଜିର ତାରିଖ:୨୮/୦୭/୨୫, ସୋମବାର
୧-ଭୁବନେଶ୍ୱର: ବଢୁଛି ସୁବର୍ଣ୍ଣରେଖା,ଖସୁଛି ବୈତରଣୀ,ଡରାଉଛି ମହାନଦୀ,ଫୁଲୁଛି ହୀରାକୁଦ,୨୦ ଫାଟକ ଖୋଲା।
୨-ଶ୍ରାବଣର ତୃତୀୟ ସୋମବାର: ଗଡ଼ଗଡ଼ିଆ ଘାଟରେ ଭିଡ଼ ଅସମ୍ଭାଳ, ଶୈବପୀଠ ମୁହାଁ ହେଉଛନ୍ତି କାଉଡ଼ିଆ।
୩-ଭୁବନେଶ୍ୱର:ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରାର ତୃତୀୟ କିସ୍ତି।
୪-ମୋଦିଙ୍କ ‘ମନ୍ କି ବାତ୍: କେନ୍ଦୁଝରର ସଂକୀର୍ତ୍ତନ ମଣ୍ଡଳୀ ଏବଂ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ିକୁ କଲେ ପ୍ରଶଂସା।
୫-ଭୁବନେଶ୍ୱର: ଅବିକଳ କେନ୍ଦ୍ରୀୟ ହାରରେ ଦରମା ଦାବି, ବିଧାନସଭା ଆଗରେ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ।
୬-ନାବାଳିକା ଦୁଷ୍କର୍ମ ମାମଲା: ଗିରଫ ପରେ ବିଜେଡିରୁ ନିଳମ୍ବିତ ହେଲେ ଅମରେଶ ଜେନା।
୭-ଜର୍ମାନୀରେ ଆୟୋଜିତ ବିଶ୍ଵ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଉଦଯାପିତ, କିଟ୍ କୁ ସର୍ବାଧିକ ୧୨ ପଦକ।
୮-ଆଜି ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି; ସନ୍ଧ୍ୟା ୬ଟାରୁ ରାତି ୧୦ଟା, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ।
୯-ବଲାଙ୍ଗୀର: ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ଆସନ୍ତା ଅଗଷ୍ଟ ମାସ ୨୮ ତାରିଖରେ ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ।
୧୦-କଟକ ଓଏମପି ଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍।ଏଥିପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ ।
୧୧-ସାବାସ ଅଙ୍ଗନବାଡି ଦିଦି, ସୁଅକୁ କାଟି ପେଟେ ପାଣିରେ ପହଁରି ପହଁରି ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଦିଦି।କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡିହି ଗାଁର ଅଙ୍ଗନବାଡ଼ି ଦିଦି କରିସ୍ମା ନାଏକଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
୧୨-ଭାରତ- ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ 'ଡ୍ର'ରେ ଶେଷ: କମାଲ କରିଦେଲେ ଜାଡ଼େଜା ଓ ୱାଶିଂଟନ ସୁନ୍ଦର।
୧୩-ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କୁ ବୈଷ୍ଣବ ପାଣି କଳା ସମ୍ମାନ ପ୍ରଦାନ।
୧୪-ବୋଡ଼କ-ଆରଡ଼ି ରାସ୍ତାରେ ବନ୍ୟା ସାଙ୍ଗକୁ କୁମ୍ଭୀର ଭୟ, ରାସ୍ତା ବନ୍ଦ କଲା ପୋଲିସ।
୧୫- FM ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଅଭିଯୁକ୍ତ ଗିରଫ।
୧୬-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ମାମଲା, ଚୁକ୍ତି ବାତିଲ ଆଘାତ ଦେଇଛି : ନବୀନ ପଟ୍ଟନାୟକ
୧୭-ଆମିଷ ବଜାରରେ ବାର୍ଡ ଫ୍ଲୁ ଭୟ। ଚିକେନରୁ ମୁହଁ ଫେରାଉଛନ୍ତି ଗ୍ରାହକ। ମାନ୍ଦା ପଡ଼ିଛି ଅଣ୍ଡା,ଚିକେନ୍ ବେପାର।
୧୮-ଏସିଆ କପ୍ ଖେଳସୂଚୀ ଘୋଷଣା ପରେ ଭାରତରେ ତୀବ୍ର ପ୍ରତିକ୍ରିୟା: ପାକିସ୍ତାନ ବିପକ୍ଷରେ ନ ଖେଳିବାକୁ ଦୃଢ଼ ଦାବି।
୧୯-ହରିଦ୍ଵାର ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ୩୪ ଆହତ, ବିଦ୍ୟୁତ ତାର ଛିଡ଼ିବା ଗୁଜବରୁ ଦଳାଚକଟା ଘଟିଥିବା ସୂଚନା।
୨୦-ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ୪ ହାର୍ଡକୋର ମାଓବାଦୀ ନିହତ।
Comments
Post a Comment