ଖବର ଆଜିର ତାରିଖ:୨୫/୦୭/୨୫, ଶୁକ୍ରବାର



୧-ଭୁବନେଶ୍ୱର:୪୯୮୨ କୋଟିର ୨୩ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ, ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରାଖାନା,୧୨ ହଜାର ଲୋକଙ୍କୁ ମିଳିବ ରୋଜଗାର।

୨-ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଆଜିଠୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ।

୩-ପ୍ରକାଶ ପାଇଲା ସ୍ପେଶାଲ OJEE 2025ର ଫଳାଫଳ, ସରକାରୀ ୱେବସାଇଟ୍ – ojee.nic.in ରେ ଏହାର ରେଜଲ୍ଟ ଉପଲବ୍ଧ ।

୪-କଲେଜରେ ପଶିବନି ନିଶା ଦ୍ରବ୍ୟ: ନିଶାମୁକ୍ତ କ୍ୟାମ୍ପସ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ।

୫-ରାଜ୍ୟରେ ଜାରି ଲଘୁଚାପ ଜନିତ ବର୍ଷା; ୩୦ଟି ବ୍ଲକରେ ୫୦ ମିଲିମିଟର ଅଧିକ ବର୍ଷା ରେକର୍ଡ।

୬-କଟକ: ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ।

୭-ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବଳଙ୍ଗା ପୀଡିତା । ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା କ୍ରାଇମବ୍ରାଞ୍ଚ୍‌ । ଛଅ ଦିନ ପରେ ବି ପୁଲିସ ହାତ ଖାଲି । ସେପଟେ ବାଲେଶ୍ୱର ଛାତ୍ରୀ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ ଜାରି ।

୮-ରୁପା ମୁଦି କହିବ ବଳଙ୍ଗା ସତ, ପୋଲିସ ହାତରେ ଲାଗିଛି ବଡ଼ ସୁରାକ,ବଳଙ୍ଗା ପୋଲିସ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ଉଠାଇ ନେଇ ପଚରା ଉଚରା କରୁଛି।

୯-କେନ୍ଦ୍ରାପଡ଼ା:ଅଗଷ୍ଟ ୧ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ।

୧୦-ଭୁବନେଶ୍ୱର: କିଟ୍‍, କିସ୍‍ ଓ କିମ୍‍ସ ପରିଦର୍ଶନରେ ଆସି କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ ରାଜ୍ୟପାଳ କମ୍ଭମପତି।

୧୧- ଆରଡ଼ି:ଶ୍ରାବଣ ୩ୟ ସୋମବାର,ଆଖଣ୍ଡଳମଣି ପୀଠରେ କଡାକଡି ହେବ ସୁରକ୍ଷା।

୧୨-ଏସଆଇ ନିଯୁକ୍ତି: ବୟସସୀମା ତିନି ବର୍ଷ କୋହଳ କଲେ ରାଜ୍ୟ ସରକାର।

୧୩-ଭୁବନେଶ୍ୱର:ବିଜେପି ବିରୋଧରେ ବଢ଼ିଲା ଅନାସ୍ଥା ଚର୍ଚ୍ଚା; କଂଗ୍ରେସ ସହ ହାତ ମେଳାଇବ ବିଜେଡି ?

୧୪-ଗିରଫ ହେଲେ BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଭୁବନେଶ୍ୱରରେ ରହିଛି ବହୁ ମୂଲ୍ୟବାନ ପ୍ଲଟ।

୧୫-ଭୁବନେଶ୍ୱର:ଆସନ୍ତା ଦଶହରାରେ ରେ ହିଁ ମଞ୍ଚକୁ ଫେରିବେ ଅଭିନେତା ପୀୟୂଷ।

୧୬-ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ପର୍ଯ୍ୟଟକ,ଉଦ୍ଧାର ହେଲେ, ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ।

୧୭-ମାଲକାନଗିରି:୨୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି।

୧୮-ଇଡି ପଞ୍ଝାରେ ଅନିଲ ଅମ୍ବାନୀ, ଶିଳ୍ପପତି ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ, ୩୦୦୦ କୋଟି ୟେସ୍ ବ୍ୟାଙ୍କ ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ।

୧୯-ଇସ୍ରୋ ଓ ନାସାର ମିଳିତ ପୃଥିବୀ ଅଭିଯାନ,୩୦ରେ ଉତକ୍ଷେପଣ ହେବ 'ନିସାର' ଉପଗ୍ରହ।

୨୦-ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି:୯୯% ଭାରତୀୟ ଉତ୍ପାଦ ଶୁଳ୍କ ମୁକ୍ତ।

୨୧-ମାଞ୍ଚେଷ୍ଟର:ଭାରତର ୩୫୮ ଜବାବରେ ଇଂଲଣ୍ଡ ୨/୨୨୫,ଡକେଟ୍ କ୍ରଲିଙ୍କ ଦର୍ଶନୀୟ ଅର୍ଦ୍ଧଶତକ।

୨୨-ସୀମା ବିବାଦକୁ ନେଇ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଯୁଦ୍ଧ ଆରମ୍ଭ, କାମ୍ବୋଡିଆର ସାମରିକ ଘାଟି ଉପରେ ଏଫ-୧୬ ଯୁଦ୍ଧ ବିମାନ ଜରିଆରେ ବୋମା ବର୍ଷଣ କଲା ଥାଇଲାଣ୍ଡ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024