ଖବର ଆଜିର ତାରିଖ ୨୪/୦୭/୨୫, ଗୁରୁବାର



୧-ନୂଆ ଦିଲ୍ଲୀ: ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ -ମାମଲା ରୁଜୁର ୨ ମାସ ଯାଏ ଗିରଫ କରନି। ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ମାମଲା ଏଫ୍ ଡବ୍ଲୁସିକୁ ପଠାଇବାକୁ ବାଧ୍ୟ।

୨-ଆଳୁ ପାଇଁ ମମତାଙ୍କୁ ଭେଟିବେ ଯୋଗାଣ ମନ୍ତ୍ରୀ, ବାର୍ଷିକ ଆବଶ୍ୟକ ୧୪ଲକ୍ଷ, ଉତ୍ପାଦନ ହେଉଛି ୫ଲକ୍ଷ ଟନ୍।

୩-ଭୁବନେଶ୍ୱର:ପ୍ରତି ସ୍କୁଲରେ ଗଠନ ହେବ ଆଇସିସି କମିଟି; ଏଣିକି ସିବିଏସଇ ଭଳି ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି।

୪-ଭୁବନେଶ୍ୱର:ନାରୀ ନ୍ୟାୟ ବାହିନୀ ଆପ୍‌ ଉନ୍ମୋଚିତ,ଆପ୍‌କୁ ଉନ୍ମୋଚନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ।

୫-ରାଜ୍ୟରେ ପ୍ରତିଷ୍ଠା ହେବ ୫୬ଟି ନୂଆ କୋର୍ଟ, ନୂଆ କୋର୍ଟ ପାଇଁ ସୃଷ୍ଟି ହେବ ୮୪୦ ପଦବୀ, ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।

୬-ଭୁବନେଶ୍ୱର:ରାଜଭବନ ଇତିହାସରେ ପ୍ରଥମ: ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁ ନିଯୁକ୍ତ।

୭-ନବରଙ୍ଗପୁର ଜିଲାର ଜଣେ ନର୍ସିଂ ଛାତ୍ରୀଙ୍କ ଫଟୋ ଭାଇରାଲ କରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ ।

୮-ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ଦାଖଲ କରି ନଥିବାରୁ କଟକ ଜିଲ୍ଲାର ଅଧାରୁ ଅଧିକ କଲେଜରେ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ।

୯-କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳରେ ହାତୀ ଭାଙ୍ଗିଲେ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର।

୧୦-ବଳଙ୍ଗା ବର୍ବରତା: ଦୁବୃର୍ତ୍ତଙ୍କ ପତ୍ତା ମିଳୁନାହିଁ, ମୋବାଇଲ 'ଡମ୍ପିଙ୍ଗ୍' ର ସହାୟତା ନେବ ପୁଲିସ।

୧୧-ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ଆଜି ବିଜୁଳି, ଘଡଘଡି ସହ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।

୧୨-ଠାକୁରମୁଣ୍ଡା: ଆଶ୍ରମ ବିଦ୍ୟାଳୟର ୨୯ ପିଲା ଝାଡ଼ା,ଜ୍ବରରେ ଆକ୍ରାନ୍ତ,ଦୁଇ ଗୁରୁତର।

୧୩-ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାର ଫିଟୁନି ରହସ୍ୟ : ସନ୍ଦେହ ଘେରରେ ପ୍ରଶ୍ନ ଛାପିଥିବା ଫାର୍ମ।

୧୪-ତାରିଣୀ ପୀଠ, ବିରଜା ଏବଂ ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

୧୫-ରାଜ୍ୟରେ ପ୍ରତିଷ୍ଠା ହେବ OISFର ତୃତୀୟ ଓ ଚତୁର୍ଥ ବାଟାଲିୟନ୍, ସୃଷ୍ଟି ହେବ ୧୯୪୪ଟି ନୂଆ ପଦବୀ।

୧୬-ବ୍ରହ୍ମପୁର,ବଡିଆଉସ୍ତା ଗାଁ:ନିଆଁ ଲଗାଇ ନିଜକୁ ଜାଳିଦେଲେ ବୃଦ୍ଧ,ମେଡିକାଲରେ ଭର୍ତ୍ତି ପରେ ମୃତ ଘୋଷଣା କଲେ ଡାକ୍ତର।ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ।

୧୭-ଉମରକୋଟ:ଏକ ତରଫା ପ୍ରେମକୁ ନେଇ ଫଟୋ ଭାଇରାଲ୍, ଲଜ୍ଜା ଓ ଅପମାନ ଭୟରେ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବତୀ।

୧୮-ଭୁବନେଶ୍ୱରରୁ ଝାରସୁଗୁଡା ଉଡ଼ିବ ବିମାନ ଷ୍ଟାର ଏୟାର; ଭୁବନେଶ୍ୱରରୁ ଝାରସୁଗୁଡା ପାଇଁ ଟିକେଟ୍ ମୂଲ୍ୟ ୧୫୯୯ ଟଙ୍କାରୁ ଆରମ୍ଭ , ଓ ଫେରସ୍ତ ପାଇଁ ୧୪୯୯ ଟଙ୍କା।

୧୯-ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ।

୨୦-ଶେଷ ହେଲା ୫ବର୍ଷର ଅପେକ୍ଷା, ଆଜିଠୁ ଚୀନ୍ ପାଇଁ ଭାରତ ଆରମ୍ଭ କରିବ ପର୍ଯ୍ୟଟନ ଭିସା।

୨୧-ମାଞ୍ଚେଷ୍ଟର: ଚତୁର୍ଥ ଟେଷ୍ଟ, ଯଶସ୍ୱୀ ସୁଦର୍ଶନଙ୍କ ଅର୍ଦ୍ଧଶତକ,ଭାରତ ୪/୨୬୪।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024