ଖବର ଆଜିର ତାରିଖ:୨୩/୦୭/୨୫, ବୁଧବାର



୧-ଭୁବନେଶ୍ୱର:ଆଇଏଏସ ଓ ଜିଲ୍ଲାପାଳ ସ୍ତରରେ ୪୯ ଅଧିକାରୀଙ୍କ ବଦଳି, ଚଞ୍ଚଳ ରାଣା ବିଏମସି କମିସନର, ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ।

୨-ଆଭ୍ୟନ୍ତରୀଣ ଅଭିଯୋଗ ସମିତି ରିପୋର୍ଟ ନ ଦେବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ:୨୦୯ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ୍।

୩-ରାକ୍ଷୀରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା।

୪-ଖରିଫ୍ ଧାନ କିଣା, ଚାଷୀଙ୍କର ହେବ ଇ କେଓ୍ବାସି,ବାପା ଜେଜେଙ୍କ ନାଁ ରେ ଜମିଥିଲେ ପୁଅ କରିପାରିବେ ପଞ୍ଜିକରଣ।

୫-ଦିଲ୍ଲୀ ଗସ୍ତରେ ମନମୋହନ, ମନ୍ତ୍ରୀମଣ୍ଡଳ ଓ ନିଗମ ନିଯୁକ୍ତି ଚର୍ଚ୍ଚା ବଢ଼ିଲା।

୬-ଭୁବନେଶ୍ୱର:ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା, ଚିଠିଲେଖି ଉଚ୍ଚ ଶିକ୍ଷା ବିଭାଗ ଚୁପ୍।

୭-ପୁରୀ: ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି, ଅପରାହ୍ନ ପରେ ରହିବ ଦର୍ଶନ କଟକଣା।

୮-ଆକାଂକ୍ଷୀ ବ୍ଲକ୍‌ ଯୋଜନାରେ ରାଜ୍ୟର ୧୧ଟି ନୂଆ ବ୍ଲକ୍‌ ସାମିଲ।ଫଳରେ ରାଜ୍ୟର ଆକାଂକ୍ଷୀ ବ୍ଲକ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।

୯-ଆଜିଠୁ ଲଘୁଚାପ ; ଆସନ୍ତା ୪ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା।

୧୦-ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଯାଜପୁର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସେ ଥିଲେ ଡାକ୍ତର।

୧୧-ପୁରୀ : ପାର୍କିଂରେ ଉତ୍ପାତ, ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ଼ିଲେ ୨ ଯୁବକ।

୧୨-ଚଣ୍ଡିଖୋଲ:ମହଙ୍ଗା ପଡିଲା ଯାତ୍ରା ମଞ୍ଚରେ ସାପ ଖେଳାଇବା, ବନ ବିଭାଗର ତଦନ୍ତ ଆରମ୍ଭ, ତୁଳସୀ ଗଣନାଟ୍ୟ ଉପରେ ହେବ ଆକ୍ସନ।

୧୩-ଏଫ ଏମ କଲେଜ ପିଡ଼ିତା ମାମଲାର ଶୁଣାଣି, ଏସଆଇଟି ଗଠନ କରି ତଦନ୍ତର ଆବଶ୍ୟକତା ନାହିଁ ,କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଉଇଙ୍ଗର ତଦନ୍ତରେ ସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ । 

୧୪-ଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି, ବଢିବ ରାଜସ୍ୱ : ମନ୍ତ୍ରୀ ବିଭୂତି ଭୂଷଣ ଜେନା।

୧୫-ଆଠଗଡ଼:ବନବିଭାଗ ଚଢାଉ, ୨ ଲକ୍ଷ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ।

୧୬-ବନ୍ଧା ହେଲେ DFO ନିତ୍ୟାନନ୍ଦ ନାୟକ, ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ହୋଇଥିଲା ଚଢାଉ।

୧୭-କୋଟିଆ ପାଇଁ ବଡ଼ ଘୋଷଣା; ପରିବହନ ମନ୍ତ୍ରୀ କହିଲେ, ‘ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା’।

୧୮-ଗତ ୪ ବର୍ଷରେ ଦେଶରେ ମୋବାଇଲ ଫୋନ୍ ଉତ୍ପାଦନ ୧୪୫% ବୃଦ୍ଧି, ରପ୍ତାନୀ ବଢିଛି ୭୭୫%: ପିୟୂଷ ଗୋୟଲ

୧୯-ବାଂଲାଦେଶ:ଅଡ଼ୁଆରେ ମହମ୍ମଦ ୟୁନୁସ୍‌ , ପ୍ଲେନ୍‌ କ୍ରାସ୍‌ ପରେ ଉତ୍ତେଜିତ ଛାତ୍ରଛାତ୍ରୀ ସରକାରୀ ବିଲ୍ଡିଂରେ ପଶି କଲେ ବିକ୍ଷୋଭ।

୨୦-ଆହୁରି ବଢ଼ିଲା ଭାରତର ଶକ୍ତି, ସେନାକୁ ମିଳିଲା ୩ ଆପାଚି ଆଟାକ୍ ହେଲିକପ୍ଟର,ଯେକୌଣସି ପାଣିପାଗରେ ଆପାଚି ହେଲିକପ୍ଟର ଶତ୍ରୁ ଉପରେ ଆକ୍ରମଣ କରିପାରିବ।

Comments

Popular posts from this blog

News Headlines from Business News Agencies 21.07.2025

News Headlines from Business News Agencies 09.07.2025

News Headlines from Business News Agencies 07.07.2025

News Headlines from Business News Agencies 15.07.2025

ଖବର ଆଜିର ତାରିଖ:୦୮/୦୭/୨୫, ମଙ୍ଗଳବାର

ଖବର ଆଜିର ତାରିଖ:୦୫/୦୭/୨୫, ଶନିବାର

News Headlines from Business News Agencies 09.04.2025