ଖବର ଆଜିର ତାରିଖ:୨୩/୦୭/୨୫, ବୁଧବାର



୧-ଭୁବନେଶ୍ୱର:ଆଇଏଏସ ଓ ଜିଲ୍ଲାପାଳ ସ୍ତରରେ ୪୯ ଅଧିକାରୀଙ୍କ ବଦଳି, ଚଞ୍ଚଳ ରାଣା ବିଏମସି କମିସନର, ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ।

୨-ଆଭ୍ୟନ୍ତରୀଣ ଅଭିଯୋଗ ସମିତି ରିପୋର୍ଟ ନ ଦେବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ:୨୦୯ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ୍।

୩-ରାକ୍ଷୀରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା।

୪-ଖରିଫ୍ ଧାନ କିଣା, ଚାଷୀଙ୍କର ହେବ ଇ କେଓ୍ବାସି,ବାପା ଜେଜେଙ୍କ ନାଁ ରେ ଜମିଥିଲେ ପୁଅ କରିପାରିବେ ପଞ୍ଜିକରଣ।

୫-ଦିଲ୍ଲୀ ଗସ୍ତରେ ମନମୋହନ, ମନ୍ତ୍ରୀମଣ୍ଡଳ ଓ ନିଗମ ନିଯୁକ୍ତି ଚର୍ଚ୍ଚା ବଢ଼ିଲା।

୬-ଭୁବନେଶ୍ୱର:ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା, ଚିଠିଲେଖି ଉଚ୍ଚ ଶିକ୍ଷା ବିଭାଗ ଚୁପ୍।

୭-ପୁରୀ: ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି, ଅପରାହ୍ନ ପରେ ରହିବ ଦର୍ଶନ କଟକଣା।

୮-ଆକାଂକ୍ଷୀ ବ୍ଲକ୍‌ ଯୋଜନାରେ ରାଜ୍ୟର ୧୧ଟି ନୂଆ ବ୍ଲକ୍‌ ସାମିଲ।ଫଳରେ ରାଜ୍ୟର ଆକାଂକ୍ଷୀ ବ୍ଲକ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।

୯-ଆଜିଠୁ ଲଘୁଚାପ ; ଆସନ୍ତା ୪ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା।

୧୦-ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଯାଜପୁର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସେ ଥିଲେ ଡାକ୍ତର।

୧୧-ପୁରୀ : ପାର୍କିଂରେ ଉତ୍ପାତ, ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ଼ିଲେ ୨ ଯୁବକ।

୧୨-ଚଣ୍ଡିଖୋଲ:ମହଙ୍ଗା ପଡିଲା ଯାତ୍ରା ମଞ୍ଚରେ ସାପ ଖେଳାଇବା, ବନ ବିଭାଗର ତଦନ୍ତ ଆରମ୍ଭ, ତୁଳସୀ ଗଣନାଟ୍ୟ ଉପରେ ହେବ ଆକ୍ସନ।

୧୩-ଏଫ ଏମ କଲେଜ ପିଡ଼ିତା ମାମଲାର ଶୁଣାଣି, ଏସଆଇଟି ଗଠନ କରି ତଦନ୍ତର ଆବଶ୍ୟକତା ନାହିଁ ,କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଉଇଙ୍ଗର ତଦନ୍ତରେ ସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ । 

୧୪-ଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି, ବଢିବ ରାଜସ୍ୱ : ମନ୍ତ୍ରୀ ବିଭୂତି ଭୂଷଣ ଜେନା।

୧୫-ଆଠଗଡ଼:ବନବିଭାଗ ଚଢାଉ, ୨ ଲକ୍ଷ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ।

୧୬-ବନ୍ଧା ହେଲେ DFO ନିତ୍ୟାନନ୍ଦ ନାୟକ, ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ହୋଇଥିଲା ଚଢାଉ।

୧୭-କୋଟିଆ ପାଇଁ ବଡ଼ ଘୋଷଣା; ପରିବହନ ମନ୍ତ୍ରୀ କହିଲେ, ‘ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା’।

୧୮-ଗତ ୪ ବର୍ଷରେ ଦେଶରେ ମୋବାଇଲ ଫୋନ୍ ଉତ୍ପାଦନ ୧୪୫% ବୃଦ୍ଧି, ରପ୍ତାନୀ ବଢିଛି ୭୭୫%: ପିୟୂଷ ଗୋୟଲ

୧୯-ବାଂଲାଦେଶ:ଅଡ଼ୁଆରେ ମହମ୍ମଦ ୟୁନୁସ୍‌ , ପ୍ଲେନ୍‌ କ୍ରାସ୍‌ ପରେ ଉତ୍ତେଜିତ ଛାତ୍ରଛାତ୍ରୀ ସରକାରୀ ବିଲ୍ଡିଂରେ ପଶି କଲେ ବିକ୍ଷୋଭ।

୨୦-ଆହୁରି ବଢ଼ିଲା ଭାରତର ଶକ୍ତି, ସେନାକୁ ମିଳିଲା ୩ ଆପାଚି ଆଟାକ୍ ହେଲିକପ୍ଟର,ଯେକୌଣସି ପାଣିପାଗରେ ଆପାଚି ହେଲିକପ୍ଟର ଶତ୍ରୁ ଉପରେ ଆକ୍ରମଣ କରିପାରିବ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)