ଖବର ଆଜିର ତାରିଖ:୨୨/୦୭/୨୫, ମଙ୍ଗଳବାର



୧-ପ୍ରକାଶ ପାଇଲା+୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା,୫୨ହଜାର ୯୫୫ ଜଣ ଛାତ୍ରଛାତ୍ରୀ ମନୋନୀତ।

୨-ଭୁବନେଶ୍ୱର:LLB ପ୍ରଥମ ମେଧା ତାଲିକା ପ୍ରକାଶିତ,୩ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ୩୬୦ ଯୋଗ୍ୟ ବିବେଚିତ।

୩-ଭୁବନେଶ୍ୱର: ସଚିବ ବୁଲିବେ ଜିଲ୍ଲା,ହିସାବ ରଖିବେ ଜନତା, ଏଥିପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ଓ୍ବେବସାଇଟ୍।

୪-ଭୁବନେଶ୍ୱର:ଶ୍ରାବଣ ଦ୍ବିତୀୟ ସୋମବାର, ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କଲେ ୨୦ ହଜାର କାଉଡ଼ିଆ।

୫-ନୂଆ ଦିଲ୍ଲୀ:ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ।

୬-ଭୁବନେଶ୍ୱର:ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ବଢ଼ିଲା, ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।

୭-ଭୁବନେଶ୍ୱର: ନିଳମ୍ୱିତ ଛାତ୍ର କଂଗ୍ରେସ ସଭାପତି ଉଦିତ ,ଦୁଷ୍କର୍ମ ମାମଲାରେ ଜେଲ୍ ଗଲେ। 

୮-ଦ୍ୱନ୍ଦ୍ୱ ଦୂର କଲା ଏନସିଇଆରଟି: ସାମାଜିକ ବିଜ୍ଞାନର ୨ୟ ଭାଗରେ ଆସିବ ପାଇକ ବିଦ୍ରୋହ।

୯-ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣା; ୫ମ ଦିନ କଲେଜରେ ୨ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ଙ୍କ ପଚରାଉଚରା ଜାରି।

୧୦-ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି ୱାଇ. ବି. ଖୁରାନିଆ ଏବଂ ପୁରୀ ଏସ୍‌ପି ପିନାକ ମିଶ୍ର।

୧୧-ଭୁବନେଶ୍ଵର ଜାତୀୟ ରାଜପଥର ତଳଜଙ୍ଗ ଛକରେ ଦୁର୍ଘଟଣା,ଅଗ୍ନିଶମ ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ,ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ।

୧୨-ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଚାଲିଛି କାମଚଳା ଚିକିତ୍ସା,୩୪% ଡାକ୍ତର,୨୫% ନର୍ସ ନାହାନ୍ତି।

୧୩-ଗାଡକଣ ଅଳିଆଗଦା ସ୍ଥାନାନ୍ତର ପ୍ରସଙ୍ଗ, ଜବାବ୍ ମାଗିଲେ ଉଚ୍ଚ ନ୍ୟାୟାଳୟ।

୧୪-ଜଗତସିଂହପୁର : ସ୍ବାମୀ ଅରୁପାନନ୍ଦ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, କଲେଜ ଅଧକ୍ଷ ଓ ଅଧ୍ୟାପକ ନିଲମ୍ବିତ।

୧୫-ପଦ୍ମପୁର:ଛତୁ ପାଇଁ ହତ୍ୟାକାଣ୍ଡ, ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା, ୨ ମୃତ।

୧୬-ସିବିଏସଇ ନେଲା ବଡ଼ ନିଷ୍ପତ୍ତି, ସ୍କୁଲରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା, ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ କରାଯିବା ବାଧ୍ୟତାମୂଳକ।

୧୭-୨୪ ଜୁଲାଇରେ ହେବ ଭାରତ-ୟୁକେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଲଣ୍ଡନ ଯିବେ ପୀୟୁଷ ଗୋୟଲ

୧୮-ନୂଆ ଦିଲ୍ଲୀ:ଘରୁ ଟଙ୍କା ମିଳିବା ଘଟଣା, ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଅଭିଯୋଗ ପ୍ରକ୍ରିୟା ଆରମ୍ଭ।

୧୯-ଅନଲାଇନ୍ ବେଟିଂ ଆପ୍ ମାମଲା, ୨୯ ଦକ୍ଷିଣ ଭାରତ ସିନେମାର କଳାକାରଙ୍କୁ ଇଡିର ନୋଟିସ।

୨୦-ଢାକା:ସ୍କୁଲ୍ ଉପରେ ଖସିଲା ଜେଟ୍,ପାଇଲଟ୍ ସହିତ ୧୮ ମୃତ , ଅନେକ ଛାତ୍ର ମୃତାହତ ହୋଇଥିବା ଆଶଙ୍କା।

For more updates Join our WhatsApp Channel

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)