ଖବର ଆଜିର ତାରିଖ:୧୭/୦୭/୨୫, ଗୁରୁବାର



୧-ଭୁବନେଶ୍ୱର:ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ।

୨-ଏଫଏମ ଛାତ୍ରୀ ମୃତ୍ୟୁ: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର।

୩-କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର।

୪-ଲୋକସେବା ଭବନ ଘେରିବାକୁ ବିଜେଡିର ଉଦ୍ୟମ,ଲୋୟର ପିଏମଜିରେ ବିଜେଡି କର୍ମୀ-ପୁଲିସ ମୁହାଁମୁହିଁ, ଆନ୍ଦୋଳନକାରୀଙ୍କୁ ପାଣି ମାଡ କଲା ପୁଲିସ,ଶତାଧିକ ବିଜେଡି କର୍ମୀ ଗିରଫ।

୫-ବିଜେଡିର ପ୍ରତିବାଦରେ ପୋଲିସର ଆକ୍ରମଣକୁ ବିରୋଧୀ ଦଳ ନେତାଙ୍କ ନିନ୍ଦା, ଆହତ ନେତାଙ୍କ ସହ କଥା ହେଲେ ନବୀନ।

୬-ପୁରୀ:ଆଜି ମହାପ୍ରଭୁଂକ ବନକଲାଗି, ସଂଧ୍ୟା ସାଢେ ୬ଟାରୁ ରାତି ୧୧ ଯାଏଁ ଦର୍ଶନ ବନ୍ଦ।

୭-ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ, ବାମଦଳ ସମେତ ୭ଟି ରାଜନୈତିକ ଦଳର ବନ୍ଦ ଡାକରା ।

୮-ଶରଧାବାଲି ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣା : ଚତୁର୍ଥ ପର୍ଯ୍ୟାୟରେ ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ।

୯-କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଦୁମୁକାହାଟ ଗାଁରେ ବାର୍ଡ ଫ୍ଲୁ , ଆଜି ସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ସୂଚନା।

୧୦-ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା,୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଜଳବନ୍ଦୀରେ।

୧୨-ଭୁବନେଶ୍ୱର:୧୯କୁ ଘୁଞ୍ଚିଲା ସ୍ନାତକ ତତ୍କାଳ ନାମ ଲେଖା ଅବଧି।ସାମ୍ସ୍ ପୋର୍ଟାଲରେ ଅଛି ସମ୍ପୂର୍ଣ୍ଣ ତଥ୍ୟ।

୧୨-ପରିବା ଦର ଶୁଣି ଖାଉଟି ଚିନ୍ତାରେ: ବାଇଗଣ ୯୦, ଝୁଡ଼ଙ୍ଗ ୮୦,ଟମାଟୋ – ୪୦ ଟଙ୍କା ,ଛଚିନ୍ଦ୍ରା – ୫୦ଟଙ୍କା ରହିଛି।

୧୩-ବାଲିପାଟଣା:ଭିଜିଲାନ୍ସ ଜାଲରେ ଉପନିବନ୍ଧକ କାର୍ଯ୍ୟାଳୟର କିରାଣୀ, ନେଉଥିଲେ ଅଢ଼େଇ ହଜାର ଟଙ୍କା ଲାଞ୍ଚ।

୧୪-କେନ୍ଦୁଝର : କେନ୍ଦୁଝର ପୋଲିସକୁ ବଡ଼ ସଫଳତା,୨୬ଟି ଚୋରା ଗାଡି ଜବତ କଲା ପୋଲିସ , ୨ ଗିରଫ।

୧୫-ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ ଫୋନ୍ କରି ଦୁଃଖ ବୁଝିଲେ ରାହୁଲ।ଦୁଃଖଦ ସମୟରେ ଦୃଢମନା ହୋଇ ରହିବାକୁ ପରାମର୍ଶ ଦେଲେ।

୧୬-ଆଜିଠାରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ପାଇଁ ଆବେଦନ ଆରମ୍ଭ,୮୦୦୦ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ସାମିଲ କରାଯିବ।

୧୭-ଯୁଆଡ଼େ ଗଲେ ସିଆଡେ ନାଁ ପକାଇଲେ ଅଧ୍ୟାପକ ସମୀର ସାହୁ; ଢ଼େଙ୍କାନାଳରେ ଖାଇଥିଲେ ମାଡ଼, ଛାତ୍ରୀଙ୍କୁ ହଇରାଣ କରି ହୋଇଥିଲେ ବଦଳି।

୧୮-ନୂଆ ଦିଲ୍ଲୀ:୧୦ ଲକ୍ଷ ଲୋକ ପାଇବେ ଏଆ ଇ ତାଲିମ,ଭିଏଲଇଙ୍କୁ ଦିଆଯିବ ପ୍ରାଥମିକତା।

୧୯-ଆକାଶରେ ଫେଲ୍ ହୋଇଗଲା ଇଞ୍ଜିନ, ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନର ମୁମ୍ୱାଇରେ ହେଲା ଏମର୍ଜେନ୍ସି ଲ୍ୟାଣ୍ଡିଂ।

୨୦-ଉତ୍ତରଖଣ୍ଡରେ ଥିବା ସ୍କୁଲଗୁଡିକରେ ପିଲାମାନେ ଏବେ ରାମାୟଣ ଓ ଗୀତା ପଢିବେ: ଶିକ୍ଷା ମନ୍ତ୍ରୀ 

୨୧-ଆମେରିକାରୁ ଆସୁଛି ରାତିରେ ହମଲା କରି ପାରୁଥିବା ଆପାଚେ ହେଲିକପ୍ଟର, ପାକ୍ ସୀମାରେ ହେବ ମୁତୟନ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024