ଖବର ଆଜିର ତାରିଖ:୧୬/୦୭/୨୫, ବୁଧବାର



୧-ଭୁବନେଶ୍ୱର:ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ।

୨-ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ: ନିଯୁକ୍ତି ନୁହେଁ, ନିଯୁକ୍ତିଦାତା ହୁଅ,ଭାରତୀୟ ମୂଲ୍ୟବୋଧକୁ ଜୀବନର ଦୀକ୍ଷା ଭାବେ ଗ୍ରହଣ କର : ରାଷ୍ଟ୍ରପତି

୩-ଭୁବନେଶ୍ବର : ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ।

୪-ବାଲେଶ୍ଵର:ପଳାସିଆ ଗାଁ ମଶାଣିରେ ଜଳିଲା ସୌମ୍ୟାଶ୍ରୀଙ୍କ ଜୁଇ, ମୁଖାଗ୍ନି ଦେଲେ ଭାଇ।ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୂରା ଗାଁ ଏକାଠି।

୫-ଭୁବନେଶ୍ୱର:ଓଡ଼ିଶା ବନ୍ଦ ପାଇଁ ୧୬ରେ ହେବାକୁ ଥିବା ଗୃହରକ୍ଷୀ ଶାରୀରିକ ପରୀକ୍ଷା ୧୮ ତାରିଖରେ ହେବ।

୬-ଭୁବନେଶ୍ୱର:ଯଦି ୩ ମାସ ଭିତରେ e-KYC ନକରିବେ,ରାସନ କାର୍ଡଗୁଡ଼ିକୁ କାଟି ଦେବେ ସରକାର।

୭-ବିଶ୍ୱାସଘାତକତାରୁ କିଛି କମ୍‌ ନୁହେଁ, ଏହା ଯୋଜନାବଦ୍ଧ ଅନ୍ୟାୟ': ଛାତ୍ରୀ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ

୮-ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ ଦେଲେ ନିର୍ଦ୍ଦେଶ

୯-ଭୁବନେଶ୍ୱର:ବିଏମ୍‌ସି ଅଫିସ୍‌ରେ ମାଡ଼ ଘଟଣା , ସମସ୍ତଙ୍କୁ ମିଳିଲା ଜାମିନ୍‌।

୧୦-ସୌମ୍ୟାଶ୍ରୀ ଆତ୍ମହତ୍ୟା ମାମଲା: ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କଲା ୟୁଜିସି।

୧୧-ବିଜେଡିର ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା, ଆଜି ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ।

୧୨-୨ଦିନିଆ ଓଡ଼ିଶା ଗସ୍ତ ସାରି ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି।

୧୩-ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା : ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି।ସୌମ୍ୟାଶ୍ରୀଙ୍କ ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି ।

୧୪-ମାଲକାନଗିରି:ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡିଦେଲେ ଲାଲବାହିନୀ, ସହିଦ ସପ୍ତାହ ପୁର୍ବରୁ ପୁଣି ମାଓ ହିଂସା।

୧୫-ଆଜିଠୁ ୟୁଟ୍ୟୁବରେ ନୂଆ ନିୟମ, କେବଳ ଚାଲିବ ମୂଳ ବିଷୟବସ୍ତୁ।କମ୍ପାନୀ କେବଳ ମୌଳିକ ଏବଂ ଉଚ୍ଚ ମାନର ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବ ।

୧୬-ୟୁଜିସି ନୀତି ଉଲ୍ଲଂଘନ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ : ପଞ୍ଜାବରେ ୧୦୦୦ରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ବାତିଲ।

୧୭-ବିଶ୍ଵର ସବୁଠୁ ବୟସ୍କ ମାରାଥନ ଧାବକ ଫୌଜା ସିଂହଙ୍କ ଦେହାନ୍ତ, ୧୦୦ ବର୍ଷ ବୟସରେ ୮ ଘଣ୍ଟା ଦୌଡ଼ି କରିଥିଲେ ରେକର୍ଡ।

୧୮-ମହାକାଶରୁ ଫେରିଲେ ଶୁଭାଂଶୁ, ସୁରକ୍ଷିତ ଭାବେ ପ୍ରଶାନ୍ତ ମହାସାଗରରେ କଲେ ଅବତରଣ।

୧୯-ପାକିସ୍ତାନରେ ନୂଆ ରାଜନୀତିକ ଦଳ ଗଢିଲେ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ।

୨୦-ଆମେରିକାର ତାରିଫ ଛାଟ: ଚିନ୍ତାରେ ବାଂଲାଦେଶ, କମ୍ବୋଡିଆ ଓ ଇଣ୍ଡୋନେସିଆ।

For more updates Join our WhatsApp Channel

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)