ଖବର ଆଜିର ତାରିଖ:୧୫/୦୭/୨୫, ମଙ୍ଗଳବାର


୧-ଭୁବନେଶ୍ୱର:କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ୨୪ ଘଣ୍ଟାର ଅବଧି ଦେଲେ ସରକାର।

୨-ଭୁବନେଶ୍ୱର:ପ୍ରଶାସନିକ ଦକ୍ଷତା ବୃଦ୍ଧିପାଇଁ ନିର୍ଦ୍ଦେଶନାମା ଜାରୀ, ଏଣିକି ୩ ସ୍ତରରେ ଯିବ ଫାଇଲ, ଅଧିକାରୀଙ୍କୁ ମିଳିବ ସମାନୁପାତିକ ଦାୟିତ୍ୱ।

୩-ଏମ୍ସ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ: ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ।

୪-ବାଲେଶ୍ୱର ଛାତ୍ରୀ ପୋଡ଼ି ଘଟଣା , ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି।

୫-ଭୁବନେଶ୍ୱର:ନ୍ୟାୟ ମାଗି ହାରିଗଲେ,ଆଖି ବୁଜିଲେ ସୈ।ମାଶ୍ରୀ। ଜେଲ୍ ଗଲେ ନିଲମ୍ବିତ ଅଧ୍ୟକ୍ଷ।

୬-ଛାତ୍ରୀ ମୃତ୍ୟୁ ପାଇଁ ବୁଧବାର କିମ୍ବା ଗୁରୁବାର ଓଡ଼ିଶା ବନ୍ଦ ପାଇଁ ବିରୋଧୀଙ୍କ ସଜବାଜ।

୭-ଭୁବନେଶ୍ୱର:ଆସିବ ନୂଆ ୪୨୦ଟି ୧୦୮ ଆମ୍ବୁଲାନ୍ସ। ବର୍ତମାନ ୮୬୦ଟି ଆମ୍ବୁଲାନ୍ସ କାମ କରୁଛି।

୮-ବ୍ରହ୍ମପୁର,ତୁରୁବୁଡି ପଂଚାୟତ ଲକ୍ଷ୍ମନାରାୟଣପୁରରେ ଅଭାବନୀୟ ଘଟଣା:ବାହା ହେବାକୁ ମନା କଲା ପୁଅ,ଆତ୍ମହତ୍ୟା କଲେ ବାପା, ମାଆ।

୯-ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡା ତିନି ଛକ ଠାରେ ଦୁର୍ଘଟଣା, ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ।

୧୦- ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ, ୧୦୦ପାଲେଷ୍ଟାଇନୀଙ୍କ ମୃତ୍ୟୁ ।

୧୧-ଶ୍ରାବଣ ପ୍ରଥମ ସୋମବାର: ଶ୍ରୀଲିଙ୍ଗରାଜଙ୍କୁ ଜଳ ଲାଗି କଲେ ୩ ହଜାର ଭକ୍ତ।

୧୨-ଭୁବନେଶ୍ୱର:ସୃଷ୍ଟି ହେଲା ଅବପାତ, ଉତ୍ତର ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା।

୧୩-ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲରେ ଅଘଟଣ, ମେଡିକାଲ ଛାତରୁ ଡେଇଁ ରୋଗୀ ଗୁରୁତର।

୧୪-ମହିଳା IASଙ୍କର ମହିଳା ଗାଡ଼ି ଡ୍ରାଇଭର,ପରିବହନ ବିଭାଗର ଏହି ପଦକ୍ଷେପ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ।ନଗର ଉନ୍ନୟନ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଗାଡ଼ି ଚଳାଉଛନ୍ତି ସନ୍ଧ୍ୟାରାଣୀ ମାଝୀ।

୧୫-ବାରଙ୍ଗ:ବାଇକ ଚାଳକଙ୍କୁ ଚାପିହେଲା ଆମ ବସ୍ , ଘଟଣାସ୍ଥଳରେ ଯୁବକ ମୃତ।ଉତ୍ୟକ୍ତ ଲୋକେ କଲେ ବସ ଭଙ୍ଗାରୁଜା।

୧୬-ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ କନଓ୍ୱର ବିଶାଳ ସିଂ।

୧୭-ସ୍ୱର୍ଣ୍ଣ ମନ୍ଦିରକୁ RDXରେ ଉଡ଼ାଇ ଦେବାକୁ ଧମକ , ଇ-ମେଲ ପାଇବା ପରେ ଉତ୍ତେଜିତ ମାହୋଲ, ଅମୃତସରରେ ଚାଞ୍ଚଲ୍ୟ।

୧୮-ନୂଆ ଦିଲ୍ଲୀ:ଅସୀମ ଘୋଷ ହରିୟାଣା ଓ ଅଶୋକ ଗଜପତି ଗୋଆ ରାଜ୍ୟପାଳ ନିଯୁକ୍ତ, କବିନ୍ଦର ଗୁପ୍ତାଙ୍କୁ ଲଦାଖ ଦାୟିତ୍ଵ।

୧୯-ପୃଥିବୀ ଅଭିମୁଖେ ଶୁଭାଂଶୁ ଶୁକ୍ଳାଙ୍କ ଯାତ୍ରା ଆରମ୍ଭ।୨୨ ଘଣ୍ଟା ୫ ମିନିଟର ଯାତ୍ରା ପରେ ଅକ୍ସିଅମ-୪ ସ୍ପେସ୍ କ୍ରାପ୍ଟ ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ କାଲିଫର୍ଣ୍ଣିଆର ଉପକୂଳରେ ପହଁଚିବ।

୨୦-ଇଂଲଣ୍ଡ ଲର୍ଡ୍ସ ଲଢେଇରେ ହାରିଗଲା ଟିମ୍ ଇଣ୍ଡିଆ, ଜାଡେଜାଙ୍କ ସାହସିକ ଇନିଂସ ବୃଥା।

୨୧-କାନାଡାରେ ରଥଯାତ୍ରା ବେଳେ ଭକ୍ତଙ୍କ ଉପରେ ଫିଙ୍ଗା ଗଲା ଅଣ୍ଡା, ଭାରତ ସରକାରଙ୍କ କଡ଼ା ଆପତ୍ତି; ନବୀନ ବି କଲେ ନିନ୍ଦା।

For more updates Join our WhatsApp Channel

Comments

Popular posts from this blog

News Headlines from Business News Agencies 21.07.2025

News Headlines from Business News Agencies 09.07.2025

News Headlines from Business News Agencies 15.07.2025

ଖବର ଆଜିର ତାରିଖ:୦୮/୦୭/୨୫, ମଙ୍ଗଳବାର

Today's Headlines 12.10.2024

News Headlines from Business News Agencies 23.05.2025