ଖବର ଆଜିର ତାରିଖ:୧୫/୦୭/୨୫, ମଙ୍ଗଳବାର


୧-ଭୁବନେଶ୍ୱର:କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ୨୪ ଘଣ୍ଟାର ଅବଧି ଦେଲେ ସରକାର।

୨-ଭୁବନେଶ୍ୱର:ପ୍ରଶାସନିକ ଦକ୍ଷତା ବୃଦ୍ଧିପାଇଁ ନିର୍ଦ୍ଦେଶନାମା ଜାରୀ, ଏଣିକି ୩ ସ୍ତରରେ ଯିବ ଫାଇଲ, ଅଧିକାରୀଙ୍କୁ ମିଳିବ ସମାନୁପାତିକ ଦାୟିତ୍ୱ।

୩-ଏମ୍ସ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ: ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ।

୪-ବାଲେଶ୍ୱର ଛାତ୍ରୀ ପୋଡ଼ି ଘଟଣା , ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି।

୫-ଭୁବନେଶ୍ୱର:ନ୍ୟାୟ ମାଗି ହାରିଗଲେ,ଆଖି ବୁଜିଲେ ସୈ।ମାଶ୍ରୀ। ଜେଲ୍ ଗଲେ ନିଲମ୍ବିତ ଅଧ୍ୟକ୍ଷ।

୬-ଛାତ୍ରୀ ମୃତ୍ୟୁ ପାଇଁ ବୁଧବାର କିମ୍ବା ଗୁରୁବାର ଓଡ଼ିଶା ବନ୍ଦ ପାଇଁ ବିରୋଧୀଙ୍କ ସଜବାଜ।

୭-ଭୁବନେଶ୍ୱର:ଆସିବ ନୂଆ ୪୨୦ଟି ୧୦୮ ଆମ୍ବୁଲାନ୍ସ। ବର୍ତମାନ ୮୬୦ଟି ଆମ୍ବୁଲାନ୍ସ କାମ କରୁଛି।

୮-ବ୍ରହ୍ମପୁର,ତୁରୁବୁଡି ପଂଚାୟତ ଲକ୍ଷ୍ମନାରାୟଣପୁରରେ ଅଭାବନୀୟ ଘଟଣା:ବାହା ହେବାକୁ ମନା କଲା ପୁଅ,ଆତ୍ମହତ୍ୟା କଲେ ବାପା, ମାଆ।

୯-ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡା ତିନି ଛକ ଠାରେ ଦୁର୍ଘଟଣା, ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ।

୧୦- ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ, ୧୦୦ପାଲେଷ୍ଟାଇନୀଙ୍କ ମୃତ୍ୟୁ ।

୧୧-ଶ୍ରାବଣ ପ୍ରଥମ ସୋମବାର: ଶ୍ରୀଲିଙ୍ଗରାଜଙ୍କୁ ଜଳ ଲାଗି କଲେ ୩ ହଜାର ଭକ୍ତ।

୧୨-ଭୁବନେଶ୍ୱର:ସୃଷ୍ଟି ହେଲା ଅବପାତ, ଉତ୍ତର ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା।

୧୩-ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲରେ ଅଘଟଣ, ମେଡିକାଲ ଛାତରୁ ଡେଇଁ ରୋଗୀ ଗୁରୁତର।

୧୪-ମହିଳା IASଙ୍କର ମହିଳା ଗାଡ଼ି ଡ୍ରାଇଭର,ପରିବହନ ବିଭାଗର ଏହି ପଦକ୍ଷେପ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ।ନଗର ଉନ୍ନୟନ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଗାଡ଼ି ଚଳାଉଛନ୍ତି ସନ୍ଧ୍ୟାରାଣୀ ମାଝୀ।

୧୫-ବାରଙ୍ଗ:ବାଇକ ଚାଳକଙ୍କୁ ଚାପିହେଲା ଆମ ବସ୍ , ଘଟଣାସ୍ଥଳରେ ଯୁବକ ମୃତ।ଉତ୍ୟକ୍ତ ଲୋକେ କଲେ ବସ ଭଙ୍ଗାରୁଜା।

୧୬-ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ କନଓ୍ୱର ବିଶାଳ ସିଂ।

୧୭-ସ୍ୱର୍ଣ୍ଣ ମନ୍ଦିରକୁ RDXରେ ଉଡ଼ାଇ ଦେବାକୁ ଧମକ , ଇ-ମେଲ ପାଇବା ପରେ ଉତ୍ତେଜିତ ମାହୋଲ, ଅମୃତସରରେ ଚାଞ୍ଚଲ୍ୟ।

୧୮-ନୂଆ ଦିଲ୍ଲୀ:ଅସୀମ ଘୋଷ ହରିୟାଣା ଓ ଅଶୋକ ଗଜପତି ଗୋଆ ରାଜ୍ୟପାଳ ନିଯୁକ୍ତ, କବିନ୍ଦର ଗୁପ୍ତାଙ୍କୁ ଲଦାଖ ଦାୟିତ୍ଵ।

୧୯-ପୃଥିବୀ ଅଭିମୁଖେ ଶୁଭାଂଶୁ ଶୁକ୍ଳାଙ୍କ ଯାତ୍ରା ଆରମ୍ଭ।୨୨ ଘଣ୍ଟା ୫ ମିନିଟର ଯାତ୍ରା ପରେ ଅକ୍ସିଅମ-୪ ସ୍ପେସ୍ କ୍ରାପ୍ଟ ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ କାଲିଫର୍ଣ୍ଣିଆର ଉପକୂଳରେ ପହଁଚିବ।

୨୦-ଇଂଲଣ୍ଡ ଲର୍ଡ୍ସ ଲଢେଇରେ ହାରିଗଲା ଟିମ୍ ଇଣ୍ଡିଆ, ଜାଡେଜାଙ୍କ ସାହସିକ ଇନିଂସ ବୃଥା।

୨୧-କାନାଡାରେ ରଥଯାତ୍ରା ବେଳେ ଭକ୍ତଙ୍କ ଉପରେ ଫିଙ୍ଗା ଗଲା ଅଣ୍ଡା, ଭାରତ ସରକାରଙ୍କ କଡ଼ା ଆପତ୍ତି; ନବୀନ ବି କଲେ ନିନ୍ଦା।

For more updates Join our WhatsApp Channel

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)