ଖବର ଆଜିର ତାରିଖ:୧୪/୦୭/୨୫, ସୋମବାର


୧-ଶ୍ରାବଣ ମାସର ଆଜି ପ୍ରଥମ ସୋମବାର ପାଇଁ ଶୈବପୀଠରେ ଲାଗିଲାଣି କାଉଡିଆଙ୍କ ଭିଡ।ବୋଲ ବମ, ହରହର ବମ, ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ଅଞ୍ଚଳ।

୨-ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା,୨ ଦିନ ପାଇଁ ଭାରି ଯାନ କୁ ନା, ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୂତୟନ।

୩-ନାକଟିଦେଉଳ: ବିଦ୍ୟୁତ ତାର ଲାଗି ହାତୀ ମୃତ, ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

୪-୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି, ଗସ୍ତ ପୂର୍ବରୁ ସରିଲା ପୋଲିସର କାରକେଡ୍‌ ରିହର୍ସାଲ।

୫-ବାଲେଶ୍ଵର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣା, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ।

୬-ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜନୀତି ଜୋର, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ।

୭-ଆସୁଛି ଦୁଇଟି ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।

୮-ବାଲେଶ୍ଵର:ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା,ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ, ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଓମେନ୍ସ ୱିଙ୍ଗ।

୯-ଡେଲାଙ୍ଗ ଅଞ୍ଚଳରେ ଚାଲିଛି କୁକୁଡ଼ା ମରା ଅଭିଯାନ,ଗତ କାଲି ଆଉ ୩ ହଜାର ୪୨୫ କୁକୁଡା ମାରିଛି ପ୍ରାଣୀ ଚିକିତ୍ସା ବିଭାଗ।

୧୦-ବ୍ରହ୍ମପୁର:ପ୍ଲଟ ଯୋଗାଇଦେବା ସ୍କିମ ନାଁରେ ୨୦୦ ଜଣଙ୍କଠାରୁ ୫ କୋଟି ଟଙ୍କା ଠକେଇ ଘଟଣା, ଜଣକୁ ଗିରଫ କଲା ପୋଲିସ।

୧୧-ଧାମରା ମୁହାଁଣରୁ ଧରା ହୋଇଛି ଦୁଇଟି ତେଲିଆ ମାଛ, ଦାମ୍ ଛଅ ଲକ୍ଷ ଟଙ୍କା।

୧୨-ବଜ୍ରପାତ ଅଘଟଣ : ଭଦ୍ରକରେ ଚାଲିଗଲା ଛାତ୍ରୀଙ୍କ ଜୀବନ, ଯାଜପୁରରେ ବିଲରେ ଟଳିପଡିଲେ ଚାଷୀ।

୧୩-ରାୟଗଡ଼ା ପରେ କୋରାପୁଟରୁ ଆସିଲା ଅଭାବନୀୟ ଘଟଣା : ଜୁଆଳି ବାନ୍ଧି ହଳ କଲେ ପ୍ରେମୀଯୁଗଳକୁ

୧୪-କଫି, ମାଣ୍ଡିଆ ଓ ହଳଦୀ ପରେ କୋରାପୁଟରେ ସଫଳ ହୋଇଛି ଜାପାନୀ ପୋଦିନା ଚାଷ, ଅଳ୍ପ ଖର୍ଚ୍ଚରେ ମିଳୁଛି ଅଧିକ ଲାଭ।

୧୫-ଭୁବନେଶ୍ୱର:ଚିଟ୍‌ଫଣ୍ଡ ତଦନ୍ତକୁ ପୂରିଲା ୧୨ ବର୍ଷ, ଲକ୍ଷ ଲକ୍ଷ ହିତାଧିକାରୀ କେମିତି ପାଇବେ ଜମା ଟଙ୍କା ବଢ଼ିଲାଣି ଚିନ୍ତା।

୧୬-ମହାନଦୀରେ ପ୍ରଖର ସୁଅରେ ପହଁରି ଆସିଛନ୍ତି ୮ ଟିକିଆ ହାତୀପଲ, କୁଲାରୀକୁଦ ଦ୍ୱୀପରେ ନେଉଛନ୍ତି ବିଶ୍ରାମ

୧୭-ହାଇଦ୍ରାବାଦ:ଆରପାରିରେ ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓ।

୧୮-ଲର୍ଡସ୍ ଟେଷ୍ଟ: ସୁନ୍ଦରଙ୍କୁ ୪ ଓ୍ବିକେଟ୍, ଭାରତର ବିଜୟ ଲକ୍ଷ୍ଯ ୧୯୩, ସ୍ଥିତି ଏବେ ୪/୫୮।

୧୯-ଆଜି ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ିବେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ।

୨୦-ନୂଆ ଦିଲ୍ଲୀ:ଉଜ୍ଜ୍ୱଳ ଦେବରାଜ ନିକମ, ସି. ସଦାନନ୍ଦନ ମାଷ୍ଟର, ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଡକ୍ଟର ମୀନାକ୍ଷୀ ଜୈନ,ଚାରିଜଣ ବିଶିଷ୍ଟ ବ୍ୟକ୍ତି ରାଜ୍ୟସଭାକୁ ହେଲେ ମନୋନୀତ।

୨୧-ଲଣ୍ଡନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ: ବିସ୍ଫୋରଣ ପରେ କଳା ଧୂଆଁମୟ ହେଲା ଆକାଶ।

For more updates Join our WhatsApp Channel

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024