ଖବର ଆଜିର ତାରିଖ:୧୩/୦୭/୨୫, ରବିବାର



୧-ରାତି ପାହିଲେ ଶ୍ରାବଣ ସୋମବାର,ଶୁଭିବ ବୋଲ୍ ବମ୍,ହର୍ ହର୍ ବମ୍। କାଉଡିଆଙ୍କ ସାମଗ୍ରୀରେ ସଜେଇ ହେଲାଣି ବଜାର।

୨-ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ, ରେଢ଼ାଖୋଲରେ ଘୋଷଣା କଲେ ମହାସଂଘର ସହ ସମ୍ପାଦକ।

୩-ଆସନ୍ତାକାଲି ଭୁବନେଶ୍ୱର ଏମ୍‌ସ’ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି।

୪-କଟକ:ରେଭେନ୍ସାରେ ହଷ୍ଟେଲ ଖାଦ୍ୟ ଖାଇ ୪୪ ଛାତ୍ର ଅସୁସ୍ଥ, ବଡ ମେଡିକାଲରେ ଭର୍ତ୍ତି

୫-ସୁସ୍ଥ ହୋଇ ଫେରିଲେ ନବୀନ ପଟ୍ଟନାୟକ,ନବୀନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେଡି କର୍ମୀଙ୍କ ଭିଡ।

୬-ଭୁବନେଶ୍ୱର: ଏକାମ୍ର ଉଦ୍ୟାନରେ ହେବ ଗୋଲାପ ବାଟିକା, ଲାଗିଚି ୨୦୦ ପ୍ରକାରର ଚାରା,ସେଲ୍ଫି ପଏଣ୍ଟ କାମ ଚାଲିଛି।

୭-ପୁରୀ ଡେଲାଙ୍ଗରେ ବାର୍ଡ ଫ୍ଲୁ ପରେ ବଢ଼ିଲା ଭୟ ; ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ।

୮-ରାଜଧାନୀରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା,ରବି ଟକିଜରୁ କଳ୍ପନା ଛକୁକୁ ଲାଗୁଛି ୧ ଘଣ୍ଟା।

୯-ହିନ୍ଦୋଳ :ବିଷାକ୍ତ ମଦ ନେଲା ଦୁଇ ଜୀବନ । ଦୁଇ ଦିନରେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ।

୧୦-କଟକ:ବେଲଗାମ କଞ୍ଚା ପରିବା ଦର, କିଲୋ ପିଛା କିଏ ୮୦ ତ ଆଉ କିଏ ୧୦୦ ଟଙ୍କା।

୧୧-ବାଲେଶ୍ଵର: ଫକୀର ମୋହନ ସ୍ଵଂୟଶାସିତ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ,କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ବି ନିଲମ୍ବିତ।

୧୨-ନେତାଙ୍କ ଷଡ଼ଯନ୍ତ୍ରରେ ଫସିଗଲି: ଅର୍ଚ୍ଚନା ନାଗ, ପୁଲିସ୍ ଅଧିକାରୀ ବି ସାମିଲ,ମୋତେ ହତ୍ୟା ଉଦ୍ୟମ ହୋଇଥିଲା।

୧୩-ସାର ଉତ୍ପାଦନରେ ଆତ୍ମନିର୍ଭର ହେବ ଭାରତ: ଫୋକସ୍‌ରେ ତାଳଚେର, ହେବ ପ୍ରଥମ କୋଇଲା ଚାଳିତ ସାରକାରଖାନା।

୧୪-କଟକ:ଓସିଏ କନଫରେନ୍ସ ହଲ୍‌ରେ ଲାଗିଲା ନିଆଁ, ଅନେକ ଆସବାବପତ୍ର ପୋଡି ନଷ୍ଟ।

୧୫-ଶିମିଳିପାଳରେ ବଢୁଛି ବାଘ ସଂଖ୍ୟା, ପୁଣି ୩ ଟି ଛୁଆ ଜନ୍ମ ଦେଲା କଳା ବାଘୁଣୀ T20।

୧୬-ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ : ଓଡ଼ିଶାର ବିକାଶକୁ ନେଇ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା।

୧୭-ପାଟନା : ନିର୍ବାଚନ ପୂର୍ବରୁ ନୀତିଶ ସରକାରଙ୍କ ବଡ ଭେଟି।୧୦୦ ୟୁନିଟ୍‌ ମାଗଣା ବିଜୁଳି ଦେବାକୁ ସରକାର କଲେ ଯୋଜନା।

୧୮-ଲର୍ଡ୍ସ ଟେଷ୍ଟ:ତୃତୀୟ ଦିନର ଖେଳରେ ଭାରତ ୩୮୭ ରନରେ ଅଲଆଉଟ୍।

୧୯-ଗୁଜରାଟର ଅହମ୍ମଦାବାଦ ବିମାନ ଦୁର୍ଘଟଣା:ଆସିଲା ତଦନ୍ତ ରିପୋର୍ଟ; ବିମାନ ଦୁଇଟି ଇଞ୍ଜିନ୍‍ ହଠାତ୍‍ କାମ କରିଲାନି।

୨୦-ପ୍ରଥମ ଥର ICC ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ।

୨୧-ସଂକଟରେ ପାକିସ୍ତାନ: ବିଶ୍ୱ ବ୍ୟାଙ୍କ କହିଲା, ଦାରିଦ୍ର୍ୟ ସୀମାରେଖା ତଳେ ୪୪.୭% ଜନସଂଖ୍ୟା।

୨୨-ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼, ପଠାଇଲା ୧୦ ବୋମାବର୍ଷୀ ଯୁଦ୍ଧବିମାନ।

For more updates Join our WhatsApp Channel

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)