ଖବର ଆଜିର ତାରିଖ:୧୦/୦୪/୨୫, ଗୁରୁବାର


୧-ରାମେଶ୍ଵରରୁ ବାହୁଡିଲେ ଶ୍ରୀଲିଙ୍ଗରାଜ, ଘଣ୍ଟାଏ ବିଳମ୍ବରେ ଗଡିଲା ରଥ।

୨-ପୁରୀ:ଦୟଣା ଚୋରି ନୀତି ଯୋଗୁଁ ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି।

୩-ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

୪-ଆଇଏଏସ୍ ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିଶନର।

୫-ଆସୁଛନ୍ତି ଜେପି ନଡ୍ଡା, ଆଜି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ।

୬-ଖଣ୍ଡଗିରି ନାକାଗେଟ୍‌ ଛକ ଅଞ୍ଚଳରୁ ୫୦ ଲକ୍ଷ ଟଙ୍କାର ଧଳାଜହର ଜବତ,୨ ଜଣଙ୍କ ଗିରଫ।

୭-ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ: କହିଲେ, ପାଣ୍ଡିଆନ ଦଳ, ରାଜ୍ୟ ପାଇଁ ବହୁତ କାମ କରିଛନ୍ତି।

୮-ଢେଙ୍କାନାଳ:ହୃଦଘାତରେ କାମାକ୍ଷାନଗର ଏସଡିପିଓ ଜ୍ଞାନରଞ୍ଜନ ମିଶ୍ରଙ୍କର ପରଲୋକ।

୯-ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ୍ ଚକ୍‌ଲେଟ୍‌ ଓ ପାଣି ବୋତଲ।

୧୦-ଆଜିଠୁ ୧୩ ଯାଏ ବର୍ଷା ସମ୍ଭାବନା, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳକୁ ଗତି କରିବ ଲଘୁଚାପ।

୧୧-ଅଙ୍ଗଦାନ କରି ଅମର : ୭ ଜଣଙ୍କୁ ନୂଆ ଜୀବନ ଦେଲେ କୋରାପୁଟ ସୁନାବେଡାର ଯୁବକ ଆଶିଷ କୁମାର ଛୁଆଳ ସିଂ।

୧୨-ଦିଗପହଣ୍ଡି,କୁଶପଡ଼ା ଗାଁ:ପାରିବାରିକ କଳହରୁ ଘରେ ବୋମା ଫୁଟାଇଲା ସ୍ବାମୀ।

୧୩-ପୋଲିସ ଜାଲରେ ସାଇବର ଫ୍ରଡ୍ ରାକେଟ୍, ୯ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ।

୧୪-ଫୁଲବାଣୀ:୨୦୨୨ ମସିହାର ସେବାଶ୍ରମ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ନାବାଳକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ।

୧୫-ଇନଫୋସିଟି ଥାନା ଅଞ୍ଚଳ:ନିଶା କାରବାର ଅଭିଯୋଗରେ ରେଡ୍‌, ଗଞ୍ଜେଇ ମିଳିଥିବା ଚା ଓ ପାନ ଦୋକାନୀଙ୍କୁ ଉଠାଇ ନେଲା ପୋଲିସ।

୧୬-ଖଲ୍ଲିକୋଟ: ପୂର୍ଣ୍ଣ ଚନ୍ଦ୍ରପୁର ଗାଁରେ ଋଣ ବୋଝରୁ ମାନସିକ ଚାପରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା।

୧୭-ଫ୍ରାନସ୍ ଠାରୁ ୨୬ଟି ରାଫେଲ୍ ବିମାନ କିଣିବ ଭାରତ, ୬୩ ହଜାର କୋଟି ଟଙ୍କାର ବଡ଼ ଚୁକ୍ତି ହେବ।

୧୮-ମୁମ୍ବାଇ:ସୁଧହାର କମାଇଲା ରିଜର୍ଭ ବ୍ୟାଙ୍କ,ଶସ୍ତା ହେବ କାର-ଗୃହ ଋଣ EMI ।

୧୯-ବିହାରରେ ବିତ୍ପାତ ରଚିଲା ବଜ୍ରପାତ, ୪ ଜିଲ୍ଲାରେ ୧୩ ମୃତ, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୨୦-ଅହମଦାବାଦ: ସୁଦର୍ଶନଙ୍କ ୮୨, ରାଜସ୍ଥାନକୁ ହରାଇ ଶୀର୍ଷକୁ ଉଠିଲା ଗୁଜରାଟ।

୨୧-ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି।ଆମେରିକା ଉତ୍ପାଦ ଉପରେ ୮୪% ଶୁଳ୍କ ଲଗାଇଲା ଚୀନ।

୨୨-କେବେ ହଁ ତ କେବେ ନାଁ: ପାଲଟା ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିଲେ ଟ୍ରମ୍ପ, ଚୀନ ଉପରେ ପୁଣି ବଢାଇଲେ ଶୁଳ୍କ।

୨୩-ବାଂଲାଦେଶ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ : ମ୍ଯାଁମାର, ନେପାଳ, ଭୁଟାନକୁ ରପ୍ତାନି ବାଟ ବନ୍ଦ କଲା।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)