ଖବର ଆଜିର ତାରିଖ:୦୭/୦୪/୨୫, ସୋମବାର



୧-ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ନିବେଶକ ସମ୍ମିଳନୀରେ ଯୋଗଦେବେ।

୨-ଭୁବନେଶ୍ୱର: ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ସ୍କିମାଟିକ୍ ଶିକ୍ଷକ ପାଇବେ ରେସନ କାର୍ଡ।

୩-ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି, ୪୮ଘଣ୍ଟାରେ ଲଘୁଚାପ ସମ୍ଭାବନା।

୪-ଦ୍ବିତୀୟ ଦିନରେ ରାମେଶ୍ବରରେ ଲାଗିଲା ରୁକୁଣା ରଥ, ରାମନବମୀରେ ରାମେଶ୍ବରଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ହେଲା ଭେଟ ଆଳତି।

୫-ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ, ୭ ହଜାର ଘନ ଫୁଟ କାଠ ଚିରା ହେବ।

୬-କେନ୍ଦ୍ରାପଡା କୁଦାନଗରୀ ଥାନା ବଳନ୍ତା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା,ଜଣେ ମୃତ, ୩ ଗୁରୁତର।

୭-ତେଲକୋଇ:ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ ଭ୍ୟାନ, ୩୦ରୁ ଅଧିକ ଆହତ।

୮-ପୁରୀ ସିଂହଦ୍ଵାର ସମ୍ମୁଖରେ ସାମ୍ବାଦିକାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସେବକ,ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା।

୯-କେନ୍ଦୁଝରରେ ୧୮ଟିକିଆ ହାତୀ ପଲଙ୍କ ଉପଦ୍ରବ, ଫସଲ ଖାଇବା ସହ ଦଳିଚକଟି କଲେ ନଷ୍ଟ।

୧୦-ସୋର:ରାମ ନବମୀ ଶୋଭାଯାତ୍ରା ବେଳେ ଛୁରାମାଡ଼, ଜଣେ ଯୁବକ ଗୁରୁତର।

୧୧-ତିଗିରିଆ:ମହଙ୍ଗା ପଡ଼ିଲା ବିକଟାଳ ହର୍ଣ୍ଣ ବଜାଇ ଗାଳି କରିବା, ଗିରଫ ପରେ ଅଭିଯୁକ୍ତ କୋର୍ଟ ଚାଲାଣ।

୧୨-ପିଏମ୍‌ ଜନମନ ଯୋଜନା: ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର।

୧୩-ଅଯୋଧ୍ୟା:ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲାଲା, ମଥାରେ ଝଲସିଲା ସୂର୍ଯ୍ୟ ତିଳକ।

୧୪-ତାମିଲନାଡ଼ୁ ରାମେଶ୍ଵରମରେ ପମ୍ବନ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୧୫-ପୁଣେ-ବେଙ୍ଗାଲୁରୁ ଏକ୍ସପ୍ରେସ-ଓ୍ବେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ, ଅନେକ ଆହତ।

୧୬-ହାଇଦ୍ରାବାଦ: ହାଇଦ୍ରାବାଦକୁ ହରାଇଲେ ସିରାଜ,ଶୁଭମନ। ମୁମ୍ବାଇ -ବେଙ୍ଗାଲୁର ଲଢେଇ ଆଜି।
 
୧୭-ଆଇନ୍‌ରେ ପରିଣତ ହେଲା ୱକ୍‌ଫ ସଂଶୋଧିତ ବିଲ୍‌, ୱକ୍‌ଫ ସଂଶୋଧିତ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ।

୧୮-ସୁନାଦରରେ ଲାଗିଲା ବ୍ରେକ୍‌, ଦୁଇଦିନ ହେବ ଖସୁଛି ଦର।

୧୯-କାନାଡ଼ା ଓ ଚୀନ ଭଳି ଆମେରିକା ଉପରେ ଜବାବୀ ଶୁଳ୍କ ଲଗାଇବ ନାହିଁ ଭାରତ: ରିପୋର୍ଟ।

୨୦-ଟ୍ରମ୍ପ ଓ ମସ୍କଙ୍କ ବିରୋଧରେ ଆମେରିକାରେ ବିଶାଳ ବିକ୍ଷୋଭ,ଏହାକୁ ‘ହ୍ୟାଣ୍ଡ୍‌ସ ଅଫ୍‌’ ଆ‌ନ୍ଦୋଳନ କୁହାଯାଉଛି।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024