ଖବର ଆଜିର ତାରିଖ:୩୦/୦୪/୨୫, ବୁଧବାର



୧-ଭୁବନେଶ୍ୱର:ଆଜି ସରିବ +୨ ଖାତା ଦେଖା,୧୫ ସୁଦ୍ଧା ପ୍ରକାଶ ପାଇବ ଫଳାଫଳ।

୨-ଭୁବନେଶ୍ୱର:ଆଜି ୫୦ ଲକ୍ଷ ଚାଷୀଙ୍କୁ ମିଳିବ CM କିଷାନ୍ ସହାୟତା କିସ୍ତି।

୩-ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟ, ରାଜ୍ୟରେ ଉପକୂଳ ସୁରକ୍ଷା କଡ଼ାକଡ଼ି।ନଦୀ ମୁହାଣ ଏବଂ ସାମୁଦ୍ରିକ ପଥରେ ନାଭାଲ କର୍ମଚାରୀ ଓ ପୋଲିସ ପାଟ୍ରୋଲିଂ ଜାରି।

୪-୫ ବର୍ଷରେ ୨୦୨ ନିଯୁକ୍ତି ମେଳା,୯୨,୭୨୯ ଜଣଙ୍କୁ ଚାକିରି,ଏବେ ଅପେକ୍ଷାରେ ଅଛନ୍ତି ୧୧ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ।

୫-ଭୁବନେଶ୍ୱର:ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାସନ୍‌ କାର୍ଡରୁ ବାଦ ପଡିବେ ବିଦେଶୀ।

୬-ରାଜନଗର:କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ,ମେ ପହିଲାରୁ ଭିତରକନିକା ବନ୍ଦ।

୭-ଭୁବନେଶ୍ୱର:ଶିଶୁ ବାଟିକା, ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’।ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା। 

୮-ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟମନ୍ତ୍ରୀ

୯-ଗଣଶିକ୍ଷା ମନ୍ତ୍ରୀଙ୍କ ତାଗିଦ୍‌ ,ନିୟମ ଭାଙ୍ଗି ସ୍କୁଲ ଖୋଲା ହେଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

୧୦-ମାଲକାନଗିରି:ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୪ ହାର୍ଡକୋର ମାଓବାଦୀ।

୧୧-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଉତ୍ତରାଖଣ୍ଡର ଚାର ଧାମ ଯାତ୍ରା ଆରମ୍ଭ ହେବ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

୧୨-ଉମରକୋଟ:ନିଆରା ଗୁରୁ ଶିଷ୍ୟ ପରମ୍ପରା, ଗୁରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୭୦ କିମି କାନ୍ଧରେ ବୋହି ଆଣିଲେ ଶିଷ୍ୟ।

୧୩-ଢେଙ୍କାନାଳ:ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ , ଗାଡ଼ିରୁ ଜବତ ହେଲା ନଗଦ ତିନି ଲକ୍ଷ ଟଙ୍କା।

୧୪-ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା।

୧୫-ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ମିଳିପାରେ ବଡ଼ ଭେଟି, ସର୍ବନିମ୍ନ ପେନ୍‌ସନ୍ ୩୦୦୦ ଟଙ୍କା କରିପାରନ୍ତି କେନ୍ଦ୍ର ସରକାର।

୧୬-ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମେ’ ପହିଲା ଓ ୨ ତାରିଖରେ ମହାରାଷ୍ଟ୍ରର ଲୋନାଭାଲାଠାରେ ଜାତୀୟ ଆୟୁଷ ମିଶନ ସମ୍ମିଳନୀ ଆୟୋଜନ କରାଯିବ। 

୧୭-ସେନାକୁ ସବୁଜ ସଂକେତ, ଆକ୍ରମଣ ସମୟ, ସ୍ଥାନ ଓ ଶୈଳୀ ସ୍ଥିର କର: ପ୍ରଧାନମନ୍ତ୍ରୀ 

୧୮-ନୂଆଦିଲ୍ଲୀ: IPLରେ ନାରାୟଣଙ୍କୁ ୩ ଓ୍ବିକେଟ୍,ଦିଲ୍ଲୀକୁ ହରାଇଲା କୋଲକାତା।

୧୯-ଚେନ୍ନାଇ:ଆଜି କିଙ୍ଗସ୍ ଓ ସୁପର୍ କିଙ୍ଗସ୍ ମଧ୍ୟରେ ହେବ ମୁକାବିଲା।

୨୦-ନୁଆଦିଲ୍ଲୀ:ଜଷ୍ଟିସ ଭୁଷଣ ରାମକୃଷ୍ଣ ଗବଇ ପ୍ରଧାନ ବିଚାରପତି ନିଯୁକ୍ତ,୧୪ରେ ନେବେ ଶପଥ।

୨୧-ମେ' ୨୯ରେ ସ୍ପେସ୍ ଷ୍ଟେସନ ଲାଗି ଉଡ଼ାଣ କରିବେ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା, ୪୦ ବର୍ଷ ପରେ ମହାକାଶରେ ପାଦ ଦେବେ ଭାରତୀୟ।

୨୨-କଲମ୍ବୋ:୧୫ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା ଭାରତୀୟ ମହିଳା ଦଳ।

୨୩-ପହଲଗାମ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ : ହାଇଆଲର୍ଟରେ ଜମ୍ମୁକାଶ୍ମୀର ସୁରକ୍ଷା।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024