ଖବର ଆଜିର ତାରିଖ:୦୫/୦୪/୨୫, ଶନିବାର



୧-ଓଡ଼ିଆରେ ଲେଖା ହେଉନି ନାମ ଫଳକ; ନିୟମ ଖିଲାପ କରୁଛନ୍ତି ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟକ ପ୍ରତିଷ୍ଠାନ, ବାଦ ପଡୁନି ସରକାରୀ ଦପ୍ତର।

୨-ଭୁବନେଶ୍ୱର:ଆଜି ଗଡିବ ରୁକୁଣା ରଥ,୧୨ଟା ୩୦ରେ ପହଣ୍ଡି, ଅପରାହ୍ନ ୩ଟା ୩୦ରେ ହେବ ରଥ ଟଣା।

୩-ପୁରୀ:ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଶିକ୍ଷଣ, ଉତ୍ତମ ଆଚରଣ ଓ ବ୍ୟବହାର ପ୍ରଦର୍ଶନ ପାଇଁ ତାଲିମ।

୪-ଓଡ଼ିଶାର ଦୁଇଟି ସମେତ ୪ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ।

୫-ଭୁବନେଶ୍ୱର:ଦୁଇ ଦିନ ପରେ ୪୦ ଟପିବ ତାତି,୮ ଜିଲ୍ଲାକୁ କାଳବୈଶାଖୀ ସତର୍କତା ସୂଚନା ଜାରି।

୬-ଏପ୍ରିଲ ୧୧ରୁ ରାଜ୍ୟରେ ଆୟୁଷ୍ମାନ କାର୍ଡ ଲାଗୁ।ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

୭-ଭୁବନେଶ୍ୱର:ସଚିବ ସ୍ତରୀୟ ବୈଠକ, ପ୍ରତିମାସରେ ଜିଲ୍ଲା ଗସ୍ତ କରିବେ ସଚିବ।

୮-ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ବିଜେପି ଉପରେ ତାରାଙ୍କ ସଙ୍ଗୀନ ଅଭିଯୋଗ ; କହିଲେ,ସିବିଆଇ ତଦନ୍ତ ହେଉ।

୯-କେନ୍ଦୁଝର ସଦର:ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଗିରଫ ମହିଳା ପ୍ରମିଳା ପରିଡାଙ୍କୁ ରିମାଣ୍ଡରେ ନେଇ ପୁଲିସର ତଦନ୍ତ ଜାରି।

୧୦-ଭୁବନେଶ୍ବରରେ ଡବଲ୍ ଏନକାଉଣ୍ଟର ; ପୋଲିସ ଗୁଳିରେ ଆହତ ହେଲେ ଦୁଇ ଲୁଟେରା।

୧୧-ଯାତ୍ରାରେ ପୁଣି ଯାତେରା,ମୁହାଁମୁହିଁ ହେଲେଣି ମାଲିକ ଏବଂ ଅଭିନେତା। ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବର୍ଷେ ବାସନ୍ଦ।

୧୨-ଥୁଆମୂଳ ରାମପୁର: ସଡ଼କ ଦୁର୍ଘଟଣାର ଭିନ୍ନ ମୋଡ଼, ଥାନା ଘେରାଉ, ଭଙ୍ଗାରୁଜା ଓ ପୁଲିସକୁ ମାଡ଼।

୧୩-ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଓ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ କମିସନରେଟ ପୋଲିସ ଜାରି କଲା ଟ୍ରାଫିକ କଟକଣା।

୧୪-ରାମ ନବମୀ ପାଳନ ପୂର୍ବରୁ ସମ୍ବଲପୁରରେ ଫ୍ଲାଗ୍ ମାର୍ଚ୍ଚ, ବିଭିନ୍ନ ଛକ ବୁଲୁଛନ୍ତି ରାପିଡ ଆକ୍ସନ ଫୋର୍ସ।

୧୫-DRDOକୁ ବଡ଼ ସଫଳତା, MRSAM ମିସାଇଲର ଆର୍ମି ଭର୍ସନର ହେଲା ସଫଳ ପରୀକ୍ଷଣ।

୧୬-IPL:ସଂଘର୍ଷ କରି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ; ପାଣ୍ଡ୍ୟାଙ୍କ ପଞ୍ଝା ଓ ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ବେକାର, ଲକ୍ଷ୍ନୌକୁ ମିଳିଲା ଜିତ୍।

୧୭-ମୁମ୍ବାଇ:ବଲିଉଡ୍ ର କିମ୍ବଦନ୍ତୀ ଅଭିନେତା ମନୋଜ କୁମାରଙ୍କ ୮୭ ବର୍ଷ ବୟସରେ ପରଲୋକ।

୧୮-ଏବେ ନ୍ୟାୟିକ ଲଢ଼େଇର ସାମ୍ନା କରିବ ୱକଫ୍ ସଂଶୋଧନ ବିଲ, ସୁପ୍ରିମକୋର୍ଟରେ ହେଲା ମାମଲା।

୧୯-ବଜେଟ ଅଧିବେଶନ ଶେଷ, ଲୋକସଭା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ।

୨୦-ଆମେରିକା ଉପରେ ଚୀନର ପାଲଟା ଶୁଳ୍କ ଘୋଷଣା ପରେ ୮ ପ୍ରତିଶତ କମିଲା ତେଲ ଦର।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024