ଖବର ଆଜିର ତାରିଖ:୨୮/୦୪/୨୫, ସୋମବାର

 

୧-ଭୁବନେଶ୍ୱର:ମେ' ୨ରୁ OJEE, ୧୨ଯାଏଁ ୩ଟି ସିଫ୍ଟ୍ ରେ ହେବ ପରୀକ୍ଷା।

୨-ଗୋପବନ୍ଧୁଙ୍କ ସତ୍ୟବାଦୀର ବାର୍ଷିକ ସମାରୋହ, କଥାଶିଳ୍ପୀ ତରୁଣକାନ୍ତି ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ପ୍ରଦାନ।

୩-ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ଏବଂ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି।ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି କର୍ତ୍ତୃପକ୍ଷ।

୪-ଚାନ୍ଦବାଲି: ଦୁଇଟଙ୍କା ପାଇଁ ଫୁଟିଲା ଗୁଳି ଥଣ୍ଡା ପାନୀୟ ଦାମ୍ ଅଧିକ କହିବାରୁ ଦୋକାନୀକୁ ହେଲା ଆକ୍ରମଣ।

୫-ଆଗକୁ ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।

୬-ଖୋର୍ଦ୍ଧା : ଜଟଣୀ ଇନ୍ଫୋଭେଲି ଥାନା ଗ୍ରାମଣ୍ଡିହ ଗ୍ରାମରେ ଅଘଟଣ,ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ, ଶଳା ଆକ୍ରମଣରେ ଜ୍ୱାଇଁ ମୃତ।

୭-ଭୁବନେଶ୍ୱର: ଚାଷୀଙ୍କ ପାଇଁ କଂଗ୍ରେସର ଦାବି ମାସିକ ୩ହଜାର ଟଙ୍କା ଭର୍ତ୍ତା ,ମାଗଣା ବିଜୁଳି ବି।

୮-ଘଟଗାଁ:ନଈରେ ପଡ଼ି ୨ ଯୁବକ ମୃତ, ଫଟୋ ଉଠାଉଥିବା ବେଳେ ଖସିପଡ଼ି ନିଖୋଜ ଥିଲେ।

୯-ଭୁବନେଶ୍ୱର ୮ଟି ବିମାନର ଜରୁରୀ ଅବତରଣ, ଉଡ଼ାଣକୁ ନେଇ ଗେଟ୍‌ ସମ୍ମୁଖରେ ଯାତ୍ରୀଙ୍କ ଉତ୍ତେଜନା।

୧୦-ବାରିପଦା,ସରାଳି ନଦୀ ପୋଲ:ଠେଙ୍ଗାରେ ପିଟି ସୁନା ବ୍ୟାଗ ଲୁଟ, ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଛଡ଼ାଇନେଲେ ଦୁବୃର୍ତ୍ତ।

୧୧-ମାଲକାନଗିରି:ଖରାଦିନେ ବଢୁଛି ତାଳସଜର ଆଦର, ଆଦିବାସୀଙ୍କୁ ଦେଉଛି ରୋଜଗାର । ଦାଦନ ରୋକିଛି, ପରିବାର ଚଳାଉଛି।

୧୨-ଭୁବନେଶ୍ୱର:ନିଶା ପାଇଁ ଫସର ଫାଟୁଛି ପୋଲିସର ଉଦ୍ୟମ, ରାଜଧାନୀର ବସ୍ତିରେ ବଢୁଛି ଅପରାଧ।

୧୩-ଚମକିଲେ ଓଡ଼ିଆ ପୁଅ ୟଶ୍ ଜୈନ୍, NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ହେଲେ ଟପ୍ପର।

୧୪-ଦିଲ୍ଲୀ NCERT ପାଠ୍ୟପୁସ୍ତକରୁ ହଟିଲା ମୋଗଲ ଓ ଦିଲ୍ଲୀ ସୁଲତାନ ବିଷୟ; ପବିତ୍ର ଭୂଗୋଳ ସାମିଲ୍।

୧୫-ନୂଆ ଦିଲ୍ଲୀ:IPLରେ କୋହଲି,କ୍ରୁନାଲ RCBକୁ ଶୀର୍ଷରେ ପହଞ୍ଚାଇଲେ।

୧୬-ମୁମ୍ବାଇ:ବୁମରାଓଙ୍କୁ ୪ ଉଇକେଟ୍, ମୁମ୍ବାଇର କ୍ରମାଗତ ୫ମ ବିଜୟ।

୧୭-ପାକିସ୍ତାନ ଯିବା ଲାଗି ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ।

୧୮-୨୯ ଯାଏଁ ବଢ଼ିଲା ପାକିସ୍ତାନକୁ ଫେରିବା ସମୟସୀମା, ଭାରତ ଛାଡିଲେ ୫୩୭ ପାକିସ୍ତାନୀ।

୧୯-ମାନବିକତା ଦେଖାଇଲେ କାଶ୍ମୀରବାସୀ : ପର୍ଯ୍ୟଟକଙ୍କୁ ମାଗଣାରେ ଯୋଗାଇଦେଲେ ଅଟୋସେବା , ରହିବା ପାଇଁ ଖୋଲିଦେଲେ ଘର ଦୁଆର।

୨୦-ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ; ଦେଶବାସୀକୁ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ।

୨୧-ନାମ ନେଲା ପାକିସ୍ତାନ...!, ହାତରେ ନମାରି ଭାତରେ ମାରୁଛି ଭାରତ।ଉରି ଡ୍ୟାମ୍ ଖୋଲି ଦେବାରୁ ଝେଲମ୍ ନଦୀରେ ଅଚାନକ୍ ଜଳ ପ୍ରବାହ ବଢ଼ିଛି।ମୁଜାଫରାବାଦରେ ଗତକାଲିଠୁ ଭୀଷଣ ବନ୍ୟା ସ୍ଥିତି ଉପୁଜିଛି।

୨୨-ଶାନ୍ତି ଚାହୁଁଛନ୍ତି ଶାହବାଜ ସରିଫ! ଭାରତ-ପାକିସ୍ତାନ ପାଇଁ ମଧ୍ୟସ୍ଥତା କରିବାକୁ ଇରାନକୁ କଲେ ଗୁହାରି।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024