ଖବର ଆଜିର ତାରିଖ:୨୬/୦୪/୨୫, ଶନିବାର



୧-ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି, ଚାରିଦ୍ୱାରେ ଫ୍ରିସ୍କିଂ ଜାରି,୧୨ ପ୍ଲାଟୁନ ଫୋର୍ସ ଆଲର୍ଟ।

୨-ଶପଥ ଗ୍ରହଣ କଲେ ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଓ ୩ଜଣ ସୂଚନା ଆୟୁକ୍ତ।

୩-RTE ନାମଲେଖା: ଲଟେରୀ ମାଧ୍ୟମରେ ୨୧,୮୪୩ ଛାତ୍ରଛାତ୍ରୀ ମନୋନୀତ, ଜୁନ୍ ୧୦ ଯାଏଁ ଘରୋଇ ବିଦ୍ୟାଳୟରେ କରିବେ ନିଶୁଳ୍କ ନାମଲେଖା।

୪-ଖୁବ ଶୀଘ୍ର ଆସିବ ରାଜସ୍ୱ ସେବା ଆପ, ଆପରୁ ଡାଉନଲୋଡ଼ କରିହେବ ବିଭିନ୍ନ ରାଜସ୍ୱ ପ୍ରମାଣପତ୍ର।

୫-ଭିଜିଲାନ୍ସ ଜାଲରେ ଠିକାଦାର ଲକ୍ଷ୍ମୀଧର ରାଉତରାୟ, ସରକାରୀ ଟଙ୍କା ହଡପ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ।

୬-ବଲାଙ୍ଗୀର:ପ୍ରାଣ ନେଲା କାଳବୈଶାଖୀ, ଚଳନ୍ତା ଅଟୋରେ ଗଛ ପଡ଼ି ୨ ମୃତ।

୭-ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ୪୬ଟି ସିଭିଲ ଜଜ୍ କୋର୍ଟ (ଜୁନିଅର ଡିଭିଜନ)।

୮-ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ମିଳିବନି ଭରଣପୋଷଣ, କଟକ ଜେଏମଏଫସି କୋର୍ଟ ଶୁଣାଇଲେ ରାୟ।

୯-ମେ’ ପହିଲାରୁ ୨୦ ଜିଲ୍ଲାରେ ଧାନକିଣା, ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ।ଏଥିରେ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହେବେ।

୧୦-ନବ ଦାସ ହତ୍ୟା ମାମଲା, ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ।

୧୧-ମହିଳାଙ୍କୁ ଛୁରା ମାରି ସୁନା ଲୁଟ ଘଟଣା, ୨ ଜଣକୁ ଗିରଫ କଲା ଚୌଦ୍ଵାର ପୋଲିସ।

୧୨-କିଟ୍ ବିଶ୍ଵବିଦ୍ୟାଳୟରେ ଫେସନ୍ ଶୋ’ କୀର୍ତ୍ତି କଳ୍ପନାର ୧୩ତମ ସଂସ୍କରଣ ଅନୁଷ୍ଠିତ।

୧୩-ଶିମିଳିପାଳରେ ବର୍ଷକ ଭିତରେ ୩୫ରୁ ୪୦କୁ ଡେଇଁଲା ମହାବଳ ବାଘ ସଂଖ୍ୟା।

୧୪-ବିଭିନ୍ନ ପ୍ରକାର ଭିସାରେ ଓଡ଼ିଶାରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ବିଦା କରାଯିବ – ମନ୍ତ୍ରୀ ସୁରେଶ ପୂଜାରୀ

୧୫-ରାଉରକେଲା:ଢ଼ାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସର ଏନ୍ କାଉଣ୍ଟର, ୨ ଅପରାଧୀ ଆହତ।

୧୬-IPL: ଚେନ୍ନାଇ ସୁପର୍ କିଙ୍ଗସ୍ ର ସପ୍ତମ ପରାଜୟ,ପ୍ଲେ ଅଫ୍ ଆଶା କ୍ଷୀଣ।

୧୭-କାଶ୍ମୀରରରେ ବଡ଼ ସର୍ଚ୍ଚ ଅପରେସନ, ଘରକୁ ଘର ଏବଂ ଗଳିକୁ ଗଳି ବୁଲି ଚାଲିଛି ତଲାସୀ ଅଭିଯାନ।

୧୮-ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଡ. କେ. କନ୍ତୁରୀରଙ୍ଗନଙ୍କ ୮୪ ବର୍ଷ ବୟସରେ ପରଲୋକ।

୧୯-ତିନି ମାସରେ ରିଲାଏନ୍ସର ଲାଭ ୧୯,୪୦୭ କୋଟି ଟଙ୍କା, ଚତୁର୍ଥ ତ୍ରୈମାସ ପରିଣାମ ଜାରି କଲା RIL।

୨୦-ଆମେରିକାର ବଡ଼ ଘୋଷଣା: ପହଲଗାଓଁ ଆକ୍ରମଣକାରୀ ଆତଙ୍କୀଙ୍କୁ ଧରିବାରେ ଭାରତକୁ ସହଯୋଗ କରିବ।

୨୧-ଘନେଇଲା ଭାରତ-ପାକ୍ ଯୁଦ୍ଧ ଆଶଙ୍କା: ସୀମାରେ ହଲଚଲ୍, ଦୁଇ ସେନାର ଡ୍ରିଲ୍ ଜାରି।

୨୨-ରୁଷରେ ଆତଙ୍କବାଦୀ ଆକ୍ରମଣ, ଲେଫ୍ଟନାଣ୍ଟ ଜେନେରାଲ ୟାରୋସ୍ଲାଭ ମୋସକାଲିକଙ୍କୁ ହତ୍ୟା

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024