ଖବର ଆଜିର ତାରିଖ:୨୫/୦୪/୨୫, ଶୁକ୍ରବାର
୧-ପହଲଗାମରେ ଆତଙ୍କବାଦୀ ହତ୍ୟା ପରେ ସଜାଗ ଓଡ଼ିଶା ସରକାର, ଅନୁପ୍ରବେଶକାରୀଙ୍କ ଉପରେ ଅଛି ତୀକ୍ଷ୍ମ ନଜର।
୨-ପୁରୀରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିଲେ ରାଜ୍ୟ ସରକାର; ୬ଲକ୍ଷ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।
୪-ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ : ରାଜ୍ୟର ଦ୍ବିତୀୟ ଏବଂ ଦେଶର ୧୦୭ତମ ସ୍ଥାନରେ ରହିଛି।
୪-ଭୁବନେଶ୍ୱର:ଶିକ୍ଷକ ଅଭାବ ପୂରଣ ପାଇଁ ପ୍ରୟାସ, ଅନ୍ୟ ବିଦ୍ୟାଳୟରୁ ଆସିବେ ବଳକା ଶିକ୍ଷକ।
୫-ଭୁବନେଶ୍ୱର: ଖରାଛୁଟିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରହିଛି ହୋମ ଓ୍ବାର୍କ, ବିସ୍ତୃତ ମାର୍ଗଦର୍ଶିକା ଜାରି।
୬-ପହଲଗାମ୍ ଆତଙ୍କୀ ହମଲାକୁ ତୀବ୍ର ନିନ୍ଦା, ସାରା ରାଜ୍ୟରେ ମୃତକଙ୍କ ପାଇଁ ହେଲା କ୍ୟାଣ୍ଡେଲ ରାଲି।
୭-ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ।
୮-ବଣାଇରେ ସ୍ପଷ୍ଟ ଦିବାଲୋକରେ ବାଇକ୍ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।
୯-ଭୁବନେଶ୍ବର : ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର ।
୧୦-ମହାନଦୀରେ ବୁଡି ଯାଇଥିବା ନଦୀକୂଳ ସାହିର ୨ ଯୁବକ ମୃତ।
୧୧-ଯୁକ୍ତ ଦୁଇ ରେଜଲ୍ଟ ଅପେକ୍ଷାରେ ଛାତ୍ରଛାତ୍ରୀ; ପାସ କରାଇଦେବା ସହ ମାର୍କ ବଢାଇବାକୁ ପିଲାଙ୍କୁ ଆସୁଛି ଫେକ୍ କଲ୍।
୧୨-ବାସୁଦେବପୁର: କାଶିଆ ସାମୁଦ୍ରିକ ଥାନା ସାନକୃଷ୍ଣ ଡିହସହି ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ।
୧୩-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ଲକ୍ଷ ଟଙ୍କାର ସହାୟତା ଓ ତାଙ୍କ ସ୍ତ୍ରୀଙ୍କୁ ଚାକିରି।
୧୪-ଲିଫ୍ଟରେ ଚାପିହୋଇ ରୋଗୀ ମୃତ, ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ, ମୃତ ମହିଳା ରାନ୍ଦୀଆ ପଂଚାୟତ ନରସିଂହପୁର ଗ୍ରାମର ମୀନତି ପରିଡା।
୧୫-ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥୀ, ଇସାଣୀ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ।
୧୬-ମାଓବାଦୀଙ୍କ ଉପରେ ବଡ଼ ପ୍ରହାର, ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ, ହଜାରେ ନକ୍ସଲଙ୍କୁ ଘେରିଲେ ୨୦ ହଜାର ଯବାନ।
୧୭-ପାକିସ୍ତାନର ସରକାରୀ ‘X’ ହ୍ୟାଣ୍ଡେଲ ଭାରତରେ ବ୍ଲକ।
୧୮-ନୌସେନା ଜାହାଜରୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ।ଆଇଏନଏସ ସୁରତରୁ ଏହି ପରୀକ୍ଷଣ କରାଯାଇଛି।
୧୯-ବେଙ୍ଗାଳୁରୁ:IPLରେ ହାଜେଲ ଉଡଙ୍କୁ ୪ ଉଇକେଟ୍, ରାଜସ୍ଥାନକୁ ହରାଇଲା RCB ।
୨୦-ଚେନ୍ନାଇ:IPLରେ ଆଜି କର ବା ମର ସ୍ଥିତିରେ ଚେନ୍ନାଇ ଓ ହାଇଦ୍ରାବାଦ।
୨୧-ଆତଙ୍କୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କଠୋର ଚେତାବନୀ:ସେମାନଙ୍କୁ ତାଙ୍କ କଳ୍ପନାଠାରୁ ବହୁତ ବଡ଼ ଦଣ୍ଡ ଦିଆଯିବ, ଯାହା ବିଷୟରେ ସେମାନେ କେବେ ଚିନ୍ତା ବି କରି ନ ଥିବେ।
୨୨-ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକାଠି ହେଲା ସାରାଦେଶ: ରାହୁଲ ଗାନ୍ଧୀ କହିଲେ, ସରକାରଙ୍କୁ ଦିଆଯିବ ପୂରା ସମର୍ଥନ।
୨୩-ନୂଆ ଦିଲ୍ଲୀ:ଗର୍ଜିଲା ରାଫେଲ ଓ ସୁଖୋଇ ୩୦,ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ ।
Comments
Post a Comment