ଖବର ଆଜିର ତାରିଖ:୨୩/୦୪/୨୫, ବୁଧବାର


 
୧-ଭୁବନେଶ୍ୱର : ଜଳୁଛି ସାରା ଓଡିଶା । ଡେଉଁଛି ପାରଦ । କଲବଲ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି,୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି।

୨-ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ଚମକ।ରୀତିକା ରଥ ୪୮ତମ ସ୍ଥାନରେ,୯୫ତମ ସ୍ଥାନରେ ଅଛନ୍ତି ଦେବିକା ପ୍ରିୟଦର୍ଶିନୀ।

୩-ଆଜି ଠାରୁ ରାଜ୍ୟରେ ସବୁ ସ୍କୁଲ କଲେଜ ବନ୍ଦ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ।ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।

୪-ପଞ୍ଚାୟତିରାଜ ଦିବସ ଅବସରରେ ଏପ୍ରିଲ ୨୪ରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ।

୫-ଆଜି ବନକଲାଗି ନୀତି: ଅପରାହ୍ନ ୫ରୁ ରାତି ୧୦ ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ।

୬-କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପୁରୁଣା ଓଟି ରୁମ୍।

୭-ଭୁବନେଶ୍ୱର:ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ, କିଛି ସମୟ ବିଳମ୍ବ ହେଇପାରେ : ଉପ ମୁଖ୍ୟମନ୍ତ୍ରୀ

୮-ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍: ରାଜ୍ଯ ଓ ରାଜ୍ୟ ବାହାରୁ ୨୮ ଶିଶୁ ଉଦ୍ଧାର।

୯-କୋଟିଆରେ ହେବ ଗ୍ରାମ ପଞ୍ଚାୟତ, ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ହେବ ‘କମିଟି’।

୧୦-ମାର୍ଶାଘାଇ:ସ୍ତ୍ରୀକୁ ଶାରୀରିକ ନିର୍ଯାତନା ମାମଲା, ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡ।

୧୧-ଏପ୍ରିଲ୍‌ ୩୦ରୁ ଭୁବନେଶ୍ୱରରେ ୱିମେନ୍ସ ବିଜନେସ୍ ମେଳା ୨.୦; ମେଳା ବୁଲିବେ, ବ୍ୟବସାୟର ମନ୍ତ୍ର ଶିଖିବେ ମହିଳା।

୧୨-ଆୟୁଷ୍ମାନକୁ ନେଇ ବଢ଼ୁଛି ପୁଳା ପୁଳା ଅଭିଯୋଗ; ହସପିଟାଲ ସଂଘ ପରେ ଆଇଏମଏର ବି ଅସନ୍ତୋଷ ଜାରି।

୧୩-୨ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ଆତ୍ମୀୟଙ୍କ ପାଇଁ ଅନୁକମ୍ପା ମୂଳକ ସହାୟତା ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୪-ଉତ୍ତର ପ୍ରଦେଶର ପ୍ରୟାଗରାଜର ବାସିନ୍ଦା ଶକ୍ତି ଦୁବେ, UPSC ଅଲ୍ ଇଣ୍ଡିଆ ରାଙ୍କ-୧ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

୧୫-ଗ୍ରାହକଙ୍କୁ ବଡ଼ ଝଟକା, ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୧୦ ଗ୍ରାମ ସୁନାରେ ଜିଏସଟି ମିଶି ଲକ୍ଷେ ପାର୍।

୧୬-୪ ମାସରେ ନୂଆ ଇପିଏଫଓ ସଦସ୍ୟଙ୍କ ସଂଖ୍ୟା ସବୁଠାରୁ କମ୍‌; ବାର୍ଷିକ ଆଧାରରେ ମହିଳାଙ୍କ ସଂଖ୍ୟା ୧.୨୬% ବୃଦ୍ଧି।

୧୭-IPL:କେଏଲ ରାହୁଲ ଓ ପୋରେଲଙ୍କ ଆଗରେ ଲକ୍ଷ୍ନୌ ଧରାଶାୟୀ, ୮ ଓ୍ଵିକେଟ୍‌ରେ ଜିତିଲା ଦିଲ୍ଲୀ।

୧୮-ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବଡ଼ଧରଣର ଆକ୍ରମଣ । ତୀର୍ଥଯାତ୍ରୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା,୨୭ ମୃତ ,ଅନେକ ଆହତ।

୧୯-ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କୁ EDର ସମନ, ଅର୍ଥ ହେରଫେର୍‌ ମାମଲାରେ କରାଯିବ ଜେରା

୨୦-ଜମ୍ମୁ-କଶ୍ମୀର ଆତଙ୍କୀ ଆକ୍ରମଣ – ହେଲ୍ପଲାଇନ୍ ନମ୍ବର ଜାରି:୦୧୯୩୨୨୨୨୩୩୭, ୭୭୮୦୮୮୫୭୫୯, ୯୬୯୭୯୮୨୫୨୭ ଏବଂ ୬୦୦୬୩୬୫୨୪୫।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024