ଖବର ଆଜିର ତାରିଖ:୨୨/୦୪/୨୫, ମଙ୍ଗଳବାର



୧-ସମ୍ବଲପୁରରେ ୨୪୦୦ ଆପତ୍ତି ଅଭିଯୋଗର ଦୁଃଖ ଶୁଣିଲେ ସରକାର, ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ।

୨-ରାଜ୍ୟକୁ ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ।ରାଜ୍ୟରେ ତାପମାତ୍ରା ୪୫. °C ଟପିଲା, ଝାରସୁଗୁଡାରେ ସର୍ବାଧିକ ୪୫.୪ °C ରେକର୍ଡ଼।

୩-କଟକ: ରାଜ୍ୟରେ ଖୋଲିବ ଆଉ ୨୦ଟି ଜିଲାରେ ସାଇବର ଥାନା।

୪-ଭୁବନେଶ୍ବର : ଯାତ୍ରା କଳିରେ ପଡୁନି ଯବନିକା,NHRCରେ ହେଲାଣି ମାମଲା ରୁଜ୍ଜୁ। ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ।

୫-ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ।

୬-ଭୁବନେଶ୍ବର:ଫେକ୍‌ ଡକ୍ୟୁମେଣ୍ଟ ଦେଇ ବ୍ୟାଙ୍କ୍‌ରୁ ଠକିଥିଲେ କୋଟି କୋଟି ଟଙ୍କା, ଗିରଫ କଲା ଇଓଡବ୍ଲୁ।

୭-ସାମଗ୍ରିକ ବିକାଶ ପାଇଁ କୋରାପୁଟକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର।

୮-ଭୁବନେଶ୍ୱର:କିଟ୍‍ ରେ ପଢ଼ୁଥିବା କିସ୍‍ର ଶହେ ଛାତ୍ରଛାତ୍ରୀ ପାଇଲେ କ୍ୟାମ୍ପସ ପ୍ଲେସମେଣ୍ଟ।

୯-କଟକ:ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଏବଂ ତାଙ୍କ ପରିବାରକୁ ସାମିଲ କରିବାକୁ ଦାବି।

୧୦-ଢେଙ୍କାନାଳ:ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ବିଭତ୍ସ ହତ୍ୟା; ଗୁଳିରେ ନ ମରିବାରୁ ପଥରରେ ଛେଚି କଲେ ହତ୍ୟା, ଘଟଣାରେ ୨ ଅଭିଯୁକ୍ତ ଗିରଫ।

୧୧-ବଡ଼ବିଲ:ଯୋଡ଼ାରେ ଭୟଙ୍କର ଦୁର୍ଘଟଣା, ୩ ମୃତ, ୩ ଗୁରୁତର।

୧୨-ଝାରସୁଗୁଡ଼ା:ନବ ଦାସ ହତ୍ୟାକାଣ୍ଡ, ଗୋପାଳକୁ ପୁଣି ଜେରା କରିବ କ୍ରାଇମବ୍ରାଞ୍ଚ୍, ହତ୍ୟାକାଣ୍ଡ ୨ ମାସ ପୂର୍ବର କଲ ରେକର୍ଡ ହେବ ଯାଞ୍ଚ।

୧୩-ଓଡ଼ିଶା ସରକାରଙ୍କ ୨୦୦ ଜଣ ମେଧାବୀ ପ୍ରାର୍ଥୀଙ୍କୁ ମାଗଣା ଆବାସିକ ସିଭିଲ୍ ସର୍ଭିସେସ୍(UPSC) କୋଚିଂ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ।

୧୪-କୋଲକାତା: ଗିଲଙ୍କ ୯୦, କୋଲକାତାକୁ ହରାଇ ଶୀର୍ଷରେ ରହିଲା ଗୁଜୁରାଟ।

୧୫-ନୂଆଦିଲ୍ଲୀ:୨୦୨୦ ପୂର୍ବରୁ ମୃତ କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ମିଳିବ ଚାକିରୀ, ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଲେ ଆଡଭୋକେଟ୍ ଜେନେରାଲ।

୧୬-ସୁନା ଦର ଲକ୍ଷେ ନିକଟତର, ଚଳିତ ବର୍ଷ ବଢ଼ିଲାଣି ୨୦,୮୫୦ଟଙ୍କା।

୧୭-ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍‌ ଡାକ୍ତରଖାନାରେ ଭର୍ତ୍ତି, ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ମମତା।

୧୮-ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଏପ୍ରିଲ ୨୮ରେ ଶୁଣାଣି କରିବେ କଲକତା ହାଇକୋର୍ଟ ।

୧୯-ଆଉ ନାହାନ୍ତି ପୋପ୍ ଫ୍ରାନସିସ୍, ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ୍‌ ଫ୍ରାନସିସ୍‌ଙ୍କ ଦେହାନ୍ତ।

୨୦-ବିସିସିଆଇ ଘୋଷଣା କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ: ଫେରିଲେ ଇଶାନ କିଷାନ, ଶ୍ରେୟାସ ଆୟର; ସାମିଲ ହେଲେ ବରୁଣ, ଅଭିଷେକ।

୨୧-ଝାଡ଼ଖଣ୍ଡରେ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ପ୍ରୟାଗ ମାଁଝୀ ନିହତ, ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର।

୨୨-ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024