ଖବର ଆଜିର ତାରିଖ:୨୧/୦୪/୨୫, ସୋମବାର


୧-ଆଜି ସମ୍ବଲପୁରରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର`।

୨-OUAT ସ୍ନାତକ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ,୨୪ ପର୍ଯ୍ୟନ୍ତ ଅନଲାଇନ୍ ରେ ଆବେଦନ।

୩-ମାସେ ମଧ୍ୟରେ ଦାବି ପୂରଣ ନହେଲେ ଓମସାର ଆନ୍ଦୋଳନ, ସରକାରୀ ଡାକ୍ତରଙ୍କ ସମୂହ ଇସ୍ତଫା ଚେତାବନୀ।

୪-ରାଜ୍ୟକୁ ପୁଣି ଫେରିଲା ତାତି : ୪୦ ଉପରେ ୧୧ ସହର, ୪୩.୫ ଡିଗ୍ରୀ ସହ ସର୍ବାଧିକ ଉତ୍ତପ୍ତ ଝାରସୁଗୁଡ଼ା।

୫-୩୦ଟି ଜିଲାର ୩୦ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍‌ଘାଟିତ।

୬-ସମ୍ବଲପୁର:୮୪ ବର୍ଷରେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ପରମାଣୁ ବୈଜ୍ଞାନିକ ଡ. ଗିରୀଶ ମୋହନ ଗୁପ୍ତା।

୭-ବଳଙ୍ଗାରେ ବର୍ବରତା,ଦୁଇ ନାବାଳକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଚେଙ୍କ ଦେଲେ, ପରିସ୍ରା ପିଆଇଲେ।

୮-ରାଜଧାନୀରେ ଯୁବକଙ୍କୁ ଗୁଳି ଘଟଣାରେ ଟ୍ଵିଷ୍ଟ, ନିଜକୁ ନିଜେ ଗୁଳି ମାରିଥିଲା ଦୀପ୍ତି।

୯-ସମୁଦ୍ରରେ ମାଛ ମରା ଉପରେ ଲାଗିଛି କଟକଣା, ଚିନ୍ତାରେ ପଡିଲେ ମତ୍ସ୍ୟଜୀବୀ ପରିବାର।

୧୦-କେନ୍ଦ୍ରାପଡ଼ା ଦୁହୁରିଆ ଛକରେ ରାସ୍ତାକଡ଼ ଦୋକାନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍ ।

୧୧-ସାଲେପୁର ଥାନା ଉଚ୍ଚଢ଼ିଅ ଗ୍ରାମ:ବିରୂପା ନଦୀରେ ବୁଡି ଛାତ୍ରୀଙ୍କୁ ମୃତ୍ୟୁ, ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିଲେ

୧୨-ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା ରତ୍ନଭଣ୍ଡାର।

୧୩-ରାଜଧାନୀରେ ୮୧ ଡେଇଁଲା ଆର୍ଦ୍ରତା, ଅସହ୍ୟ ଗୁଳୁଗୁଳିରେ ସହରବାସୀ ଛଟପଟ।

୧୪-ରେଳଲାଇନକୁ ନେଇ ରାଉରକେଲାରେ ରକ୍ତାକ୍ତ ସଂଘର୍ଷ ପରେ ବି ଥମୁନି ଉତ୍ତେଜନା, ଯୁବକଙ୍କ ମୃତଦେହ ରଖି ୨ ଦିନ ହେବ ପ୍ରତିବାଦ କରୁଛନ୍ତି ସ୍ଥାନୀୟ ଲୋକେ।

୧୫-ଭୁବନେଶ୍ୱର:୮୦୦ କୋଟିର ସମ୍ମୀଳନୀ କକ୍ଷ, ନିର୍ମାଣ ହେବ ରାଜ୍ୟର ସବୁଠୁ ବଡ଼ କନଭେନସ ସେଣ୍ଟର୍।

୧୬-ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଆହୁରି ସହଜ ହେବ ବନ୍ଦେ ଭାରତ ଟ୍ରେନ ଯାତ୍ରା।

୧୭-ନୂଆ ଦିଲ୍ଲୀ:ଆଜି ଭାରତ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି।

୧୮-ମୁମ୍ବାଇ: ରୋହିତ, ସୂର୍ଯ୍ୟ ଚମକିଲେ, ଚେନ୍ନାଇକୁ ହରାଇଲା ମୁମ୍ବାଇ।

୧୯-କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କୁ ନିଜ ଘରେ ହତ୍ୟା, ସ୍ତ୍ରୀଙ୍କୁ ଅଟକ ରଖିଲା ପୋଲିସ।

୨୦-UAE ମରୁଭୂମିରେ ଗର୍ଜିବ ଜାଗୁଆର୍ ଓ ମିଗ୍ -୨୯; ସମରାଭ୍ୟାସରେ ପରାକ୍ରମ ଦେଖାଇବ ବାୟୁସେନା

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)