ଖବର ଆଜିର ତାରିଖ:୧୯/୦୪/୨୫, ଶନିବାର



୧-ଭୁବନେଶ୍ୱର: ଉତ୍ତରରୁ ଦକ୍ଷିଣ, କାଳବୈଶାଖୀର ତାଣ୍ଡବ; ବର୍ଷା ସହ କୁଆ ପଥର ମାଡ। ଆହୁରି ୪ ଦିନ ଝଡ଼ ବର୍ଷା ସମ୍ଭାବନା।

୨-ଭୁବନେଶ୍ୱର:ସ୍କୁଲରେ ପହଞ୍ଚିପାରି ନାହିଁ ବହି,ପୁରୁଣା ବହିରେ ହେଉଛି ପାଠପଢ଼ା।

୩-ମେ ୭ ଯାଏଁ ୟୁଜିସି ନେଟ୍, ଆବେଦନ ସୁଯୋଗ, ଜୁନ୍ ୨୧ରୁ ୩୦ ମଧ୍ୟରେ ପରୀକ୍ଷା।

୪-ସୁନ୍ଦରଗଡ: ଚୋରା କୋଇଲା ଖଣି ଦେଖି ତାତିଲେ ଦୁଇ ମନ୍ତ୍ରୀ;କାହାରିକୁ ଛଡ଼ା ଯିବନି,ଚେର ଉପାଡ଼ି ଦିଆଯିବ।

୫-ଖୁବଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ତଥା ରଙ୍ଗୀନ ରାସନ କାର୍ଡ।ଏପ୍ରିଲ ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କରିବାକୁ ସରକାରଙ୍କ ନିର୍ଦ୍ଦେଶ।

୬-ଡ. ଅଚ୍ୟୁତ ସାମନ୍ତଙ୍କୁ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର , ଆସାମ କୋକ୍ରାଝରଠାରେ ଗୁରୁଦେବ କାଳୀଚରଣ ବ୍ରହ୍ମା ଟ୍ରଷ୍ଟ ପକ୍ଷରୁ ପ୍ରଦାନ।

୭-ପୁରୀ:ସରିଲା ଛତିଶା ନିଯୋଗ ବୈଠକ, ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ସୁନା ଓ ରୂପା ଛାଉଣୀ ହେବ ରତ୍ନଭଣ୍ଡାର କବାଟ।

୮-କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ, ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ।

୯-ନୂଆ ମୋଡରେ ଯାତ୍ରା ବିବାଦ, କଳାକାର ଦି'ଭାଗ,ବିଭିନ୍ନ ପ୍ରସଙ୍ଗ ଉଠାଇ କଥା କଟାକଟି ହୋଇଛନ୍ତି ମନୋଜ ବରାଳ ଓ ବାପି ପଣ୍ଡା।

୧୦-କେନ୍ଦୁଝର:ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର।

୧୧-ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ।

୧୨-ବେଙ୍ଗାଳୁରୁ: ପଞ୍ଜାବର ପଞ୍ଚମ ବିଜୟ, ବେଙ୍ଗାଳୁରୁରେ ଚ୍ୟାଲେଞ୍ଜର୍ସର 
ଚିତପଟାଙ୍ଗ।

୧୩-ଲୋକପ୍ରିୟ କ୍ରିକେଟ ମହାକୁମ୍ଭ ଆଇପିଏଲର ନିଆରା ରେକର୍ଡ, ୧୮ ବର୍ଷରେ କଲା ପଦାର୍ପଣ।

୧୪-ଜୟପୁର:ଆଜି ରାଜସ୍ଥାନ ରୟାଲସ୍ - ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଲଢେଇ।

୧୫-ମାଲେସିଆ ଗସ୍ତରେ ଗଲେ ଓଡ଼ିଶାର କୃଷକ ଓ ଅଧିକାରୀ, ନେବେ ଉଚ୍ଚତର କୃଷିଭିତ୍ତିକ ପ୍ରଶିକ୍ଷଣ।

୧୬-ଅକ୍ଷୟ ତୃତୀୟା ସୁଦ୍ଧା ସରିବ ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମରାମତି କାମ : ଜଷ୍ଟିସ ବିଶ୍ୱନାଥ ରଥ

୧୭-ସମ୍ବଲପୁର:ଟ୍ରାକ୍ଟର ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା, ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ‌।

୧୮-ଛତିଶଗଡରେ ୩୩ ନକ୍ସଲଙ୍କ ଆତ୍ମସମର୍ପଣ,୧୭ ଜଣଙ୍କ ଉପରେ ଥିଲା ୪୯ ଲକ୍ଷର ପୁରସ୍କାର।

୧୯-ଫିଲ୍ମରେ ବିବାଦୀୟ କଥାବସ୍ତୁ ପାଇଁ ଅଡ଼ୁଆରେ ରଣଦୀପ ଓ ସନ୍ନି ଦେଓଲ ; ଉଭୟଙ୍କ ନାଁରେ ମାମଲା ରୁଜୁ।

୨୦-ପଶ୍ଚିମବଙ୍ଗ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଜାତୀୟ ମାନବାଧିକାର ଓ ମହିଳା ଆୟୋଗ।

୨୧-ଭଗବଦ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସାମିଲ।

୨୨-ନୁଆ ଦିଲ୍ଲୀ:ୟୁପିଆଇରେ ଲାଗିବନି ଜିଏସଟି, ସ୍ପଷ୍ଟୀକରଣ ରଖିଲା ଅର୍ଥ ମନ୍ତ୍ରାଳୟ।

୨୩-ଆମେରିକା ସୁପ୍ରିମକୋର୍ଟରୁ ଟ୍ରମ୍ପଙ୍କୁ ଜବରଦସ୍ତ ଝଟ୍‌କା! ନାଗରିକତା ନିଷ୍ପତ୍ତି ସ୍ଥଗିତ

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024