ତାରିଖ:୧୬/୦୪/୨୫, ବୁଧବାର



୧-କଟକ, ନବରଙ୍ଗପୁର, ଭୁବନେଶ୍ୱର ଓ ଦାରିଙ୍ଗବାଡିରେ ତାଣ୍ଡବ ରଚିଲା କାଳବୈଶାଖୀ,ଆଜି ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି।

୨-ରାଜ୍ୟରେ ନୂଆ ୨,୫୦୦ ଗୃହରକ୍ଷୀ ପଦବୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୩-୧୮ଟି ଜିଲ୍ଲାର ସାଙ୍ଗଠନିକ ନିର୍ବାଚନ ଶେଷ, ଜିଲ୍ଲା ସଭାପତି ଚୟନ କଲା ବିଜେଡ଼ି।

୪-ଚଳିତ ବର୍ଷ ଦେଶରେ ସ୍ବାଭାବିକ ଠାରୁ ହେବ ଅଧିକ ବର୍ଷା : ଭାରତୀୟ ପାଣିପାଗ ବିଭାଗ

୫-୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବେନି ଏସଏଚଜି ମହିଳା, ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

୬-ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ, କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ।

୭-ଭୁବନେଶ୍ୱର:ମେ' ୬କୁ ଘୁଞ୍ଚିଲା OPGC ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ଜନଶୁଣାଣୀ।

୮-୩ଦିନ ପରେ ମାଆ କୋଳକୁ ଫେରିଲା ଅପହୃତ ଶିଶୁ, ଅଙ୍ଗତସ୍କରୀ ନେଇ କୌଣସି ପ୍ରମାଣ ନାହିଁ: ପୋଲିସ କମିଶନର

୯-କଟକ ବଡ଼ ଡ଼ାକ୍ତରଖାନା:୨୦ ଶଯ୍ୟାକୁ ୪୦ ଥାଲାସେମିଆ ରୋଗୀ,୧୧ବର୍ଷ ହେଲା ବଢିନି ଗୋଟିଏ ବି ବେଡ୍।

୧୦-ବଲାଙ୍ଗୀର:ପାଟଣାଗଡ଼ରେ ଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, କିଏ ଓ କାହିଁକି ନିଆଁ ଲଗାଇଲା କାରଣ ଅସ୍ପଷ୍ଟ।

୧୧-ବ୍ରହ୍ମଗିରି:ଗ୍ୟାସ ଟାଙ୍କି ଫାଟି ୫ ଦୋକାନ ଭସ୍ମିଭୂତ, ପଣାଯାତ୍ରା ପଡିଆରେ ଅଘଟଣ।

୧୨-ନୟାଗଡ଼ ଶରଣକୂଳ ଥାନା ଏସଆଇ ରାଜେଶ ଶ୍ରୀଚନ୍ଦନ, ଲାଞ୍ଚ ନେଇ ଧରାପଡ଼ିଲେ,ଏଫଆଇଆର ରଖିବାକୁ ନେଉଥିଲେ ୪ ହଜାର ଟଙ୍କା।

୧୩-ବୈପାରୀଗୁଡା:ବିରୋଖମ୍ବ ପୀଠରେ ମହୁମାଛି ଆତଙ୍କ, ପୂଜକ ସମତ ୩୦ ଆହତ।

୧୪-ଭଦ୍ରକ:ପାଟୁଆ ଯାତ୍ରାରେ ଡିଜେ ହେଲା କାଳ ; ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ମୃତ, ୧୦ ଗୁରୁତର।

୧୫-ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ, ଜୁନ୍ ୧୪ ତାରିଖ ଯାଏଁ କଟକଣା ଜାରି।

୧୬-ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲଙ୍କ ବିରୋଧରେ ଇଡିର ଅଭିଯୋଗ ପତ୍ର ଦାଖଲ।

୧୭-IPL:ଚହଲଙ୍କ ଚମକରେ ୧୬ରନରେ ଜିତିଲା ପଞ୍ଜାବ।

୧୮-ନୂଆ ଦିଲ୍ଲୀ:ସାହାରା ଗ୍ରୁପ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ୭୦୦ ଏକର ବହୁମୂଲ୍ୟ ଜମି ସହ କୋଟି କୋଟି ଟଙ୍କା ଜବତ କଲା ଇଡି।

୧୯-ମୁମ୍ବାଇ:ବଡ ପରଦାରେ ଦେଖିବାକୁ ମିଳିବ ଏପିଜେ ଅବଦୁଲ କଲାମ ବାୟୋପିକ୍, ସାମ୍ନାକୁ ଆସିଲା ନୂଆ ପୋଷ୍ଟର।

୨୦-ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଧମକ । ଥାନାରେ ରୁଜୁ ହେଲା ମାମଲା ।

୨୧-ଶ୍ରେଷ୍ଠ ଖେଳାଳି ତାଲିକା ଶୀର୍ଷରେ ଶ୍ରେୟସ ଆୟର, ମାର୍ଚ୍ଚ ମାସ ପାଇଁ ଜିତିଲେ ‘ଆଇସିସି ମେନ୍ସ ପ୍ଲେୟାର’ ପୁରସ୍କାର।

୨୨-ଆମେରିକାକୁ ଚିନ୍ତାରେ ପକାଇଲା ଚୀନ, ଆମେରିକୀୟ କମ୍ପାନି ନିର୍ମିତ ବିମାନ ଓ ଉପକରଣ ନକିଣିବାକୁ ବେଜିଂର ନିଷ୍ପତି।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)