ଖବର ଆଜିର ତାରିଖ:୧୪/୦୪/୨୫, ସୋମବାର



୧-ଓଡ଼ିଆ ନବବର୍ଷ କ୍ୟାଲେଣ୍ଡର ଉନ୍ମୋଚିତ, ଶ୍ରୀମନ୍ଦିର ପ୍ରଶାସନର ସୂଚନା କେନ୍ଦ୍ରରେ କ୍ରୟ ପାଇଁ ହେଲା ଉପଲବ୍ଧ।

୨-NEP ଲାଗୁ ପରେ BSE ଓ CHSE କାର୍ଯ୍ୟକାରିତା ଅସ୍ପଷ୍ଟ; ଦୂର ହୋଇନି ପରୀକ୍ଷା ଦ୍ବନ୍ଦ।

୩-ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ବଜାର-ହାଟ: ବେଲ, ନଡ଼ିଆ ଓ ଛତୁଆ କିଣିବାକୁ ବଜାରରେ ପ୍ରବଳ ଭିଡ଼।

୪-ପୁରୀରେ ଅଭାବନୀୟ ଦୃଶ୍ଯ, ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ।

୫-ଆଜି ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ;ହୋମଯଜ୍ଞ ସାଙ୍ଗକୁ ଜମିବ ପଣା ଆସର।

୬-ରାଉରକେଲା:ଚୋରା କୋଇଲା ଖଣି କେଳେଙ୍କାରୀ; ସ୍ବତନ୍ତ୍ର ସ୍କ୍ବାଡ ସ୍କାନରରେ ୧୦ ମାଫିଆ।

୭-ରାଜଧାନୀ ପ୍ରତିଷ୍ଠା ଦିବସ:ଶ୍ରୀବୃଦ୍ଧି କରିବାକୁ ବାଚସ୍ପତିଙ୍କ ଆହ୍ବାନ।

୮-ନୀଳଗିରି:ବିଷାକ୍ତ ଜାମୁକୋଳି ଖାଇ ୫ ଶିଶୁ ଅସୁସ୍ଥ, ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନକୁ ସ୍ଥାନାନ୍ତର।

୯-ଭୁବନେଶ୍ୱର:ହନୁମାନ ଜୟନ୍ତୀ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଆଇନଶୃଙ୍ଖଳା ଦାୟିତ୍ୱରେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ।

୧୦-ଭୁବନେଶ୍ୱର:ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ, ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକି ନେଲେ ସଂଯୁକ୍ତା ଭୂୟାଁ।

୧୧-ତେଜିଲା ନିମନ୍ତ୍ରଣ ରାଜନୀତି: ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗଦେଲେନି ସାଂସଦ ଓ ଏକାମ୍ର ବିଧାୟକ।

୧୨-ଭୁବନେଶ୍ୱର:ମନରେଗା ରୋକି ପାରୁ ନାହିଁ ଦାଦାନ ସମସ୍ୟା,ଶବ ହୋଇ ଫେରିଲେଣି ୮୩।

୧୩-ରାଉରକେଲା : ଅଶାନ୍ତ ଷ୍ଟିଲସିଟି,ରାଉରକେଲାରେ ପୁଣି ଯୁବକଙ୍କୁ ନିର୍ମମ ହତ୍ୟା, ୫ ଦିନରେ ଗଲାଣି ୪ ମୁଣ୍ଡ।

୧୪-ଯାଜପୁର:ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ, ଘଟଣାସ୍ଥଳରେ ଚାପା ଉତ୍ତେଜନା ଜାରି।

୧୫-ବିଜେଡି ଜିଲ୍ଲା ସଭାପତି ନିର୍ବାଚନ; ୧୬ ନେତା ନିର୍ଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ।

୧୬-ଦଶପଲ୍ଲା:ବାଣ ଭିଡିବା ବେଳେ ବିସ୍ଫୋରଣ,୩ ଗୁରୁତର, ଆଜବେଷ୍ଟସ ଉଡ଼ିଲା,କାନ୍ଥ ଭୁଶୁଡ଼ିଗଲା।

୧୭-IPL:ଆଜି ପନ୍ତ -ଧୋନି ମୁକାବିଲା,କର ବା ମର ସ୍ଥିତିରେ ଚେନ୍ନାଇ।

୧୮-ୱାକ୍‌ଫ ବିଲ୍ ପାସ୍‌ ହେବାପରେ ମଧ୍ୟପ୍ରଦେଶରେ ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ; ୨୦ ବର୍ଷର ମଦ୍ରାସା ଉପରେ ଚାଲିଲା ବୁଲଡୋଜର।

୧୯-ଆନ୍ଧ୍ରପ୍ରଦେଶ:କୈଳାସପାଟନମ୍ ଗାଁରେ ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ, ୭ ଆହତ।

୨୦-ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି: ୨୧ ମୃତ, ୮୩ ଆହତ।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024