ଖବର ଆଜିର ତାରିଖ:୧୩/୦୪/୨୫, ରବିବାର


୧-ଆଜି ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ।ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ।

୨-ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି।

୩-୨୦୨୫-୨୬ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ୪ଥର ହେବ ଅଭିଭାବକ -ଶିକ୍ଷକ ବୈଠକ।

୪-ବଲାଙ୍ଗିର:ଗେମିଂ ଆପ୍ଲିକେସନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ, ବ୍ୟାଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଫ୍ରିଜ, ଜଣେ ଗିରଫ।

୫-ପୁରୀ:ପାଠ ପଢିଲେ ସାଂସଦ ଓ ବିଧାୟକ, ଶିଖିଲେ ‘୩-ସ’ ସରକାର, ସଂଗଠନ ଓ ସୁସମ୍ପର୍କ।

୬-ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

୭-ଭୁବନେଶ୍ୱର:ବିଲ୍‌ଡର ସସ୍ମିତ ବିଶ୍ବାଳ ହତ୍ୟା ମାମଲା : ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ସମେତ ଏବେବି ୪ ଫେରାର।

୮-ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ:ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ।

୯-ଭୁବନେଶ୍ୱର:ରାଜ୍ୟରେ ବଢୁଛି ନିଶା କାରବାର, ମାଫିଆଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ।

୧୦-କଣ୍ଟାମାଳ : ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ। ବୌଦ୍ଧ ମନମୁଣ୍ଡା ଥାନା ପୋଲିସ ବାରାକରେ ଗଞ୍ଜେଇ ରଖିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ।

୧୧-କାଳବୈଶାଖୀର କରାଳ ରୂପ: ବୈପାରୀଗୁଡାରେ ପବନ ଏବଂ ବର୍ଷାରେ ଉଡିଗଲା ଅନେକ ଘରର ଛପର

୧୨-ଅତାବିରା:ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୩ ଗୁରୁତର।

୧୩-କେନ୍ଦୁଝର,ତଲକଇଁସାରି ଗାଁ:ଅଭାବନୀୟ ଘଟଣା, ହତ୍ୟା ପରେ ଦାଦାର କଟା ମୁଣ୍ଡ ଧରି ଥାନାରେ ପୁତୁରା।

୧୪-ଚନ୍ଦନେଶ୍ଵର: ଚଡ଼କ ମେଳାରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ, ନୀଳ ପର୍ବ ସମ୍ପନ୍ନ,ଆଜି ହେବ ପାଟ ପର୍ବ।

୧୫-ହନୁମାନ ଜୟନ୍ତୀ ପ୍ରସ୍ତୁତି, ସମ୍ବଲପୁରରେ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ।

୧୬-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କଠାରୁ ସାଇବର ଠକେଇ ମାମଲା: ଗୁଜୁରାଟରୁ ୨ ଗିରଫ।

୧୭-ଶନିବାର ଦୁଇ ଦୁଇ ଥର ଡାଉନ ହୋଇଛି ହ୍ୱାଟ୍ସଆପ୍ ।ଅନେକ ଉପଭୋକ୍ତା ସନ୍ଦେଶ ପ୍ରେରଣ କରିବାକୁ ହୋଇଥିଲେ ଅସମର୍ଥ।

୧୮-ଅଭିଷେକ ସୁନାମୀରେ ବହିଗଲା ପଞ୍ଜାବ କିଙ୍ଗ୍ସ, IPLରେ ଦ୍ଵିତୀୟ ବଡ଼ ଲକ୍ଷ୍ୟ ହାସଲ କଲା ହାଇଦ୍ରାବାଦ।

୧୯-ନ୍ୟାସନାଲ ହେରାଲ୍ଡ କେସରେ ଇଡିର ବଡ଼ ଆକ୍ସନ, କୁର୍କ ସଂପତ୍ତି ଉପରେ କବଜା ହଟାଇବାକୁ ନୋଟିସ୍।

୨୦-କାମ କରୁନି ୟୁପିଆଇ,ଫଳରେ ଫୋନ୍‌ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ଲୋକପ୍ରିୟ ଆପ୍‌ରେ ଟଙ୍କା ନେଣଦେଣ ସମ୍ଭବ ହୋଇନାହିଁ, ବ୍ୟବହାରକାରୀ ହନ୍ତସନ୍ତ।

୨୧-ୱକଫକୁ ନେଇ ପଶ୍ଚିମବଙ୍ଗରେ ହିଂସା: ୧୧୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀ ଗିରଫ।

୨୨-ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ଧାର୍ଯ୍ୟ କଲେ ସର୍ବୋଚ୍ଚ ଅଦାଲତ। ବିଧେୟକ ଉପରେ ସର୍ବାଧିକ ୩ ମାସ ଭିତରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024