ଖବର ଆଜିର ତାରିଖ:୧୧/୦୪/୨୫, ଶୁକ୍ରବାର



୧-ଭୁବନେଶ୍ୱର:ବଦଳିଯିବ ମନ୍ତ୍ରୀମଣ୍ଡଳ ଚେହେରା, ବିଦା ହୋଇପାରନ୍ତି ୪ ମନ୍ତ୍ରୀ, ସାମିଲ ହେବେ ୯ରୁ ୧୦ ନୂଆ ମୁହଁ।

୨-କଟକ: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ OPSCକୁ ଚିଠି, ନିଯୁକ୍ତି ପାଇବେ ୧୨୬ ଡେଣ୍ଟାଲ ସର୍ଜନ।

୩-ଢେଙ୍କାନାଳ ସଦର:ଜଳୁଛି ପାଣିଓହଳା ପାହାଡ଼,ବନ ଓ ଅଗ୍ନିଶମ କର୍ମଚାରୀ ନାକେଦମ।

୪-ପ୍ରେକ୍ଷାଳୟରେ ଏବେ ୩ ଓଡିଆ ଚଳଚିତ୍ର, ଦର୍ଶକ ଦେଖିବେ 'ପାଦେ ଆକାଶ','ଆଜିର ରେବତୀ' ଓ 'ଡଷ୍ଟବିନ୍'।

୫-କଟକ:ରେସନ କାର୍ଡଧାରୀଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ବ:ସବୁ କଣ୍ଟ୍ରୋଲ ଦୋକାନରେ ଲାଗିବ ଡିସପ୍ଲେ ବୋର୍ଡ।

୬-ଭୁବନେଶ୍ୱର:ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ,ଏକକାଳୀନ ୨୮ ଜଣ ଅଧିକାରୀଙ୍କର ପଦୋନ୍ନତି ଏବଂ ବଦଳି ହେଲା।

୭-ଆୟୁଷ୍ମାନ ଯୋଜନାର ହେବ ଶୁଭାରମ୍ଭ, ୧ଟାରେ ପହଞ୍ଚିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ।

୮-ବହୁ ଚର୍ଚ୍ଚିତ ଧଉଳି ଲିଙ୍ଗିପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ ; ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ।

୯-ପଶ୍ଚିମବଙ୍ଗରେ ମିଳିବ ଓମଫେଡ୍ ସାମଗ୍ରୀ, ପରବର୍ତ୍ତୀ ସମୟରେ ଛତିଶଗଡ଼ରେ ହେବ ବିକ୍ରି।

୧୦-ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍, ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ।

୧୧-କଟକ:ତପି ମିଶ୍ରଙ୍କ ପାଇଁ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ଶିବ ତାଣ୍ଡବ ଲେଖାକୁ କରିପାରିବେନି ବ୍ୟବହାର।

୧୨-ପଦାରେ ପଡିଲା ନଡ଼ିଆ ଉତ୍ପାଦନ ନେଇ ଆନ୍ତରିକତା; ଓଡିଶାରେ ବଢୁଛି କେରଳ ନଡିଆର ଚାହିଦା।

୧୩-ଗ୍ରୀଷ୍ମ ପ୍ରବାହ ପାଇଁ ସମ୍ବଲପୁର ଜିଲ୍ଲାରେ ହେଲା ସକାଳୁଆ ଅଫିସ୍, କାର୍ଯ୍ୟ ସମୟ ଭିତରେ ଲଞ୍ଚ ବ୍ରେକ୍ ନାହିଁ।

୧୪-ଭୁବନେଶ୍ୱର:୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ।

୧୫-ଜଳେଶ୍ଵର:ଚୋରି କରିବା ପଡିଲା ମହାଙ୍ଗା,ଚୋରକୁ ନିର୍ଧୁମ୍ ଛେଚିଲେ ଗ୍ରାମବାସୀ।

୧୬-ଧୋନୀ ପୁଣି ହେଲେ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍: ଋତୁରାଜ ଗାଏକ୍ୱାଡ ଆଇପିଏଲରୁ ବାହାର।

୧୭-ବେଙ୍ଗାଳୁରୁ:ସ୍ପିନର, ରାହୁଲ ଚମକିଲେ; ଦିଲ୍ଲୀର କ୍ରମାଗତ ୪ର୍ଥ ବିଜୟ।

୧୮-ଭାରତରେ ପହଞ୍ଚିଲା ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା, ଆମେରିକାରୁ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଗଲା।

୧୯-୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ, ଭାଗ ନେବେ ୬ଟି ଦଳ।

୨୦-ସାଣ୍ଟୋ ଡୋମିଙ୍ଗୋ: ଡୋମିନିକା ନାଇଟ୍ କ୍ଲବ୍ ଭୁସୁଡିବା ଘଟଣା, ମୃତ୍ୟୁ ସଂଖ୍ୟା ୨୧୮କୁ ବୃଦ୍ଧି।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)