ଖବର ଆଜିର ତାରିଖ:୦୨/୦୪/୨୫, ବୁଧବାର



୧-ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ହେଲା ଶୁଭାରମ୍ଭ, ଉମରକୋଟରୁ ଶୁଭାରମ୍ଭ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

୨-୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା, ଉପକୃତ ହେବେ ୩ କୋଟି ୫୨ଲକ୍ଷ।

୩-ଓଡ଼ିଶାରେ ଓଡ଼ିଆ ଭାଷାକୁ ମିଳୁନି ମର୍ଯ୍ୟାଦା; ଓଡ଼ିଆ ଭାଷାରେ ଚାଲୁନି ସରକାର.. ବିଦ୍ୟୁତ ବିଲ୍‌ରୁ ଥାନାର FIR କପି.. ସବୁଠି ଇଂରାଜୀ।

୪-ଆଜି ମହାପ୍ରଭୁଙ୍କ ବନକଲାଗି ନୀତି , ଅପରାହ୍ନ ୫ଟାରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ମନା।

୫-କଟକ:ଘିବଲି ଟ୍ରେଣ୍ଡରେ ମୁଖ୍ୟମନ୍ତ୍ରୀ,ନିଜର ଫଟୋକୁ କାର୍ଟୁନ୍ ଭଳି କରି X କଲେ ସେୟାର।

୬-ଭୁବନେଶ୍ୱର:ସଡ଼କ ସୁରକ୍ଷା ସଚେତନତା ପ୍ରହସନ, ବଢୁଛି ଖର୍ଚ୍ଚ;କମୁନି ଦୁର୍ଘଟଣା।

୭-କଟକ ଦୋଳମୁଣ୍ଡାଇରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଲା ଶୋ’ ରୁମ୍‌‌,କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ସୂଚନା।

୮-ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ୬୦% ଖର୍ଚ୍ଚ ବାଧ୍ୟତାମୂଳକ,ସବୁ ବିଭାଗରେ ହେବ କ୍ଯାସ୍ ମ୍ୟାନେଜମେଣ୍ଟ ସିଷ୍ଟମ।

୯-ଏକଲବ୍ୟ ପୁରସ୍କାର-୨୦୨୫ ନିମନ୍ତେ ଦରଖାସ୍ତ ଆହ୍ବାନ, ୩୧ ମେ ସୁଦ୍ଧା କରିପାରିବେ ଆବେଦନ।

୧୦-ବ୍ରହ୍ମପୁର:ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟକୁ ନା’, ରାତି ୧୦ଟା ପରେ ବ୍ୟବହାର ହେବନି ଲାଉଡ଼ ସ୍ପିକର୍।

୧୧-ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା, ୧୨ ହଜାର ଅଧ୍ୟାପକ-ଅଧ୍ୟାପିକା ହେବେ ସାମିଲ।

୧୨-ପାଲଲହଡ଼ା:ସଇଡ଼ା ପଞ୍ଚାୟତ ବିଜୁସାହି ନିକଟ ନାଳରେ ଦନ୍ତାହାତୀର ମୃତଦେହ,ବନ ବିଭାଗର ତଦନ୍ତ ଆରମ୍ଭ।

୧୩-କେନ୍ଦ୍ରାପଡ଼ା:କିନ୍ନରଙ୍କ ମୁହଁରେ ହସ ଫୁଟାଇଲେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତଙ୍କୁ ମିଳିବ ଆର୍ଥିକ ସାହାଯ୍ୟ।

୧୪-ଭୁବନେଶ୍ୱର:୩୦ ଜଣ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି।

୧୫-ଓଡ଼ିଶାର ଭୂଖଣ୍ଡ ଉପରେ ପଡୋଶୀ ରାଜ୍ୟଙ୍କ ଲୋଲୁପ ଦୃଷ୍ଟି; ୧୪ଟି ଜିଲ୍ଲାରେ ରହିଛି ସୀମା ବିବାଦ।

୧୬-ଭଦ୍ରକ:ଏମିତି ବି ଆସେ ମୃତ୍ୟୁ, ପ୍ରବଚନ ଦେବାବେଳେ ଗୋପାଳ ପ୍ରସାଦ ବେଜଙ୍କର ଚାଲିଗଲା ପ୍ରାଣ।

୧୭-ବ୍ରହ୍ମପୁର:୩ ରୁ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ନିୟୋଜିତ ହେବେ ୬ ପ୍ଲାଟୁନ ଫୋର୍ସ।

୧୮-ଖୁସି ଖବର; ଜିଓ ଅନଲିମିଟେଡ୍ ଅଫର ଏପ୍ରିଲ ୧୫ ଯାଏଁ ବୃଦ୍ଧି, ମାଗଣାରେ ଦେଖି ପାରିବେ IPL।

୧୯-ବନ୍ଦ ହେଲା ନିଷ୍କ୍ରିୟ ମୋବାଇଲ୍ ନମ୍ବର ଗୁଡ଼ିକର UPI, ସେପଟେ ୩ଘଣ୍ଟା ପାଇଁ ଡିଜିଟାଲ ସେବା ବନ୍ଦ କଲା ଏସବିଆଇ।

୨୦-ନୂଆ ଦିଲ୍ଲୀ:ବାଣିଜ୍ଯିକ ଗ୍ୟାସ୍ ସିଲିଣ୍ଡର୍ ଦର ୪୧ ଟଙ୍କା ହ୍ରାସ।

୨୧-ନୂଆଦିଲ୍ଲୀ:ପ୍ରବାସୀ ଭାରତୀୟ ଘରକୁ ପଠାଇଛନ୍ତି ୧୨୯ ବିଲିଅନ୍ ଡଲାର।

୨୨-ନୂଆଦିଲ୍ଲୀରେ ଓଡ଼ିଶା ଦିବସ ସମାରୋହ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ।

୨୩-ଓଡ଼ିଶା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

୨୪-ଆଇପିଏଲ୍: ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮ ଓ୍ବିକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024