ଖବର ଆଜିର ତାରିଖ:୨୨/୦୨/୨୫, ଶନିବାର


 
୧-ଭୁବନେଶ୍ୱର:୨୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ।

୨-ଭୁବନେଶ୍ୱର:୮୦ଟି ନିୟୋଜନ କାର୍ଯ୍ୟାଳୟରେ,ପାଞ୍ଚବର୍ଷରେ ୧୧.୯୭ଲକ୍ଷ ପଞ୍ଜିକୃତ, ନିଯୁକ୍ତି ମିଳିଛି ୨୨୯୪ଜଣକୁ ।

୩-ପାଲଲହଡ଼ା: ସୀମା ଟପିଲା ପାଶବିକତା,ଗଣ ବଳାତ୍କାର ପରେ ମହିଳାଙ୍କୁ ନିର୍ମମ ହତ୍ୟା!

୪-ଖଲିକୋଟ:ପ୍ରଥରା ପଞ୍ଚାୟତରେ ବ୍ଯାପିଲା କାମଳ ରୋଗ,୧୫ ପିଲାଙ୍କ ରକ୍ତ ନମୁନା ପରୀକ୍ଷା ଆରମ୍ଭ।

୫-ଜଳେଶ୍ଵର:ଖଣିଠୁ ବଳିଛି ବାଲିଚୋରି,୯୦ରୁ ଉର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ି,୩୮ ଜବତ।

୬-ରାଜ୍ଯ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ନିକଟରେ ନିଜ ପକ୍ଷ ରଖିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା, କିଟ୍ ରେଜିଷ୍ଟ୍ରାର ଓ ଭିସି 

୭-ଆଜିଠୁ ଜନତା ମଇଦାନରେ  ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା,ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ।

୮-ମହାପ୍ରଭୁଙ୍କୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ‘ଅମୃତ ଅନ୍ନ’, ସେବନ କଲେ ସେବକ ଓ ଅଧିକାରୀ।

୯-କିଟ୍ ବିଶ୍ବବିଦ୍ୟାଳୟରେ ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ ଅନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ।

୧୦-ରାଜ୍ୟ ବଜେଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା:ବସ୍ତାନୀ ଭାରି, ପାଠ ଘର ଶୂନ

୧୧-କାମାକ୍ଷାନଗର:ପରକୀୟା ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲା କଳା ଶିକ୍ଷକ, ସୂଚନା ଦେଲେ ଏସପି।

୧୨-ଭୁୁବନେଶ୍ୱର: ବିଜେପି ଓ ବିଜେଡି ଭଳି ଆମ ପାଖରେ ପଇସା ନାହିଁ ।ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ: ପିସିସି ସଭାପତି

୧୩-ଝାରସୁଗୁଡା:ନବ ଦାସଙ୍କ ରୋଷେୟା ମାମଲାର ଫାଇଲ ଖୋଲିଲା, ଆରମ୍ଭ ହେଲା ଖୋଳତାଡ଼।

୧୪-ଉଦଳା:ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍‌- ବୋଲେରୋ ମୁହାଁମୁହିଁ ଧକ୍କାରେ ୬ ଗୁରୁତର ଆହତ।

୧୫-ରାଜନଗର: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ,ଜଣେ ସାଇକେଲ ଆରୋହୀ ମୃତ, ୧୧ ଆହତ।

୧୬-ଆଠଗଡ଼:ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣା, ୩ ଜଣକୁ ଗିରଫ କଲା ପୋଲିସ।

୧୭-ଟିଟିଲାଗଡ଼଼: କୋଇଲା ବୋଝେଇ ଟ୍ରେନ୍‌‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା।

୧୮-ରଣଜୀ ଟ୍ରଫି ଫାଇନାଲରେ ପ୍ରଥମ ଥର ପାଇଁ କେରଳ ଟିମ୍ ।  ୭୪ ବର୍ଷ ପରେ ଇତିହାସ ରଚିଲା ଦଳ।

୧୯-ସୋସିଆଲ ମିଡିଆ ଏକ୍ସରୁ ହଟିବ ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧିତ ୨୫୮ ଭିଡିଓ । ୩୬ଘଣ୍ଟାର ସମୟ ଦେଇ ନିର୍ଦ୍ଦେଶ ଦେଲା ରେଳମନ୍ତ୍ରାଳୟ ।

୨୦-ଲାହୋର: ଚମ୍ପିୟାନ ଟ୍ରଫିରେ ଅଷ୍ଟ୍ରେଲିଆ -ଇଂଲଣ୍ଡ ବଡ଼ ମୁକାବିଲା ଆଜି।

୨୧-ବିଦେଶୀ ଫଣ୍ଡିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ BBC ଇଣ୍ଡିଆ ଉପରେ ୩.୪୪ କୋଟି ଟଙ୍କା ଜରିମାନା ଲଗାଇଲା ଇଡି, ନିର୍ଦ୍ଦେଶକଙ୍କ ଉପରେ ବି ଆକ୍ସନ।

୨୨-ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଭାରତରେ ଚହଳ ।  ବାଇଡେନ ପ୍ରଶାସନ ଭାରତକୁ ୧୮୨କୋଟି ଲାଞ୍ଚ ଦେଇ ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ଟ୍ରମ୍ପଙ୍କ ଅଭିଯୋଗ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024