ଖବର ଆଜିର ତାରିଖ: ୨୦/୦୨/୨୫, ଗୁରୁବାର


୧-ଆଜିଠାରୁ+୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା, ମାତୃଭାଷାରେ କପି କରି ଧରାପଡିଲେ ୨ ଜଣ।

୨-କ୍ୟାପିଟାଲ ହସ୍ପିଟାଲ: ଚାରିଆଡ଼େ ପାର୍କିଂ ଯନ୍ତ୍ରଣା। ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହେବ: ନିର୍ଦ୍ଦେଶକ।

୩-୯୦ ହଜାର ମୁହାଁ ସୁନା,୧୦ ଗ୍ରାମ ପ୍ରତି ୮୯,୪୦୦ଟଙ୍କା ଛୁଇଁଲା।

୪-ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି, ଜମିଜମା ମାମଲାରେ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

୫-ଖରାରୁ ମିଳିବ ଆଶ୍ବସ୍ତି; ଆଜିଠୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା।

୬-ଧରାପଡ଼ିଲା ବଡ଼ ରାସନ କେଳେଙ୍କାରୀ: ୩ ଲକ୍ଷ ଭୂତ ନେଉଥିଲେ ରାସନ ଚାଉଳ।

୭-ଭୁବନେଶ୍ୱର:ନେପାଳ ଦୂତାବାସର କାଉନସିଲରମାନେ କିଟ୍ ପଦକ୍ଷେପରେ ସନ୍ତୁଷ୍ଟ ବୋଲି କହିଛନ୍ତି କୁଳସଚିବ।କ୍ୟାମ୍ପସରେ ଏକ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ କିଟ୍ ପ୍ରତିଶ୍ରୁତିବଦ୍ଧ । 

୮-ଆଜିଠାରୁ କଟକରେ ହେବ ଜାତୀୟ କବାଡି ଚାମ୍ପିଅନସିପ୍‌, ଜଲୱା ଦେଖାଇବେ ନାମୀଦାମୀ ଖେଳାଳୀ

୯-ଭୁବନେଶ୍ୱର:ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଶ୍ରୀ ସାମନ୍ତଙ୍କ ଗଭୀର ଦୁଃଖ ପ୍ରକାଶ,ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଶ୍ରୀ ଅଚ୍ୟୁତ ସାମନ୍ତଙ୍କ ଘୋଷଣା।

୧୦-ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ଘଟଣା, ନ୍ୟାୟ ପାଇଁ ସମୁଦ୍ରକୂଳ ଥାନା ଦ୍ବାରସ୍ଥ ହେଲେ ପୀଡ଼ିତ ଏଏସଓ ଏବଂ ତାଙ୍କ ସ୍ତ୍ରୀ ସାୟୋଜା

୧୧-କଟକ ଅଡଶପୁର ଅଞ୍ଚଳର ନୋଦା ପ୍ରାଇମେରୀ ସ୍କୁଲରେ ଅଘଟଣ। ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା।

୧୨-ମୟୂରଭଞ୍ଜ ,କିତାବେଡ଼ା ଗ୍ରାମ:ପୁତୁରାର କୁରାଢ଼ି ଚୋଟରେ କକା-ଖୁଡ଼ୀ ମୃତ।

୧୩-ଓଜନରେ ଠକୁଛନ୍ତି ସୁନା ଦୋକାନୀ, ୫ ବର୍ଷରେ ଧରାପଡ଼ିଛନ୍ତି ୩୬ ବ୍ୟବସାୟୀ,୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି । 

୧୪-ରାଜ୍ୟରେ ପିଏମ୍ କିଷାନରେ ଉପକୃତ ହୋଇଛନ୍ତି ୩୧ ଲକ୍ଷ ୫୧ ହଜାର ଚାଷୀ।

୧୫-ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢ଼ାଉ, ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ୯ ଜଣିଆ ଟିମର ଚଢ଼ାଉ ଜାରି।

୧୬-ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା।ପ୍ରବେଶ ବର୍ମାଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଛି।

୧୭-ରାଜସ୍ଥାନ:ଅଭ୍ୟାସ ବେଳେ ବେକରେ ପଡିଗଲା ୨୭୦ କେଜି ରଡ୍, ମହିଳା ପାୱାର ଲିଫ୍ଟର ୟଶ୍ତିକା ଆଚାର୍ଯ୍ୟଙ୍କ ମୃତ୍ୟୁ।

୧୮-ଆଇଏଏସ ଭଳି ଆଇଜେଏସ ପରୀକ୍ଷା କରାଯିବା ଜରୁରୀ:ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼।

୧୯-ଦେଶର ୨୬ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କଲେ ଜ୍ଞାନେଶ କୁମାର। କହିଲେ- ‘ନିର୍ବାଚନ ଆୟୋଗ ଭୋଟରଙ୍କ ସହ ଥିଲା, ଅଛି ଓ ରହିବ’।

୨୦-ପୁଣି ବଳ ଦେଖାଇଲା ଟଙ୍କା, ଡଲାର ତୁଳନାରେ ଏବେ ଦେଢ ପ୍ରତିଶତ ମଜଭୁତ।

୨୧-Champions trophy: ପ୍ରଥମ ମ୍ୟାଚରେ ପାକିସ୍ତାନର ଲଜ୍ଜାଜନ ପରାଜୟ, ବିଜୟରୁ ନ୍ୟୁଜିଲାଣ୍ଡର ଅଭିଯାନ ଆରମ୍ଭ।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024