ଖବର ଆଜିର ତାରିଖ:୦୭/୦୨/୨୫, ଶୁକ୍ରବାର


୧-ରାଜ୍ୟ ସଭାରେ ମନ୍ତ୍ରୀ ଦେଲେନି ସ୍ପଷ୍ଟ ଉତ୍ତର: ଦ୍ବନ୍ଦ ବଢାଇଲା ବାଲିଯାତ୍ରା ଜାତୀୟ ମାନ୍ୟତା।

୨-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ସତ୍ୟବାଦୀ ବକୁଳ ବନର ହେବ ପୁନରୁଦ୍ଧାର ଓ ବିକାଶ।

୩-ଭୁବନେଶ୍ୱର:ରାଜ୍ୟରେ ଆଉ ୩ ଦିନ ଘନ କୁହୁଡ଼ି ସମ୍ଭାବନା, ସତର୍କ ସୂଚନା ଜାରି।

୪-ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ ପରୀକ୍ଷା,ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତାଦେଖା।

୫-ଫେବୃଆରୀ ୧୩ରୁ ବିଧାନସଭା ବ‌ଜେଟ୍ ଅଧିବେଶନ, ୧୨ରେ ହେବ ସର୍ବଦଳୀୟ ବୈଠକ।

୬-ଆଜି ଓଡ଼ିଶାରେ ପହଁଚିବେ ଉଭୟ ଦଳର ଖେଳାଳୀ, ମେ ଫେୟାରରେ ଖାଇବେ ଡାଲମା ସାଙ୍ଗକୁ ମାଣ୍ଡିଆ ମଣ୍ଡା ପିଠା।

୭-ବିଭିନ୍ନ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ ନହେଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।

୮-ସାବଧାନ୍ ଗାଡ଼ି ଚାଳକ; ଫେବୃୟାରୀ ୧୦ରୁ ଆଉ ନାହିଁ ନିସ୍ତାର; ଟୁଇନ୍ ସିଟିରେ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ବିକଟାଳ ହର୍ଣ୍ଣ ଓ କଳା କାଚ ଥିଲେ ଗଣିବ ମୋଟା ଅଙ୍କର ଜରିମାନା।

୯-ଆଜି ନିଯୁକ୍ତିପତ୍ର ପାଇବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୭୬୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ମୁଖ୍ୟମନ୍ତ୍ରୀ ଦେବେ ନିଯୁକ୍ତିପତ୍ର।

୧୦-ବଲାଙ୍ଗୀର:ଦାଦନ ନିରାକରଣ ଟାସ୍କ ଫୋର୍ସ ପ୍ରହସନ,୮ ଦିନରେ ଆସିଲାଣି ୫ ଶବ।

୧୧-ଢେଙ୍କାନାଳ: ଆସନ୍ତା ୧୧ତାରିଖରୁ ଆରମ୍ଭ ହେବ ଯୋରନ୍ଦା ମେଳା।

୧୨-ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ, ୧୨,୫୬,୧୪୮ କୋଟି ଟଙ୍କାର ଦାବି ରଖିବେ ଓଡିଶା ସରକାର।

୧୩-ଓଡ଼ିଶା-ଆନ୍ଧ୍ର ସୀମା ବିବାଦରେ ବଳିପଡିଲେ କୋଟିଆ ମହିଳା, ସୁଭଦ୍ରା ଯୋଜନାରୁ ହେଲେ ବଞ୍ଚିତ।

୧୪-ସମୟ ପୂର୍ବରୁ ଅଫଲାଇନ୍ ଟିକେଟ୍ ଶେଷ: ଟିକେଟ୍ ବିକ୍ରିର ବିକଳ ଚିତ୍ର । କେଉଁଠି ରହିଲା ତ୍ରୁଟି, ବଦନାମ୍ ହେଲା ବାରବାଟୀ।

୧୫-ବାରବାଟି ମ୍ୟାଚ୍ ଟିକେଟ୍ :୧୧ଶହକୁ ୭ ହଜାରରେ ବ୍ଲାକ୍, ଗ୍ୟାଲେରୀ ୧ ଓ ୩ ର ଦାମ୍ ସବୁଠୁ ଅଧିକ।

୧୬-ନାଗପୁର : ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ହରାଇଲା ଭାରତ।

୧୭-ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ସାମିଲ ହେବେ ବହୁ ସେଲିବ୍ରିଟ୍।

୧୮-ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ଆହତ।

୧୯-ରାଜସ୍ଥାନ:ମହାକୁମ୍ଭ ଯିବା ପାଲଟିଲା ଶେଷ ଯାତ୍ରା; କାରକୁ ବସ୍ ଦେଲା ଧକ୍କା, ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ, ୬ ଜଣଙ୍କ ଅବସ୍ଥା ଗୁରୁତର।

୨୦-୨୦୨୭ରେ ଲଞ୍ଚ୍‌ ହେବ ‘ଚନ୍ଦ୍ରଯାନ ଅଭିଯାନ ୪’। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ।

୨୧-ସେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନ ହ୍ରାସ ଜାରି, ନିବେଶକଙ୍କ ବୁଡ଼ିଲା ୨ଲକ୍ଷ କୋଟି ଟଙ୍କା।

୨୨-ହ୍ଵାଇଟ୍ ହାଉସରେ ଟ୍ରମ୍ପ -ନେତାନ୍ୟାହୁ ବୈଠକ । ଗାଜା ଯୁଦ୍ଧ ପ୍ରସଙ୍ଗ ନେଇ ଉଭୟ ନେତାଙ୍କ ମଧ୍ୟରେ ହେଲା ଆଲୋଚନା ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024