ଖବର ଆଜିର ତାରିଖ:୨୩/୦୨/୨୫, ରବିବାର



୧-ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଦାୟିତ୍ୱରେ ଏବେ ଦୁଇ ଓଡ଼ିଆ।

୨-୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ- ମୁଖ୍ୟମନ୍ତ୍ରୀ

୩-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ,ପୁଞ୍ଜି ନିବେଶ ଉପରେ ହେଲା ଆଲୋଚନା।

୪-ଭୁବନେଶ୍ୱର:ଶିକ୍ଷକ ମୂଲ ଲାଗିବା ପରେ ଚେତା ପଶିଲା, ଜିଲ୍ଲା ଶିକ୍ଷାଧିକାରୀଙ୍କ ଆକାଉଣ୍ଟକୁ ଗଲା ଶିକ୍ଷକଙ୍କ ଦରମା।

୫-ପରଲୋକରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ; ଓଡିଶୀ ନୃତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ପାଇଛନ୍ତି ପଦ୍ମଶ୍ରୀ ସହ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର।

୬-ରାଉରକେଲା ସେକ୍ଟର ୪ରେ ଫୁଟିଲା ଗୁଳି, ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର

୭-ନୂଆପଡ଼ା:୭ ଲକ୍ଷ ୨୦ହଜାର ଟଙ୍କା ଆତ୍ମସାତ ଅଭିଯୋଗ, ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଗିରଫ।

୮-ପାଳଲହଡା ଗଣବଳାତ୍କାର ଓ ହତ୍ୟା ଘଟଣା: ପୁଲିସର ତନାଘନା,୬ ଅଟକ।

୯-ଜଗତପୁର:ମୋ ବସରେ ଅଚାନକ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।

୧୦-କେନ୍ଦୁଝର ଜିଲାର ବଡବିଲସ୍ଥିତ ଗ୍ରେୱାଲ ମିନେରାଲ ଆଣ୍ଡ ମେଟାଲ କମ୍ପାନୀର ଅଧିକାରୀଙ୍କୁ ଅପହରଣ ମାମଲାରେ ୭ ଗିରଫ, ୫୦ ଲକ୍ଷ ଟଙ୍କା ଉଦ୍ଧାର।

୧୧-କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ହେଲେ ସାମିଲ।

୧୨-ଭୁବନେଶ୍ୱର:୬ ଜିଲ୍ଲାକୁ ବର୍ଷା ବଜ୍ରପାତ ସତର୍କତା ସୂଚନା ଜାରି।

୧୩-ଚୌଦ୍ୱାର:ମୋ ବସରେ ଲାଗିଲା ନିଆଁ, ଭୟଭୀତ ହୋଇ ଝରକା ପଟେ ବାହାରିଲେ ଯାତ୍ରୀ।

୧୪-୭୩ ତମ ରାଜ୍ୟ ପୋଲିସ ଖେଳକୁଦ ପ୍ରତିଯୋଗିତା ଉଦଘାଟନ, ଅଂଶଗ୍ରହଣ କଲେ ମୋଟ୍ ୭୯୭ ଜଣ।

୧୫-ସୋର:ସେନା କର୍ମଚାରୀ ରାଜେଶ ଶିଅଳଙ୍କ ଘରୁ ଲୁଟ୍, ତାଲା ଭାଙ୍ଗି ନେଇ ଗଲେ ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର।

୧୬-ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଢିଲା, ପଶିଲେ ବିଦେଶୀ ପର୍ଯ୍ୟଟକ।

୧୭-ଖୋର୍ଦ୍ଧା,ପୀତାପଲ୍ଲୀ ଛକ:ଦ୍ରୁତ ଗତି ହେଲା କାଳ, ଟ୍ରକକୁ ପଛରୁ ପିଟିଲା କାର୍, ୨ ମୃତ; ଜଣେ ଗୁରୁତର।

୧୮-କିଟ୍ ବିଶ୍ବବିଦ୍ୟାଳୟର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଛାତ୍ର ସଂଗଠନ, ବିଶୃଙ୍ଖଳାକୁ ବଢ଼ାଇ ପିଲାଙ୍କ ଭବିଷ୍ୟତ ସହ ଖେଳା ନ ଯାଉ।

୧୯-ସରକାର ବଦଳୁଛି ବଦଳୁନି ଦାଦନ ଦୁଃଖ; ସାମ୍ନାକୁ ଆସିଲା ଦୟନୀୟ ଚିତ୍ର, ୨ବର୍ଷରେ ଗଲାଣି ୨ଶହ ଜୀବନ।

୨୦-ନାନୋମେଡିସିନର ସଦ୍ୟତମ ବିକାଶ ଉପରେ KIIT ରେ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ।

୨୧-ତେଲେଙ୍ଗାନାରେ ଭୁଷୁଡିଲା ନିର୍ମାଣଧୀନ ଟନେଲ; ଫଶି ରହିଛନ୍ତି ୭ ଜଣ ଶ୍ରମିକ, ରେସକ୍ୟୁ ଅପରେସନରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ

୨୨-ଏମିତି ବି ହୁଏ ପାକିସ୍ତାନରେ...ଚାଲିଥିଲା ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ, ବାଜିଲା ଭାରତର ଜାତୀୟ ସଙ୍ଗୀତ।

୨୩-ଚମ୍ପିୟାନ ଟ୍ରଫି:ଇଂଲିଶଙ୍କ ଶତକ ଆଗରେ ଇଂଲଣ୍ଡ ଧରାଶାୟୀ, ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠୁ ବଡ଼ ଲକ୍ଷ୍ୟ ପିଛା କଲା ଅଷ୍ଟ୍ରେଲିଆ।

୨୪-ଦୁବାଇ: ଭାରତ -ପାକିସ୍ଥାନ ମହାମୁକାବିଲା ଆଜି, ପ୍ରସାରଣ ୨ଟା୩୦ରୁ ଷ୍ଟାର ସ୍ପୋର୍ଟସରେ।

୨୫-ଗାଜା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ପାଲେଷ୍ଟାଇନ ସଂଗଠନ ହମାସ ୬ ଜଣ ଇସ୍ରାଏଲ ବନ୍ଧକଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରିଛି।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024